Categories: ବାଣିଜ୍ୟ

କ୍ରିଏଟିଭ ହୋମ୍‌ର ଏକ୍ସକ୍ଲୁସିଭ ଆଉଟ୍‌ଲେଟ୍‌

ଭୁବନେଶ୍ୱର, ୯।୧୨: ରାଜ୍ୟର ଅଗ୍ରଣୀ ଫର୍ନଚର ବ୍ରାଣ୍ଡ୍‌ କ୍ରିଏଟିଭ ହୋମ୍‌ର ଏକ୍ସକ୍ଲୁସିଭ ଆଉଟ୍‌ଲେଟ୍‌ କଟକ-ପୁରୀ ବାଇପାସ୍‌ର କେଶୁରା ଛକଠାରେ ଶୁକ୍ରବାର ଆନୁଷ୍ଠାନିକ ଭାବେ ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ କ୍ରିଏଟିଭ ହୋମ୍‌ର ସ୍ବତ୍ୱାଧିକାରୀ ଡା. ଶୁଭଲକ୍ଷ୍ମୀ ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହାର ଉଦ୍‌ଘାଟନ କରିଥିଲେ। ବିଶେଷକରି ୧୨୦୦ ବର୍ଗଫୁଟ ପରିମିତ ସ୍ଥାନରେ ଗଢ଼ି ଉଠିଥିବା ଏହି ବିଶାଳକାୟ ଆଉଟ୍‌ଲେଟ୍‌ରେ ସବୁ ବର୍ଗଙ୍କ ପାଇଁ ଘରର ଆସବାବପତ୍ର ସହ କାର୍ଯ୍ୟାଳୟ ଓ ସ୍ବତନ୍ତ୍ର ସ୍ଥାନଗୁଡିକ ପାଇଁ ଆବଶ୍ୟକ ଫର୍ନଚର ସାମଗ୍ରୀ ଉପଲବ୍ଧ। ଏପରିକି ସୋଫାଠାରୁ ଆରମ୍ଭକରି ସୁଇମିଂ ପୁଲ୍‌ ପର୍ଯ୍ୟନ୍ତ ଆବଶ୍ୟକ ଫର୍ନଚର ସୁଲଭ ମୂଲ୍ୟରେ ଗ୍ରାହକମାନେ ପାଇପାରିବେ ବୋଲି ଆଉଟ୍‌ଲେଟ୍‌ର ବରିଷ୍ଠ ଅଧିକାରୀ (ସିଇଓ) ଶୋଭନ ମିଶ୍ର ବିସ୍ତୃତ ଭାବେ ଆଲୋକପାତ କରିଛନ୍ତି। ଉଲ୍ଲେଖଯୋଗ୍ୟ, ଏଠାରେ ସେସ୍ପର ସମସ୍ତ ଫର୍ନଚର ସହ ବେଡ୍‌, ବାଥ୍‌ ଓ ରଗ୍ସର ସାମଗ୍ରୀ ଉପଲବ୍ଧ।

Share