Categories: ଫୁରସତ

କେବଳ ବହୁରୂପୀ ଏଣ୍ଡୁଅ ନୁହନ୍ତି ଏମାନେ ବି ବଦଳାନ୍ତି ରଙ୍ଗ : ଜାଣନ୍ତୁ କାହିଁକି କରନ୍ତି ଏପରି

ବହୁରୂପୀ ଏଣ୍ଡୁଅ ରଙ୍ଗ ପରିବର୍ତ୍ତନ କଥା ଅପଣ ଜାଣିଥିବେ। ଏହାକୁ ଦେଖିଥିବେ ମଧ୍ୟ। ତେବେ ଏହା କେବଳ ଏକୁଟିଆ ନିଜର ରଙ୍ଗ ପରିବର୍ତ୍ତନ କରେ ତାହା ନୁହେଁ, ବିଶ୍ୱରେ ଆହୁରି ଅନେକ ପ୍ରାଣୀ ଅଛନ୍ତି ଯିଏ ରଙ୍ଗ ବଦଳାଇବାରେ ବହୁରୂପୀ ଏଣ୍ଡୁଅକୁ ମଧ୍ୟ ପଛରେ ପକାଇ ଦିଅନ୍ତି। ଜାଣନ୍ତୁ ସେ ସମ୍ପର୍କରେ…

ସେହର୍ସ ହେଉଛି ଏକ ସମୁଦ୍ର ପ୍ରାଣୀ, ଯିଏ ବହୁରୂପୀ ଏଣ୍ଡୁଅ ପରି ରଙ୍ଗ ପରିବର୍ତ୍ତନ ପାଇଁ ପ୍ରସିଦ୍ଧ। ଏହି ଜୀବମାନେ କେବଳ ଭୟଭୀତ ହେଲେ ନୁହେଁ ବରଂ ସେମାନଙ୍କର ଭାବନାକୁ ପ୍ରକାଶ ସମୟରେ ମଧ୍ୟ ରଙ୍ଗ ବଦଳାଇଥାନ୍ତି।

ଗୋଲ୍ଡେନ୍‌ ଟୋର୍ଟଇଜ୍‌ ବିଟ୍‌ଲକୁ ଯଦି ଜଣେ ମଣିଷ ଏ ଛୁଇଁବାକୁ ଚେଷ୍ଟା କରେ, ତେବେ ଏହା ତୁରନ୍ତ ଏହାର ରଙ୍ଗ ପରିବର୍ତ୍ତନ କରେ। ଭୟ ହେତୁ, ଏହାର ରଙ୍ଗ ବଦଳେ।

ମିମିକ୍‌ ଅଷ୍ଟୋପସ ମଧ୍ୟ ଏକ ସାମୁଦ୍ରିକ ଜୀବ, ଯିଏ ରଙ୍ଗ ପରିବର୍ତ୍ତନରେ ବିଶେଷଜ୍ଞ। ସାଧାରଣତଃ ପ୍ରଶାନ୍ତ ମହାସାଗରରେ ଏହା ଦେଖିବାକୁ ମିଳେ।

ପାକିଫିକ୍‌ ଟ୍ରି ଫ୍ରଗ,୍ଏହି ବେଙ୍ଗ ଉତ୍ତର ଆମେରିକାରେ ମିଳିଥାଏ, ଯାହା ରଙ୍ଗ ପରିବର୍ତ୍ତନରେ ଦ୍ରୁତ। ଏହାର ପୋଦ ବହୁତ ଅଠାଳିଆ , ଯାହା ଏହାକୁ ଗୋଟିଏ ଗଛରୁ ଅନ୍ୟ ଗଛକୁ ଯିବାରେ ସାହାଯ୍ୟ କରେ। ବେଙ୍ଗ ନିଜ ଚାରିପାଖରେ କୌଣସି ବିପଦ ଅନୁଭବ କରିବା ମାତ୍ରେ ତୁରନ୍ତ ଏହାର ରଙ୍ଗକୁ ପରିବର୍ତ୍ତନ କରେ।

Share