ଗୁଗ୍‌ଲର ସ୍ବତନ୍ତ୍ର ଡୁଡ୍‌ଲରେ କ୍ରିକେଟ୍‌ କ୍ରେଜ୍‌

ନୂଆଦିଲ୍ଲୀ,୫।୧୦: ଆଜିଠାରୁ ଭାରତରେ କ୍ରିକେଟ୍‌ ବିଶ୍ୱକପ୍‌ ଆରମ୍ଭ ହେଉଛି। କ୍ରିକେଟ ବିଶ୍ୱକପ ପାଇଁ ଗୁଗ୍‌ଲ ଏକ ସ୍ବତନ୍ତ୍ର ଡୁଡ୍‌ଲ ଆଣିଛି। ଏହି ଡୁଡଲ୍‌ ଆନିମେଟେଡ ଫର୍ମରେ ଅଛି। ଡୁଡ୍‌ଲରେ ଦୁଇଟି ବତକ ବ୍ୟାଟ୍‌ ଧରି ପିଚ ଉପରେ ଦୌଡ଼ୁଥିବା ଦେଖାଯାଏ।
ଇଂଲଣ୍ଡ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ବିଶ୍ୱକପ୍‌ର ପ୍ରଥମ ମ୍ୟାଚ ଅନୁଷ୍ଠିତ ହେବ। ଏହା ହେଉଛି ଦିନିକିଆ ବିଶ୍ୱକପର ୧୩ ତମ ସଂସ୍କରଣ। ଭାରତରେ ଆୟୋଜିତ ହେବାକୁ ଥିବା ଏହି ବିଶ୍ୱକପରେ ୧୦ଟି ଦଳ ଅଂଶଗ୍ରହଣ କରୁଛନ୍ତି। ଏହି ବିଶ୍ୱକପ ୪୬ ଦିନ ଧରି ଚାଲିବ। ଏହି ସମୟ ମଧ୍ୟରେ ମୋଟ ୪୮ଟି ମ୍ୟାଚ ଖେଳାଯିବ। ଏହି ମ୍ୟାଚ ବିଭିନ୍ନ ସହରର ୧୦ଟି ଷ୍ଟାଡିୟମରେ ଖେଳାଯିବ।
ଏଥର ସମସ୍ତ ଦଳକୁ ଗୋଟିଏ ଗ୍ରୁପ୍‌ରେ ରଖାଯାଇଛି। ଏଠାରେ ରାଉଣ୍ଡ ମ୍ୟାଚ ଅଧୀନରେ ପ୍ରତ୍ୟେକ ଦଳ ଅନ୍ୟ ୯ଟି ଦଳ ସହିତ ଗୋଟିଏ ମ୍ୟାଚ ଖେଳିବେ। ସର୍ବାଧିକ ପଏଣ୍ଟ ଥିବା ଚାରିଟି ଦଳ ସେମିଫାଇନାଲରେ ପ୍ରବେଶ କରିବେ। ଦୁଇଟି ସେମିଫାଇନାଲ ମ୍ୟାଚ ପରେ ଫାଇନାଲ ମ୍ୟାଚ ଖେଳାଯିବ। ଫାଇନାଲ୍‌ ମ୍ୟାଚ ୧୯ ଅକ୍ଟୋବରରେ ଅନୁଷ୍ଠିତ ହେବ।ଉଦଘାଟନୀ ମ୍ୟାଚ ପରି ଫାଇନାଲ୍‌ ମ୍ୟାଚ ମଧ୍ୟ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ।

Share