କ୍ରିକେଟ କୂଟନୀତି: ଅହମଦାବାଦ ଟେଷ୍ଟ ଦେଖିବେ ମୋଦି-ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ…

ଆହମଦାବାଦ,୫।୩ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କୂଟନୀତି ବିଶ୍ୱସ୍ତରରେ ଚର୍ଚ୍ଚିତ। ଏବେ ମୋଦି କ୍ରିକେଟ କୂଟନୀତି ଆରମ୍ଭ କରିବାକୁ ଯାଉଛନ୍ତି। ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଆଣ୍ଟୋନି ଆଲବାନେ ଭାରତ ଗସ୍ତରେ ଆସିବେ। ଜାଣିବାକୁ ମିଳିଛି ଯେ ପ୍ରଧାନମନ୍ତ୍ରୀ ମୋଦି ଅଷ୍ଟ୍ରେଲୀୟ ପ୍ରଧାନମନ୍ତ୍ରୀ ଆଲବାନେଙ୍କ ସହ ଅହମଦାବାଦରେ ହେବାକୁ ଥିବା ବର୍ଡର-ଗାଭାସ୍କର ଟ୍ରଫିର ଚତୁର୍ଥ ତଥା ଅନ୍ତିମ ଟେଷ୍ଟ ମ୍ୟାଚ ଦେଖିବେ। ମାର୍ଚ୍ଚ ୯ ଗୁରୁବାରରେ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଉଭୟ ନେତା ଉପସ୍ଥିତ ରହିବେ। ଏହି ମ୍ୟାଚ ପୂର୍ବାହ୍ନ ସାଢ଼େ ୮ଟାରୁ ଉଭୟ ନେତାଙ୍କ ଉପସ୍ଥିତିରେ ଆରମ୍ଭ ହେବ।

ପ୍ରଧାନମନ୍ତ୍ରୀ ମୋଦି ବୁଧବାର ରାତିରେ ଅହମଦାବାଦରେ ପହଞ୍ଚିବେ। ସେ ରାତିରେ ରାଜ ଭବନରେ ରହିବେ।

Share