ଇତିହାସ ରଚିଲା ଆର୍‌ଆର୍‌ଆର୍‌! ଓସ୍କାର ଦୌଡ଼ରେ ‘ନାଟୁ ନାଟୁ’, ଖୁସିରେ ଝୁମିଲା ପୁରା ଟିମ୍‌…

ବମ୍ବେ: ଇତିହାସ ରଚିଛି ଏସ୍‌.ଏସ୍‌. ରାଜାମୌଲୀଙ୍କ ଫିଲ୍ମ ‘ଆର୍‌ଆର୍‌ଆର୍‌’। ୯୫ତମ ଓସ୍କାର ପୁରସ୍କାର ୨୦୨୩ ପାଇଁ ନାମାଙ୍କନ ଶେଷ ହୋଇଥିବା ବେଳେ ଫିଲ୍ମର ଗୀତ ‘ନାଟୁ ନାଟୁ’ ଏଥିରେ ସ୍ଥାନ ପାଇଛି। ଏହା ‘ବେଷ୍ଟ ଅରିଜିନାଲ ସଙ୍ଗ’ କାଟାଗୋରୀ ଲାଗି ମନୋନୀତ ହୋଇଛି। ଏମ୍‌ଏମ୍‌ କୀରାବାନୀ ଗୀତ ରଚନା କରିଥିବା ବେଳେ ଏହାକୁ ଓସ୍କାର ଜିତିବା ଲାଗି ଦୃଢ଼ ପ୍ରତିଯୋଗୀ ଭାବେ ବିବେଚନା କରାଯାଉଛି।

‘ନାଟୁ ନାଟୁ’ ଲେଡି ଗାଗା ଏବଂ ରି-ରିଙ୍କ ଗୀତକୁ ପଛରେ ପକାଇଥିବା କୁହାଯାଉଛି। ଏଣୁ ଏହା ପୁଣିଥରେ ଘରକୁ ଅନ୍ତର୍ଜାତୀୟ ପୁରସ୍କାର ଆଣି ଆସିବ ବୋଲି ପ୍ରଶଂସକ ଆଶା କରୁଛନ୍ତି।

ନିକଟରେ ‘ଆର୍‌ଆର୍‌ଆର୍‌’ର ଗୀତ ‘ନାଟୁ ନାଟୁ’ଗୋଲ୍ଡେନ ଗ୍ଲୋବ ୨୦୨୩ ପୁରସ୍କାର ଜିତିଥିଲା। ଏହା ବେଷ୍ଟ ଅରିଜିନାଲ ସଙ୍ଗ ବର୍ଗରେ ପୁରସ୍କାର ଜିତିଥିଲା। ଭାରତ ପାଇଁ ଏହା ଗର୍ବର ବିଷୟ ଥିଲା। ଏବେ ପୁଣି ଏହି ଗୀତ ଓସ୍କାର ଦୌଡ଼ରେ ଥିବାରୁ ଆର୍‌ଆର୍‌ଆର୍‌ ଟିମ୍‌ ସମସ୍ତ ସଦସ୍ୟଙ୍କୁ ଅଭିନନ୍ଦନ ଜଣାଇଛି। ଫିଲ୍ମଟି ଏକ ଇତିହାସ ରଚିଛି। ଏହି ନାମାଙ୍କନ ଲାଗି ଦଳ ବହୁତ ଖୁସି ଥିବା କୁହାଯାଉଛି।

Share