ସୁନୀତାଙ୍କୁ ଫେରାଇ ଆଣିବାକୁ କ୍ରିଉ-୯ ମିଶନ

ଓ୍ବାଶିଂଟନ, ୨୯।୯: ଇଣ୍ଟରନ୍ୟାଶ୍‌ନାଲ ସ୍ପେସ୍‌ ସେଣ୍ଟର(ଆଇଏସ୍‌ଏସ୍‌)ରୁ ଆମେରିକୀୟ ମହାକାଶଚାରୀ ସୁନୀତା ଓ୍ବିଲିୟମ୍ସ ଓ ବୁଚ୍‌ ଓ୍ବିଲ୍‌ମୋରଙ୍କୁ ଫେରାଇ ଆଣିବା ପାଇଁ ଅଭିଯାନ ଆରମ୍ଭ ହୋଇଛି। ଆମେରିକୀୟ ସ୍ପେସ୍‌ ଏଜେନ୍ସି ନାସା ଏବଂ ଏଲନ୍‌ ମସ୍କଙ୍କ ମହାକାଶଯାନ ନିର୍ମାତା କମ୍ପାନୀ ସ୍ପେସ୍‌ ଏକ୍ସ’ ପକ୍ଷରୁ ଶନିବାର ଭାରତୀୟ ସମୟ ରାତି ୧୦ଟା ୪୭ରେ ଫ୍ଲୋରିଡାର କେପ୍‌ କାନ୍‌ଭେରାଲ ସ୍ପେସ୍‌ ଫୋର୍ସ ଷ୍ଟେଶନ୍‌ରୁ ମିଶନ ‘କ୍ରିଉ-୯’ ଲଞ୍ଚ କରାଯାଇଛି। ମିଶନ ଲଞ୍ଚ ହେବାର ଠିକ୍‌ ପୂର୍ବରୁ ନାସା ଇଞ୍ଜିନିୟରଙ୍କ ପକ୍ଷରୁ ଫାଲ୍କନ-୯ ରକେଟ ଓ ଡ୍ରାଗନ ମହାକାଶଯାନର ପରୀକ୍ଷଣ କରାଯାଇଥିଲା। ମିଶନ ପାଇଁ ଡ୍ରାଗନ ମହାକାଶଯାନ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବାନେଇ ନାସା ପକ୍ଷରୁ କୁହାଯାଇଥିଲା। ତେବେ ଫ୍ଲୋରିଡାରେ ବାତ୍ୟା ହେଲେନ୍‌ର ପ୍ରଭାବ ଯୋଗୁ ଗତ ୨୬ ତାରିଖରେ ଲଞ୍ଚ ହେବାକୁ ଥିବା ଏହି ମିଶନକୁ ୨ ଦିନ ପାଇଁ ଘୁଞ୍ଚାଇ ଦିଆଯାଇଥିଲା।
କ୍ରିଉ-୯ ମିଶନରେ ୨ ଜଣ ମହାକାଶଚାରୀଙ୍କୁ ଆଇଏସ୍‌ଏସ୍‌ ପଠାଯାଇଛି। ନାସା ମହାକାଶଚାରୀ ନିକ୍‌ ହେଗ୍‌ ଏହି ମିଶନର ନେତୃତ୍ୱ ନେଉଥିବାବେଳେ ରୁଷିଆର ରସ୍କୋସ୍‌ମୋସ୍‌ ମହାକାଶଚାରୀ ଆଲେକସାନ୍ଦ୍ର ଗୋର୍ବୁନୋଭ ମିଶନ ସ୍ପେଶାଲିଷ୍ଟ ଭାବେ ତାଙ୍କୁ ସହଯୋଗ କରିବେ। ଯଦି ସବୁ କିଛି ଠିକ୍‌ ରୁହେ ଉଭୟ କ୍ରିଉ ସଦସ୍ୟ ରବିବାର ଆଇଏସ୍‌ଏସ୍‌ରେ ପହଞ୍ଚିବେ। ସାଧାରଣତଃ ସ୍ପେସ୍‌ ଏକ୍ସ’ର ଡ୍ରାଗନ କ୍ୟାପସୁଲରେ ୪ ଜଣ ମହାକାଶଚାରୀଙ୍କୁ ନେଇ ଆଇଏସ୍‌ଏସ୍‌ ଯିବାର କ୍ଷମତା ରହିଥାଏ। ତେବେ ଏହି ମିଶନରେ ହେଗ୍‌ ଓ ଗୋର୍ବୁନୋଭ ମହାକାଶକୁ ଯାଉଥିବା ସମୟରେ ସୁନୀତା ଏବଂ ବୁଚ୍‌ଙ୍କୁ ଫେରାଇ ଆଣିବା ପାଇଁ ୨ଟି ସିଟ୍‌ ଖାଲି ରହିଥିଲା। ମିଶନରେ ପ୍ରାୟ ୫ ମାସ ପର୍ଯ୍ୟନ୍ତ ହେଗ୍‌ ଓ ଗୋର୍ବୁନୋଭ ଆଇଏସ୍‌ଏସ୍‌ରେ ରହିବେ। ଏହି ଅବଧି ମଧ୍ୟରେ ଉଭୟେ ଆଇଏସ୍‌ଏସ୍‌ରେ ୨୦୦ରୁ ଅଧିକ ବୈଜ୍ଞାନିକ ଓ ପ୍ରଯୁକ୍ତିବିଦ୍ୟା ସମ୍ବନ୍ଧିତ ପରୀକ୍ଷଣ କରିବେ। ସେହିପରି ମହାକାଶରେ ପ୍ରାୟ ୪ ମାସ ଧରି ଫସି ରହିଥିବା ସୁନୀତା ଏବଂ ବୁଚ୍‌ ମଧ୍ୟ କ୍ରିଉ-୯ ମିଶନରେ ସାମିଲ ହେବେ। ଆସନ୍ତା ବର୍ଷ ଫେବୃଆରୀରେ ହେଗ୍‌ ଓ ଗୋର୍ବୁନୋଭଙ୍କ ସହ ସୁନୀତା ଓ ବୁଚ୍‌ ମଧ୍ୟ ଡ୍ରାଗନ୍‌ କ୍ୟାପସୁଲ ଯୋଗେ ପୃଥିବୀ ଫେରି ଆସିବେ। ଏହା ସହ କ୍ରିଉ-୯ ମିଶନ ଶେଷ ହେବ ବୋଲି ନାସା ସୂଚନା ଦେଇଛି। ସୂଚନାଯୋଗ୍ୟ, ଗତ ଜୁନ ୬ରେ ବୋଇଂ ଷ୍ଟାରଲାଇନର୍‌ କ୍ୟାପସୁଲ ଯୋଗେ ଉଭୟ ସୁନୀତା ଓ ବୁଚ୍‌ ଆଇଏସ୍‌ଏସ୍‌ରେ ପହଞ୍ଚିଥିଲେ। ତେବେ ଷ୍ଟାର୍‌ଲାଇନର୍‌ରେ ହିଲିୟମ ଲିକ୍‌ ହେବା ଯୋଗୁ ଏଥିରେ ଉଭୟ ମହାକାଶଚାରୀଙ୍କୁ ପୃଥିବୀ ଫେରାଇ ଆଣିବାକୁ ନାସା ନିରାପଦ ମଣି ନ ଥିଲା। ତେଣୁ ଗତ ୬ରେ କୌଣସି କ୍ରିଉ ସଦସ୍ୟଙ୍କ ବିନା ଷ୍ଟାର୍‌ଲାଇନର୍‌ ପୃଥିବୀ ଫେରି ଆସିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଆଜିଠୁ ୨ ମାସ ପାଇଁ ପୃଥିବୀକୁ ମିଳିବ ‘ମିନି ମୁନ୍‌’

ଓ୍ବାଶିଂଟନ, ୨୯।୯: ରବିବାରଠାରୁ ପୃଥିବୀକୁ ଏକ ଅସ୍ଥାୟୀ କ୍ଷୁଦ୍ର ଚନ୍ଦ୍ର ବା ମିିନି ମୁନ୍‌ ମିଳିବାକୁ ଯାଉଛି। ‘୨୦୨୪ ପିଟି ୫’ ନାମକ ଏକ ଛୋଟ...

ଜରୁରୀ ଅବତରଣ ବେଳେ ପାକ୍‌ ହେଲିକପ୍ଟର ଦୁର୍ଘଟଣା

ଇସ୍‌ଲାମାବାଦ,୨୮ା୯: ପାକିସ୍ତାନର ଖାଇବର ପଖ୍‌ତୁନଖ୍ବା ପ୍ରଦେଶର ଉତ୍ତର ଓ୍ବାଜିରିସ୍ତାନରେ ଏକ ହେଲିକପ୍ଟର ଦୁର୍ଘଟଣାରେ ୬ ଜଣଙ୍କ ମୃତ୍ୟୁ ଘଟିବା ସହ ୮ ଜଣ ଆହତ ହୋଇଛନ୍ତି।...

ହିଜବୁଲ୍ଲା ମୁଖ୍ୟ ନିହତ: ସ୍ପଷ୍ଟ କଲା ଇସ୍ରାଏଲ ଡିଫେନ୍ସ ଫୋର୍ସ

ବେରୁଟ,୨୮।୯: ଲେବାନନର ରାଜଧାନୀ ବେରୁଟରେ ଇସ୍ରାଏଲର ଏୟାର ଷ୍ଟ୍ରାଇକରେ ଆତଙ୍କୀ ସଂଗଠନ ହିଜବୁଲ୍ଲା ମୁଖ୍ୟ ହସନ ନସରଲା ନିହତ ହୋଇଛନ୍ତି। ଏଥିସହ ଆତଙ୍କୀ ସଂଗଠନ ହିଜବୁଲ୍ଲା...

ମିଳୁ ନାହାଁନ୍ତି ଚାଇନାର ଟପ୍‌ ଇକୋନୋମିଷ୍ଟ, ସି ଜିନପିଙ୍ଗଙ୍କ ସହ ଆଲୋଚନା ପରେ ଅଛନ୍ତି ନିଖୋଜ

ବେଜିଂ,୨୮।୯: ଚାଇନାର ଏକ ସରକାରୀ ଥିଙ୍କ ଟ୍ୟାଙ୍କର ଜଣେ ଉଚ୍ଚ ଅର୍ଥନୀତିଜ୍ଞ ଗତ କିଛି ମାସ ହେବ ନିଖୋଜ ଥିଲେ। ସେ ଏକ ଘରୋଇ ଅନଲାଇନ...

ବୁଝିଗଲେଣି ମୁଇଜୁ, ଭାରତ ବିନା ଚଳି ପାରିବନି ମାଲଦ୍ୱୀପ

ନୂଆଦିଲ୍ଲୀ/ମାଲେ,୨୮।୯: ମାଲଦ୍ୱୀପର ରାଷ୍ଟ୍ରପତି ମହମ୍ମଦ ମୁଇଜୁ ବର୍ତ୍ତମାନ ଅନୁତାପ କରୁଥିବା ଜଣାପଡିଛି। ଏଥିରୁ ଜଣାପଡିଛି ଯେ ସେ ମଧ୍ୟ ବୁଝିଛନ୍ତି ଯେ ତାଙ୍କ ଦେଶ ଭାରତ...

ଶେଖ ହାସିନାଙ୍କୁ ବାଂଲାଦେଶ ଫେରାଇ ଦେବ ଭାରତ? ପୁରୁଣା ସନ୍ଧି ବଢାଇପାରେ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ସମସ୍ୟା

ଢାକା/ନୂଆଦିଲ୍ଲୀ,୨୮।୯: ବାଂଲାଦେଶର ଅପଦସ୍ଥ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ପ୍ରତ୍ୟର୍ପଣ ପ୍ରସଙ୍ଗ ପୁଣି ଥରେ ମୁଣ୍ଡ ଟେକିଛି। ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସ...

ପାକିସ୍ତାନକୁ ମୁହେଁ ମୁହେଁ ଶୁଣାଇଦେଲା ଭାରତ: ପାକିସ୍ତାନ ଆତଙ୍କବାଦର ଫ୍ୟାକ୍ଟ୍ରି

ନୂଆଦିଲ୍ଲୀ,୨୮।୯: ମିଳିତ ଜାତିସଂଘରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ କଶ୍ମୀର ପ୍ରସଙ୍ଗ ଉଠାଇଛନ୍ତି। ଏହାକୁ ନେଇ ଭାରତ ପ୍ରତିକ୍ରିୟା ରଖିଛି। UNGAରେ ରାଇଟ ଟୁ ରିପ୍ଲାଏ...

ଓସ୍କାର ବିଜୟିନୀ ଅଭିନେତ୍ରୀ ମାଗି ସ୍ମିଥ୍‌ଙ୍କ ପରଲୋକ

ଲଣ୍ଡନ,୨୮ା୯: ଓସ୍କାର ବିଜୟିନୀ ଅଭିନେତ୍ରୀ ମାଗି ସ୍ମିଥ୍‌ଙ୍କର ଶୁକ୍ରବାର ସକାଳେ ଲଣ୍ଡନର ଏକ ହସ୍ପିଟାଲରେ ପରଲୋକ ହୋଇଯାଇଛି। ତାଙ୍କୁ ୮୯ ବର୍ଷ ହୋଇଥିଲା। ହାରି ପୋଟ୍ଟର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri