ଅଭିନେତ୍ରୀଙ୍କ ପ୍ରେମରେ ପାଗଳ ଟ୍ରକ୍‌ ଡ୍ରାଇଭର୍‌; କିଡନୀ ଦେବାକୁ ପ୍ରସ୍ତୁତ

ବିହାରର ଭାଗଲପୁରର ବାସିନ୍ଦା ଅଭିନେତ୍ରୀ ସଞ୍ଚିତା ବସୁ ତାଙ୍କ ରିଲ୍ସ ପାଇଁ ଚର୍ଚ୍ଚାରେ ଥାନ୍ତି। ସୋସିଆଲ ମିଡିଆରେ ମଧ୍ୟ ତାଙ୍କର ଲକ୍ଷ ଲକ୍ଷ ପ୍ରଶଂସକ ଅଛନ୍ତି। ସେ ସାଉଥ୍‌ ଫିଲ୍ମ ‘ଫାର୍ଷ୍ଟ ଡେ, ଫାର୍ଷ୍ଟ ଶୋ’ରେ ମୁଖ୍ୟ ନାୟିକା ଭୂମିକାରେ ଅଭିନୟ କରିଥିଲେ। ଲୋକମାନେ ତାଙ୍କ ରିଲ୍ସ ଏବଂ ପିଲ୍ମକୁ ବହୁତ ପସନ୍ଦ କରନ୍ତି। ଜଣେ ଟ୍ରକ ଡ୍ରାଇଭର ସଞ୍ଚିତା ବସୁଙ୍କ ପ୍ରେମରେ ପଡିଛନ୍ତି। ମୁଁ ସଞ୍ଚିତାଙ୍କୁ ଭଲ ପାଏ ଏବଂ ମୁଁ ତାଙ୍କ ବିନା ବଞ୍ଚି ପାରିବି ନାହିଁ। ସଞ୍ଚିତାଙ୍କ ପାଇଁ ସେ ଉଭୟ କିଡନୀ ଦାନ କରିବାକୁ ମଧ୍ୟ ପ୍ରସ୍ତୁତ ଅଛନ୍ତି।
ବବି କୁମାର ମିଶ୍ର ନାମକ ଜଣେ ଫେସବୁକ ୟୁଜର୍ସ ତାଙ୍କ ଆକାଉଣ୍ଟରେ ଯୁବକଙ୍କ ଭିଡିଓ ଶେୟାର କରିଛନ୍ତି। ସଞ୍ଚିତା ବସୁ ଭାଗଲପୁରର ବାସିନ୍ଦା। ସେ ସାଉଥ ଇଣ୍ଡଷ୍ଟ୍ରିଜରେ କାମ କରନ୍ତି। ସେ ଭାଗଲପୁରର ମାଉଣ୍ଟ କାର୍ମେଲ ସ୍କୁଲରେ ଅଧ୍ୟୟନ କରିଥିଲେ। ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି, ଏଥିରେ ଟ୍ରକ ଡ୍ରାଇଭର କହୁଛନ୍ତି ଯେ ସେ ଅଭିନେତ୍ରୀଙ୍କ ବିନା ବଞ୍ଚି ପାରିବେ ନାହିଁ। ପ୍ରତିଦିନ ଅଭିନେତ୍ରୀଙ୍କ ରିଲ୍ସ ଦେଖି ଦେଖି ସଞ୍ଚିତାଙ୍କ ପ୍ରେମରେ ପଡିଥିଲେ। ସେ ରିଲ୍ସ ଦେଖୁଥିବାରୁ ସେ କାମ କରିବାରେ ଅସମର୍ଥ ହୋଇଥିଲେ। ସେ ସଞ୍ଚିତଙ୍କୁ କେବେ ଦେଖି ନାହାଁନ୍ତି, କିନ୍ତୁ ତାଙ୍କୁ ବହୁତ ଭଲ ପାଆନ୍ତି। ସେ ସଞ୍ଚିତା ପାଇଁ ଉଭୟ କିଡନୀ ଦାନ କରିବାକୁ ପ୍ରସ୍ତୁତ।
ଡ୍ରାଇଭର କହିଛନ୍ତି ଯେ, ତାଙ୍କ ପ୍ରେମ ନିଶ୍ଚିତ ଭାବରେ ଏକପାଖିଆ କିନ୍ତୁ ସେ ସଞ୍ଚିତାଙ୍କୁ ବହୁତ ଭଲ ପାଆନ୍ତି ଏବଂ ତାଙ୍କ ବିନା ବଞ୍ଚିବାର କଳ୍ପନା ମଧ୍ୟ କରିପାରନ୍ତି ନାହିଁ। ଡ୍ରାଇଭର ସଞ୍ଚିତାଙ୍କ ଅନେକ ଭିଡିଓ ମଧ୍ୟ ନିଜ ଫୋନରେ ସେଭ କରିଛନ୍ତି।

Share