ଲିଭୁନି ଚିତା: ଅନ୍ତିମ ସଂସ୍କାର ଲାଗି ଧାଡ଼ିରେ ଅପେକ୍ଷା…

ନୂଆଦିଲ୍ଲୀ,୨୮।୪: ଭାରତର କରୋନା ମହାମାରୀ ସଂକ୍ରମଣ ସଙ୍କଟ ସ୍ଥିତି ସୃଷ୍ଟି କରିଛି। ଗତ ବର୍ଷଠାରୁ ବର୍ତ୍ତମାନ ସୁଦ୍ଧା କରୋନାରେ ଆକ୍ରାନ୍ତ ହୋଇ ଦେଶର ୨ ଲକ୍ଷ ୧ ହଜାର ୧୮୭ ଜଣଙ୍କ ମୃତ୍ୟୁ ଘଟିଲାଣି। ପ୍ରଥମ ଲହର ତୁଳନାରେ ଦ୍ୱିତୀୟ ଲହର ଦେଶରେ ତାଣ୍ଡବ ରଚିଛି। ଗତ ୨୪ ଘଣ୍ଟାରେ ଦେଶରେ ୩ ହଜାର ୨୯୩ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏପ୍ରିଲ୍‌ ୨୫ରୁ ୨୭ ଗତ ୩ ଦିନ ମଧ୍ୟରେ ୧୦ ଲକ୍ଷରୁ ଅଧିକ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଏପ୍ରିଲ୍‌ ୨୫, ୨୬ ଏବଂ ୨୭ରେ ଯଥାକ୍ରମେ ୩.୫୨ ଲକ୍ଷ, ୩.୨୩ ଲକ୍ଷ ଏବଂ ୩.୬୦ ଲକ୍ଷ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କ ସହିତ ମୃତକଙ୍କ ସଂଖ୍ୟା ବୃଦ୍ଦି ପାଉଥିବାରୁ ଶ୍ମଶାନରେ ଅନ୍ତିମ ସଂସ୍କାର କରିବା ନେଇ ସମସ୍ୟା ହେଉଛି। ଚିତା ନିଆଁ ଶ୍ମଶାନରେ ଲିବାର ନାଁ ଧରୁନି। ଶ୍ମଶାନ ବାହାରେ ମୃତଦେହଗୁଡ଼ିକର ଲମ୍ବା ଲାଇନ୍‌ ଲାଗି ରହିଛି। ପ୍ରିୟଜନଙ୍କୁ ହରାଇଥିବା ଲୋକଙ୍କ ଆଖିରୁ ଲୁହ ଶୁଖୁ ନ ଥିବାବେଳେ ଛାତିରେ କୋହ ବଢ଼ିବାରେ ଲାଗିଛି। ଭାରତ ସ୍ଥିତି ଅନ୍ତର୍ଜାତୀୟସ୍ତରରେ ଚିନ୍ତା ସୃଷ୍ଟି କରିଛି।

Share