କ୍ରେଡାଇ ଓଡ଼ିଶାର ଇଜିଏମ୍‌

ଭୁବନେଶ୍ୱର,୬।୮: ‘କ୍ରେଡାଇ ଓଡ଼ିଶା’ ପକ୍ଷରୁ ଆୟୋଜିତ ଏକ ସ୍ବତନ୍ତ୍ର ସାଧାରଣ ପରିଷଦ ବୈଠକ (ଇଜିଏମ୍‌) ନିକଟରେ ଅନୁଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ରାଜ୍ୟ ସରକାରଙ୍କ ବିଭିନ୍ନ ନୀତିନିୟମ ସହ ନୂଆ ଆପାର୍ଟମେଣ୍ଟ ଅଧ୍ୟାଦେଶ-୨୦୨୩ ନିୟମାବଳୀ ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଅପରପକ୍ଷରେ ଶାଖାର ନୂତନ କମିଟି ଗଠନ ଚୟନ କରାଯାଇଥିଲା। ଏପରିକି ଇଜିଏମ୍‌ର ନିଷ୍ପତ୍ତି ଅନୁଯାୟୀ ମେଟ୍ରୋ ଗାର୍ଡେନ ଇଷ୍ଟେଟ ପ୍ରାଇଭେଟ୍‌ ଲିମିଟେଡ୍‌ର ଏମ୍‌ଡି ସୋଫିଆ ଫିରୋଦୋସ କ୍ରେଡାଇ ଭୁବନେଶ୍ୱରର ସଭାପତି ଭାବେ ନିର୍ବାଚିତ ହୋଇଥିଲାବେଳେ ସନ୍ସି ଇଞ୍ଜିନିୟର୍ସ ଆଣ୍ଡ କନ୍‌ଷ୍ଟ୍ରକଶନର ଏମ୍‌ଡି ସୌମ୍ୟଜିତ ମହାନ୍ତି ଏବଂ ଶ୍ରୀୟମ ବିଲ୍‌ଡଟେକ୍‌ର ଏମ୍‌ଡି ବବଲି ସତ୍ୟନାରାୟଣ ଉପସଭାପତି ଭାବେ ମନୋନୀତ ହୋଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଧର୍ମ ଇନ୍‌ଫ୍ରାପ୍ରୋଜେକ୍ଟସର ଏମ୍‌ଡି ଜଗତ କୁମାର କର ସମ୍ପାଦକ ଭାବେ ମନୋନୀତ ହୋଇଥିବାବେଳେ ଜେବି ଆସେଟ୍ସର ଏମ୍‌ଡି ଜ୍ୟୋତିରଞ୍ଜନ ବେହୁରିଆ ଏବଂ ସୁରଭି ବିର୍ଲ୍‌ଡସର ଡାଇରେକ୍ଟର ମନମୋହନ ଅଗ୍ରଓ୍ବାଲ ଶାଖାର ଯୁଗ ସମ୍ପାଦକ ଭାବେ ମନୋନୀତ ହୋଇଛନ୍ତି। ସେହିଭଳି ସୁରଙ୍ଗ ବିର୍ଲ୍‌ଡସର ଡାଇରେକ୍ଟର ଅଶୋକ କୁମାର ପାତ୍ର ଶାଖାର କୋଷାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିବାବେଳେ ଏକ ୪ଜଣିଆ ପରିଚାଳନା କମିଟି ମଧ୍ୟ ଗଠନ କରାଯାଇଛି। ଉଲ୍ଲେଖଯୋଗ୍ୟ, ଜି.ଏସ୍‌. ଇନ୍‌ଫ୍ରାପ୍ରୋଜେକ୍ଟସର ଏମ୍‌ଡି ସଂଗ୍ରାମ କେଶରୀ ସାହୁ ନବନିର୍ବାଚିତ କମିଟିର ଚେୟାରମ୍ୟାନେ ଭାବେ ମନୋନୀତ ହୋଇଛନ୍ତି। ଉକ୍ତ ବୈଠକରେ କ୍ରେଡାଇ ଓଡ଼ିଶା ଫେଡେରେଶନର ଭୁବନେଶ୍ୱର, କଟକ, ପୁରୀ, ବ୍ରହ୍ମପୁର, ସମ୍ବଲପୁର, ଝାରସୁଗୁଡ଼ା, ରାଉରକେଲା ଓ ଭଦ୍ରକ ଭଳି କ୍ଷେତ୍ରରୁ ୧୦୦ରୁ ଅଧିକ ସଦସ୍ୟ ଯୋଗଦେଇଥିଲେ।

Share