Categories: ଖେଳ

ମହିଳା ଶିକ୍ଷା ଉପରେ ପ୍ରତିବନ୍ଧକ ଯୋଗୁ ଆଫଗାନିସ୍ତାନ ବିପକ୍ଷରେ ଖେଳିବାକୁ ମନା କଲା ଅଷ୍ଟ୍ରେଲିଆ

ସିଡନୀ,୧୨।୧: ମହିଳା ଓ ବାଳିକାଙ୍କ ଶିକ୍ଷା ତଥା ନିଯୁକ୍ତି ଉପରେ ତାଲିବାନର ପ୍ରତିବନ୍ଧକକୁ ଦୃଷ୍ଟିରେ ରଖି କ୍ରିକେଟ ଅଷ୍ଟ୍ରେଲିଆ ମାର୍ଚ୍ଚରେ ଆଫଗାନିସ୍ତାନ ବିପକ୍ଷ ଦିନିକିଆ ସିରିଜରୁ ଓହରିଯିବାକୁ ନିଷ୍ପତ୍ତି ନେଇଛି। ଆଇସିସି ସୁପର ଲିଗର ଏକ ଅଂଶ ଭାବରେ ସଂଯୁକ୍ତ ଆରବ ଏମିରେଟ୍ସରେ ତିନିଟି ଦିନିକିଆରେ ଆଫଗାନିସ୍ତାନ ପୁରୁଷ ଦଳ ଆଫଗାନିସ୍ତାନକୁ ଭେଟିଥାନ୍ତା। କିନ୍ତୁ ଗୁରୁବାର ଘୋଷଣା ପରେ ଯୋଜନା ଅନୁଯାୟୀ ଏହି ସିରିଜ ଆଗକୁ ଯିବ ନାହିଁ।
ନିକଟରେ ତାଲିବାନ କିଶୋରୀ ବାଳିକାମାନଙ୍କୁ ସ୍କୁଲ ଯିବା ଉପରେ ପ୍ରତିବନ୍ଦକ ଲଗାଇଥିଲା। ଏବଂ ମହିଳାମାନଙ୍କୁ ଆଫଗାନିସ୍ତାନର ବିଶ୍ୱବିଦ୍ୟାଳୟରେ ପ୍ରବେଶ ମନା ଥିଲା। ଏହି ନିଷ୍ପତ୍ତି ଯୋଗୁ ତାଲିବାନଙ୍କୁ ସାରା ବିଶ୍ୱରେ ସମାଲୋଚିତ କରାଯାଇଥିଲା।
କ୍ରିକେଟ ଅଷ୍ଟ୍ରେଲିଆ କହିଛି ଯେ, ତାଲିବାନର ମହିଳା ଏବଂ ବାଳିକାଙ୍କ ଶିକ୍ଷା ତଥା ନିଯୁକ୍ତି ସୁଯୋଗ ତଥା ପାର୍କ ଏବଂ ଜିମ ପ୍ରବେଶ କରିବାର କ୍ଷମତା ଉପରେ ଅଧିକ ପ୍ରତିବନ୍ଧକ ଘୋଷଣା କରାଯିବା ପରେ ଏହି ନିଷ୍ପତ୍ତି ନିଆଯାଇଛି। ଆଫଗାନିସ୍ତାନ ସମେତ ସାରା ବିଶ୍ୱରେ ମହିଳା ଏବଂ ପୁରୁଷଙ୍କ ପାଇଁ ବଢୁଥିବା ଖେଳକୁ ସମର୍ଥନ କରିବାକୁ ସିଏ ପ୍ରତିବଦ୍ଧ।ଏଥି ସହିତ, ମହିଳା ଏବଂ ବାଳିକାମାନଙ୍କ ପାଇଁ ଉନ୍ନତ ଅବସ୍ଥା ଆଶାରେ ଆମେ ଆଫଗାନିସ୍ତାନ କ୍ରିକେଟ ବୋର୍ଡକୁ ସମର୍ଥନ ଜାରି ରଖିବୁ। ଏହି ପ୍ରସଙ୍ଗରେ ସେମାନଙ୍କ ସମର୍ଥନ ପାଇଁ ଆମେ ଅଷ୍ଟ୍ରେଲିଆ ସରକାରଙ୍କୁ ଧନ୍ୟବାଦ ଦେଉଛୁ।

Share