
ଅନ୍ଲାଇନରେ କଣ୍ଟେଣ୍ଟ କ୍ରିଏଟ୍ କରୁଥିବା କ୍ରିଏଟରଙ୍କ ବିରୋଧରେ YouTube କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ଯାଉଛି। କମ୍ପାନୀ ଘୋଷଣା କରିଛି ଯେ, ଯେଉଁ କ୍ରିଏଟରମାନେ ଅନ୍ସାର୍ଟିଫାଏଡ୍ ଗାମ୍ବଲିଂ ଏବଂ ଓ୍ବେବସାଇଟକୁ ପ୍ରୋତ୍ସାହିତ କରନ୍ତି ସେମାନଙ୍କୁ ପ୍ଲାଟଫର୍ମରୁ ବ୍ୟାନ୍ ବା ନିଷିଦ୍ଧ କରାଯିବ। ଏହା ସହିତ କମ୍ପାନୀ ସେହି କ୍ରିଏଟରଙ୍କ ଆକାଉଣ୍ଟଗୁଡ଼ିକୁ ମଧ୍ୟ ବ୍ଲକ କରିବ। ଯେଉଁମାନେ ସେମାନଙ୍କ କଣ୍ଟେଣ୍ଟ ବା ବିଷୟବସ୍ତୁରେ ଗୁଗ୍ଲ ଦ୍ୱାରା ଅନୁମୋଦିତ ଜୁଆ ସହ ଜଡ଼ିତ ଲୋଗୋ କିମ୍ବା ଲିଙ୍କ୍ ଦେଖାନ୍ତି।
YouTube କହିଛି ଯେ, ଏହି ନିଷ୍ପତ୍ତି କାସିନୋ ଗେମ୍ ଏବଂ ଆପ୍ସ ସମେତ ଜୁଆ ବିଷୟବସ୍ତୁର ସୃଷ୍ଟିକର୍ତ୍ତାମାନଙ୍କୁ ପ୍ରଭାବିତ କରିବ, ବିଶେଷକରି ଯୁବ ଦର୍ଶକଙ୍କୁ ସୁରକ୍ଷା ଦେବା ପାଇଁ ଏହା ଏକ ଆବଶ୍ୟକୀୟ ପଦକ୍ଷେପ। ଆପଣଙ୍କୁ କହିରଖୁଛୁ ଯେ, ଦର୍ଶକଙ୍କୁ ଜୁଆ ସାଇଟ୍ ଏବଂ ଆପ୍ସକୁ ପୁନଃନିର୍ଦ୍ଦେଶିତ କରିବା ପୂର୍ବରୁ ନିୟମର ଉଲ୍ଲଂଘନ ବୋଲି ବିବେଚନା କରାଯାଉଥିଲା, କିନ୍ତୁ ଏବେ ଯଦି କୌଣସି କ୍ରିଏଟର କୌଣସି ଜୁଆ ସାଇଟ୍ କିମ୍ବା ଆପ୍ରୁ ଗ୍ୟାରେଣ୍ଟି ରିଟର୍ଣ୍ଣିଂ ପାଇବାକୁ ଦାବି କରନ୍ତି, ତେବେ ତାଙ୍କ କଣ୍ଟେଣ୍ଟ ବା ବିଷୟବସ୍ତୁକୁ ପ୍ଲାଟଫର୍ମରୁ ହଟାଇ ଦିଆଯିବ।
ମାର୍ଚ୍ଚ ୧୯ରୁ ଲାଗୁ ହେବ ନୂଆ ନିୟମ
ଏହା ସହିତ YouTube ସେହି ଭିଡିଓଗୁଡ଼ିକ ଉପରେ ବୟସ ପ୍ରତିବନ୍ଧକ ଲାଗୁ କରିବ। ଯାହା କୌଣସି ଅନଲାଇନ କାସିନୋ ସାଇଟ୍ କିମ୍ବା ଆପ ପ୍ରଚାର କରୁଥିବ। ସାଇନ ଆଉଟ ହୋଇଥିବା ଦର୍ଶକ ଏବଂ ୧୮ ବର୍ଷରୁ କମ୍ ବୟସର ଦର୍ଶକମାନଙ୍କୁ ଏପରି ଭିଡିଓ ଦେଖାଯିବ ନାହିଁ। ଏହି ସମସ୍ତ ନିୟମ ମାର୍ଚ୍ଚ ୧୯ରୁ କାର୍ଯ୍ୟକାରୀ ହେବ। ଆପଣଙ୍କୁ ଜଣାଇ ଦେଉଛୁ ଯେ, ଗୁଗ୍ଲର ଅନ୍ଲାଇନ ଜୁଆ ସମ୍ପର୍କରେ ଏକ କଠୋର ନୀତି ଅଛି। ଭାରତରେ କମ୍ପାନୀ ଜୁଆ ସମ୍ବନ୍ଧୀୟ ବିଜ୍ଞାପନଗୁଡ଼ିକୁ ନିଷେଧ କରିଛି ଏବଂ ଅନ୍ଲାଇନ୍ ଜୁଆ ଖେଳର ପ୍ରଚାରକୁ ଅନୁମତି ଦିଏ ନାହିଁ।
ଭାରତରେ ପ୍ରତି ମାସରେ ବହୁ ସଂଖ୍ୟକ ଲୋକ ଅନ୍ଲାଇନ ଜୁଆ ସାଇଟ୍ ପରିଦର୍ଶନ କରନ୍ତି। ଡିଜିଟାଲ ଇଣ୍ଡିଆ ଫାଉଣ୍ଡେଶନର ଏକ ରିପୋର୍ଟ ଦର୍ଶାଉଛି ଯେ, ସୋସିଆଲ ମିଡିଆ ପ୍ଲାଟଫର୍ମରେ ବିଜ୍ଞାପନ ମାଧ୍ୟମରେ ତିନି ମାସରେ ଚାରୋଟି ଅବୈଧ ଜୁଆସ୍ଥଳ ପ୍ରାୟ ୪.୩ କୋଟି ପରିଦର୍ଶନ ରେକର୍ଡ କରିଛି। ଏହା ବ୍ୟତୀତ ସିଧାସଳଖ URL ମାଧ୍ୟମରେ ମଧ୍ୟ ଏହି ସାଇଟ୍ଗୁଡ଼ିକରେ ୧୦୦ କୋଟିରୁ ଅଧିକ ପରିଦର୍ଶନ ରେକର୍ଡ କରାଯାଇଛି।