କରୋନା ମହାମାରୀ ମଧ୍ୟରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ବହୁପ୍ରତିକ୍ଷୀତ ଦିନିକିଆ ସିରିଜ୍ ଶୁକ୍ରବାରଠାରୁ ଆରମ୍ଭ ହୋଇଯାଇଛି। ଏଥିପାଇଁ ଭାରତୀୟ ଖେଳାଳିମାନେ ବହୁତ ପରିଶ୍ରମ ମଧ୍ୟ କରିଛନ୍ତି। ତେବେ ଟେଷ୍ଟ ଉପ-ଅଧିନାୟକ ଆଜିଙ୍କ୍ୟ ରାହାଣେଙ୍କ ଉପରେ ସମସ୍ତଙ୍କର ନଜର ରହିଛି। କାରଣ ଅଧିନାୟକ ବିରାଟ କୋହଲି ପ୍ରଥମ ଟେଷ୍ଟ ଖେଳିବା ପରେ ଭାରତକୁ ଫେରିବେ। ତେଣୁ ରାହାଣେ ଭାରତୀୟ ଦଳର ଅଧିନାୟକତ୍ୱ ପାଇପାରନ୍ତି। ଏଥିପାଇଁ ରାହାଣେ ଜୋର୍ଦାର୍ରେ ପ୍ରସ୍ତୁତି ମଧ୍ୟ କରିଛନ୍ତି। କେବଳ ପଡ଼ିଆରେ ନୁହେଁ ହେଟେଲ ରୁମ୍ରେ ମଧ୍ୟ ସେ ବ୍ୟାଟିଂ ଅଭ୍ୟାସ କରିଛନ୍ତି। ନିକଟରେ ରାହାଣେ ସୋସିଆଲ ମିଡିଆରେ ଏକ ଭିଡିଓ ଶେୟାର କରିଥିଲେ, ଯେଉଁଥିରେ ସେ ହୋଟେଲରେ ବ୍ୟାଟିଂ ଅଭ୍ୟାସ କରୁଥିବା ଦେଖିବାକୁ ମିଳୁଛି। ଏଥିସହ ସେ ତାଙ୍କ ପଡୋଶୀଙ୍କୁ ମଧ୍ୟ କ୍ଷମା ମାଗୁଛନ୍ତି।
ରାହାଣେ ଯେଉଁ ଭିଡିଓ ଶେୟାର କରିଛନ୍ତି ସେଥିରେ ସେ ନିଜେ ବଲକୁ କାନ୍ଥକୁ ଫୋପାଡି ଦେଉଛନ୍ତି ଏବଂ ବଲ ଯେତେବେଳେ ତାଙ୍କ ଆଡକୁ ଫେରୁଛି ସେ ବ୍ୟାଟ୍ରେ ମାରୁଛନ୍ତି। ରାହାଣେଙ୍କ ଏହି ଅଭ୍ୟାସ ସମୟରେ ତାଙ୍କ ସ୍ବର ମଧ୍ୟ ଶୁଭୁଛି। ଏଥିପାଇଁ ସେ ଏହି ଭିଡିଓ ମାଧ୍ୟମରେ ତାଙ୍କ ପଡୋଶୀ କୋଠରୀରେ ରହୁଥିବା ଭାରତୀୟ ଖେଳାଳିଙ୍କୁ କ୍ଷମା ମଧ୍ୟ ମାଗିଛନ୍ତି।