କ୍ରେଡିଟ୍‌ କାର୍ଡରୁ ସିମ୍‌ କାର୍ଡ ଯାଏ… ଜୁଲାଇ ପହିଲାରୁ ବଦଳିଯିବ ଏସବୁ ନିୟମ, ଜାଣି ରଖନ୍ତୁ…

ନୂଆଦିଲ୍ଲୀ,୩୦।୬: ଶେଷ ହେବାକୁ ଯାଉଛି ଜୁନ୍‌। ସୋମବାରଠାରୁ ଆରମ୍ଭ ହେବ ଜୁଲାଇ। ଏହି ମାସରୁ ଅନେକ ପରିବର୍ତ୍ତନ ହେବାକୁ ଯାଉଛି, ଯାହାର ସିଧା ପ୍ରଭାବ ପକେଟ ଉପରେ ପଡ଼ିବ। ଇ-ଓ୍ବାଲେଟ୍‌ଠାରୁ ଆରମ୍ଭ କରି କ୍ରେଡିଟ୍‌ କାର୍ଡ ଏବଂ ଇନ୍‌କମ୍‌ ଟ୍ୟାକ୍ସ ରିଟର୍ନ ଦାଖଲ ଆଦି ଯାଏ, ଅନେକ ଆର୍ଥିକ ନିୟମରେ ପରିବର୍ତ୍ତନ ହେବ। ଏହାଛଡ଼ା ରନ୍ଧନ ଗ୍ୟାସ ଦର ବଦଳିବା ସହ ସିମ କାର୍ଡ ସହ ଜଡ଼ିତ ନିୟମ ଲାଗୁ ହେବ। ଆସନ୍ତୁ ସବିଶେଷ ସୂଚନା ଜାଣିବା:-

କ୍ରେଡିଟ୍‌ କାର୍ଡ ବିଲିଂ:
ଜୁଲାଇ ପହିଲାରୁ କ୍ରେଡିଟ୍‌ କାର୍ଡ ବିଲ୍‌ ପେମେଣ୍ଟ ସହ ଜଡ଼ିତ ନିୟମ ପରିବର୍ତ୍ତନ ହେବାକୁ ଯାଉଛି, ଏହି କାରଣରୁ କିଛି ପେମେଣ୍ଟ ଆପ୍‌ ଜରିଆରେ ୟୁଟିଲିଟି ଅର୍ଥାତ୍‌ ବିଜୁଳି ଏବଂ ପାଣି ବିଲ୍‌ ଭଳି ଅନ୍ୟ ବିଲ୍‌ ପୈଠକ କରିବା ସମୟରେ ଅସୁବିଧା ଉପୁଜିପାରେ। କାରଣ ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଜୁଲାଇରୁ କ୍ରେଡିଟ୍‌ କାର୍ଡ ବିଲ୍‌ ପେମେଣ୍ଟ ସିଷ୍ଟମ୍‌(ବିବିପିଏସ୍‌) ଜରିଆରେ ପୈଠ କରିବାକୁ କହିଛନ୍ତି। ଅର୍ଥାତ ଜୁଲାଇ ପହିଲାରୁ ସମସ୍ତ ବ୍ୟାଙ୍କକୁ ଭାରତ ବିଲ୍‌ ପେମେଣ୍ଟ ସିଷ୍ଟମ ଜରିଆରେ ବିଲ୍‌ ପ୍ରୋସେସ କରିବାକୁ ହେବ।

ଆଇସିଆଇସିଆଇ ବ୍ୟାଙ୍କ କ୍ରେଡିଟ୍‌ କାର୍ଡ ଚାର୍ଜ:
ଆଇସିଆଇସିଆଇ ବ୍ୟାଙ୍କ ଜୁଲାଇ ପହିଲାରୁ ଅନେକ କ୍ରେଡିଟ୍‌ କାର୍ଡ ସେବାଗୁଡ଼ିକରେ ପରିବର୍ତ୍ତନ କରିବାକୁ ଘୋଷଣା କରିଛନ୍ତି। ଏମରାଲ୍ଡ ପ୍ରାଇଭେଟ୍‌ ମେଟାଲ କ୍ରେଡିଟ୍‌ କାର୍ଡକୁ ଛାଡ଼ି ବାକି ସମସ୍ତ କାର୍ଡ ଉପରେ ରିପ୍ଲେସମେଣ୍ଟ ଚାର୍ଜକୁ ୧୦୦ଟଙ୍କାରୁ ବଢ଼ାଇ ୨୦୦ ଟଙ୍କା କରାଯାଇପାରେ। ଏହାଛଡ଼ା ବ୍ୟାଙ୍କ ଅନେକ ଚାର୍ଜ ବି ସମାପ୍ତ କରିବାକୁ ଯାଉଛନ୍ତି। ଏଥିରେ ଚେକ୍‌ କିମ୍ବା କ୍ୟାସ୍‌ ପିକ୍‌ ଅପ୍‌ ଚାର୍ଜ, ଚାର୍ଜ ସ୍ଲିପ୍‌ ରିକ୍ୱେଷ୍ଟ ଉପରେ ଲାଗିଥିବା ଚାର୍ଜ, ଡାଏଲ-ଏ-ଡ୍ରାଫ୍ଟ(ଟ୍ରାନ୍ଜାକ୍ସନ ଫିସ୍‌), ଆଉଟ୍‌ଷ୍ଟେଶନ ଚେକ୍‌ ପ୍ରୋସେସିଂ ଫିସ୍‌ ଏବଂ ଡୁପ୍ଲିକେଟ୍‌ ଷ୍ଟେଟ୍‌ମେଣ୍ଟ ରିକୁଏଷ୍ଟ(୩ ମାସରୁ ଅଧିକ) ସାମିଲ ଅଛି।

ଏସ୍‌ବିଆଇ ରିଓ୍ବାର୍ଡ ପଏଣ୍ଟ:
ଏସ୍‌ବିଆଇ କାର୍ଡ ପକ୍ଷରୁ ଘୋଷଣା କରିଛି ଯେ, ଜୁଲାଇ ପହିଲାରୁ କିଛି କ୍ରେଡିଟ୍‌ କାର୍ଡ ଲାଗି ସରକାରୀ ନେଣଦେଣ ଉପରେ ରିଓ୍ବାର୍ଡ ପଏଣ୍ଟ ମିଳିବା ବନ୍ଦ ହୋଇଯିବ। ଏହି କାର୍ଡରେ ଏୟାର ଇଣ୍ଡିଆ ଏସ୍‌ବିଆଇ ପ୍ଲାଟିନମ୍‌ କାର୍ଡ, ଏୟାର ଇଣ୍ଡିଆ ଏସ୍‌ବିଆଇ ସିଗ୍ନେଚର କାର୍ଡ, ସେଣ୍ଟ୍ରାଲ ଏସ୍‌ବିଆଇ ସିଲେକ୍ଟ ପ୍ଲସ କାର୍ଡ, ଚେନ୍ନାଇ ମେଟ୍ରୋ ଏସ୍‌ବିଆଇ କାର୍ଡ, କ୍ଲବ୍‌ ବିସ୍ତାରା ଏସ୍‌ବିଆଇ କାର୍ଡ, କ୍ଲବ ବିସ୍ତାରା ଏସ୍‌ବିଆଇ କାର୍ଡ ପ୍ରାଇମ୍‌ ଏବଂ ଦିଲ୍ଲୀ ମେଟ୍ରୋ ଏସ୍‌ବିଆଇ କାର୍ଡ ସାମିଲ ଅଛି।

ମୋବାଇଲ ନମ୍ବର ପୋର୍ଟେବିଲିଟି ଏବଂ ମହଙ୍ଗା ଚାର୍ଜ:
ଜୁଲାଇ ପହିଲାରୁ ମୋବାଇଲ ନମ୍ବର ପୋର୍ଟେବିଲିଟି ନିୟମରେ ପରିବର୍ତ୍ତନ ହେବ। ଯଦି ସିମ୍‌ କାର୍ଡ ଚୋରି ନଚେତ ଖରାପ ହୋଇଯିବ, ତେବେ ତୁରନ୍ତ ଆପଣ ନୂଆ ସିମ୍‌ ନେଇପାରିବେ ନାହିଁ। ଏଥିପାଇଁ ସମୟସୀମା ୭ ଦିନର ରହିବ। ଏହାଛଡ଼ା ଟେଲିକମ୍‌ ସର୍ଭିସ ପ୍ରୋଭାଇଡର କମ୍ପାନୀ ଜିଓ, ଏୟାରଟେଲ, ବିଆଇ ନିଜର ପ୍ଲାନ୍‌ ମହଙ୍ଗା କରିଦେଇଛନ୍ତି। ଆସନ୍ତା ମାସରୁ ମୋବାଇଲ ରିଚାର୍ଜ ମହଙ୍ଗା ହୋଇଯିବ।

ସିଲିଣ୍ଡର ଦାମ: ପ୍ରତି ମାସର ପହିଲାରୁ ଏଲ୍‌ପିଜି ସିଲିଣ୍ଡର ନୂଆ ଦାମ ଜାରି ହୋଇଥାଏ। ଏହା ବଢ଼ିପାରେ ନଚେତ କମିପାରେ।

ପେଟିଏମ୍‌ ଓ୍ବାଲେଟ୍‌: ପେଟିଏମ୍‌ ପେମେଣ୍ଟସ୍‌ ବ୍ୟାଙ୍କ ଘୋଷଣା କରିଛି ଯେ ଜୁଲାଇ ୨୦ରେ ଜିରୋ ବାଲାନ୍ସ ଏବଂ ଗତ ବର୍ଷ ନଚେତ ଅଧିକ ସମୟରୁ ନେଣଦେଣ କରିନଥିବା ଇନାକ୍ଟିଭ୍‌ ଓ୍ବାଲେଟ୍‌ ବନ୍ଦ କରି ଦିଆଯିବ। ଏମିତିରେ ସମସ୍ତ ପ୍ରଭାବିତ ବ୍ୟବହାରକାରୀଙ୍କୁ ମେସେଜ୍‌ ପଠାଯିବ। ସେମାନଙ୍କୁ ନିଜର ଓ୍ବାଲେଟ୍‌ ବନ୍ଦ କରିବା ପୂର୍ବରୁ ୩୦ ଦିନର ନୋଟିସ୍‌ ପିରିୟଡ ଦିଆଯିବ।

ଆଇଟିଆର୍‌ ଡେଡ୍‌ଲାଇନ୍‌: ଆର୍ଥିକ ବର୍ଷ ୨୦୨୩-୨୪ ପାଇଁ ଆଇଟିଆର୍‌ ଫାଇଲ୍‌ କରିବା ସମୟସୀମାକୁ ଜୁଲାଇ ୩୧, ୨୦୨୪ ରହିଛି। ଯଦି ଏହି ସମୟସୀମା ଯାଏ ଜମା କରିବାରେ ବିଫଳ ହୋଇଯାଆନ୍ତି ତେବେ ଆପଣ ଡିସେମ୍ବର ୩୧ ଯାଏ ଲେଟ୍‌ ରିଟର୍ନ ଫାଇଲ କରିପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ମିଛ କହିଛନ୍ତି ରାଜନାଥ, ରାହୁଲ ଗାନ୍ଧୀ ଦେଲେ ପ୍ରମାଣ

ନୂଆଦିଲ୍ଲୀ,୩।୭: ବିରୋଧୀ ଦଳ ଲଗାତାର ଅଗ୍ନିବୀର ଯୋଜନାକୁ ନେଇ କେନ୍ଦ୍ରରେ ମୋଦି ସରକାରଙ୍କୁ ଘେରୁଛନ୍ତି। ସୋମବାର ମଧ୍ୟ ଲୋକସଭାରେ ଏ ସମ୍ପର୍କରେ ବିତର୍କ ହୋଇଥିଲା। ଅଗ୍ନିବୀର...

ପରାଜୟ ପରେ ବିରୋଧୀ କ୍ୟାମ୍ପରେ ବିଜେଡି; ମୋଦିଙ୍କ ଭାଷଣ ସମୟରେ ଇଣ୍ଡିଆ ମେଣ୍ଟ ସହିତ କଲା କକ୍ଷତ୍ୟାଗ

ଭୁବନେଶ୍ୱର,୩।୭: ପୂର୍ବରୁ ସଂସଦରେ ଅନେକ ଥର ଭାଜପାକୁ ସମର୍ଥନ କରୁଥିବା ବିଜୁ ଜନତା ଦଳ ବୁଧବାର ଇଣ୍ଡିଆ ମେଣ୍ଟ ପଦ ରାସ୍ତାରେ ଯୋଗ ଦେଇଛି। ରାଷ୍ଟ୍ରପତିଙ୍କ...

‘ଜଣେ ଆଦିବାସୀ ନେତାଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବା ଅତ୍ୟନ୍ତ ଦୁଃଖଦାୟକ’

ରାଞ୍ଚତ୍,୩ା୭:ସଦ୍ୟ ଜେଲରୁ ଫେରିଥିବା ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମ୍‌ଏମ୍‌) ନେତା ହେମନ୍ତ ସୋରେନ୍‌ ପୁଣି ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି। ଏହାର ୫ ମାସ ପୂର୍ବରୁ ଝାଡ଼ଖଣ୍ଡ...

କର୍ମଚାରୀଙ୍କ ଦରମା ବଢ଼ାଇବାରୁ ଦୋକାନୀଙ୍କୁ ଜେଲ

ନେପିଡୋ,୩।୭:ମ୍ୟାନ୍‌ମାରରେ ଜଣେ ଦୋକାନୀ ତାଙ୍କ କର୍ମଚାରୀଙ୍କ ଦରମା ବୃଦ୍ଧି କରିଥିବାରୁ ତାଙ୍କୁ ଜେଲ ପଠାଯାଇଛି। ମ୍ୟାନ୍‌ମାରର ମୁଦ୍ରାସ୍ଫୀତି ବୃଦ୍ଧି ପାଉଥିବା ବେଳେ ଉକ୍ତ ଦୋକାନୀ ଜଣକ...

ଭୋଲେ ବାବାଙ୍କ ନାଁରେ ରହିଛି ଯୌନ ନିର୍ଯାତନା ମାମଲା

ହାଥରସ୍‌,୩ା୭: ଉତ୍ତରପ୍ରଦେଶର ହାଥରସ୍‌ ଜିଲାର ପୁଲରାଇ ଗ୍ରାମରେ ହୋଇଥିବା ଏକ ସତ୍‌ସଙ୍ଗରେ ଦଳାଚକଟା ହୋଇ ଶତାଧିକ ଲୋକଙ୍କ ମୃତ୍ୟୁ ଘଟିବା ଯେତିକି ଦୁଃଖଦାୟକ ନୁହେଁ, ତା’ଠୁ...

ଦଳାଚକଟା ଘଟଣାରେ ଆସିଲା ଭୋଲେ ବାବାଙ୍କ ପ୍ରଥମ ପ୍ରତିକ୍ରିୟା

ହାଥରସ୍‌,୩ା୭:ଉତ୍ତରପ୍ରଦେଶର ହାଥରସ୍‌ ଜିଲାର ପୁଲରାଇ ଗ୍ରାମରେ ଅପରାହ୍ନରେ ସତ୍‌ସଙ୍ଗ ଚାଲିଥିବାବେଳେ ଦଳାଚକଟା ଘଟି ୧୧୬ ଜଣଙ୍କ ମୃତ୍ୟୁ ଘଟିଛି। ଏହି ଘଟଣା ସାରା ଦେଶରେ ଚହଳ...

ଇସ୍ତଫା ଦେଲେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ,

ରାଞ୍ଚି,୩।୭: ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ଇସ୍ତଫା ଦେଇଛନ୍ତି ଚମ୍ପାଇ ସୋରେନ। ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚାର ସଭାପତି ହେମନ୍ତ ସୋରେନ ଜେଲ୍ରୁ ଫେରିବା ପରେ...

ଭାରତର ଦେଶୀ ଟୁଇଟର୍‌ ‘କୁ’ ବନ୍ଦ: ବିରାଟ କୋହଲିଙ୍କ ସମେତ ବଡ଼ ବଡ଼ ରାଜନେତା କରୁଥିଲେ ବ୍ୟବହାର

ନୂଆଦିଲ୍ଲୀ,୩।୭: ଏଲନ ମସ୍କଙ୍କ ମାଇକ୍ରୋ ବ୍ଲଗିଂ ପ୍ଲାଟଫର୍ମ ଏକ୍ସ (ପୁରୁଣା ନାମ ଟୁଇଟର୍‌) ସହିତ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଭାରତର ହୋମଗ୍ରାଉଣ୍ଡ ମାଇକ୍ରୋ ବ୍ଲଗିଂ ପ୍ଲାଟଫର୍ମ ‘କୁ’(KOO)...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri