କରୋନା ଆଣ୍ଟିବଡ଼ି ସୃଷ୍ଟିରେ ମଧ୍ୟପ୍ରଦେଶ ଶୀର୍ଷରେ, କେରଳ ତଳେ…

ନୂଆଦିଲ୍ଲୀ,୨୯।୭: ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ (ଆଇସିଏମଆର) ଦ୍ୱାରା ଦେଶର ୧୧ ଟି ରାଜ୍ୟରେ ସମ୍ପନ୍ନ ହୋଇଥିବା ସର୍ଭେ ଅନୁସାରେ ମୋଟ ଜନସଂଖ୍ୟାର ଦୁଇ ତୃତୀୟାଂଶଙ୍କଠାରେ କରୋନା ଭୂତାଣୁ ଆଣ୍ଟିବଡି ବିକଶିତ ହୋଇସାରିିଛି। ଜୁନ ୧୪ ରୁ ଜୁଲାଇ ୬ ମଧ୍ୟରେ ହୋଇଥିବା କରାଯାଇଥିବା ସେରୋ ସର୍ଭେରୁ ମିଳିଥିବା ତଥ୍ୟ ଅନୁଯାୟୀ ମଧ୍ୟପ୍ରଦେଶରେ ସର୍ବାଧିକ ୭୯ ପ୍ରତିଶତ ସେରୋପ୍ରେଭାଲେନ୍ସ ସହିତ ତାଲିକାର ଶୀର୍ଷରେ ରହିଛି। ଅପରପକ୍ଷରେ କେରଳ ୪୪.୪ ପ୍ରତିଶତ ସେରୋପ୍ରେଭାଲେନ୍ସ ସହିତ ତଳେ ରହିଛି। ଆସାମରେ ସେରୋପ୍ରେଭାଲେନ୍ସ ହାର ୫୦.୩ ପ୍ରତିଶତ ଏବଂ ମହାରାଷ୍ଟ୍ର ଏହା ୫୮ ପ୍ରତିଶତ ରହିଛି।


ଦେଶର ୭୦ ଟି ଜିଲ୍ଲା ମଧ୍ୟରେ ଆଇସିଏମଆର ଦ୍ୱାରା ପରିଚାଳିତ ଚତୁର୍ଥ ରାଉଣ୍ଡ ଜାତୀୟ ସେରୋ ସର୍ଭେର ଫଳାଫଳ ବୁଧବାର କେନ୍ଦ୍ରୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶ ପାଇଛି।
ତାଲିକାରେ ରାଜସ୍ଥାନରେ ୭୬.୨ ପ୍ରତିଶତ, ବିହାରରେ ୭୫.୯ ପ୍ରତିଶତ, ଗୁଜୁରାଟରେ ୭୫.୩ ପ୍ରତିଶତ, ଛତିଶଗଡରେ ୭୪.୬ ପ୍ରତିଶତ, ଉତ୍ତରାଖଣ୍ଡରେ ୭୩.୧ ପ୍ରତିଶତ, ଉତ୍ତରପ୍ରଦେଶରେ ୭୧ ପ୍ରତିଶତ, ଆନ୍ଧ୍ରପ୍ରଦେଶ ୭୦.୨ ପ୍ରତିଶତ, କର୍ଣ୍ଣାଟକରେ ୬୯.୮ ପ୍ରତିଶତ, ତାମିଲନାଡୁରେ ୬୯.୨ ଏବଂ ଓଡିଶାରେ ୬୮.୧ ପ୍ରତିଶତ ସେରୋପ୍ରେଭାଲେନ୍ସ ରହିଥିବା ଉଲ୍ଲେଖ କରାଯାଇଛି।

Share