Posted inଖେଳ

ଟିମ୍‌ ଇଣ୍ଡିଆର ଆଗାମୀ ମୁଖ୍ୟ କୋଚ୍‌ ହେବେ ଗୌତମ ଗମ୍ଭୀର: ରିପୋର୍ଟ

ନୂଆଦିଲ୍ଲୀ,୧୭।୫: ଟିମ୍‌ ଇଣ୍ଡିଆର ମୁଖ୍ୟ କୋଚ୍‌ ଭାବେ ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ଭାରତର ପୂର୍ବତନ ବ୍ୟାଟ୍ସମ୍ୟାନ୍‌ ଗୌତମ ଗମ୍ଭୀର ଏହି ପଦ ଗ୍ରହଣ କରିବେ। ବର୍ତ୍ତମାନ ଆଇପିଏଲ୍‌ରେ କୋଲକାତା ନାଇଟ୍‌ ରାଇଡର୍ସର ମେଣ୍ଟର ଥିବା ଗମ୍ଭୀରଙ୍କୁ ବିସିସିଆଇ ଏନେଇ ଯୋଗାଯୋଗ କରିଛି। ଅର୍ଥାତ ସମ୍ଭାବ୍ୟ କୋଚ୍‌ ତାଲିକାରେ ପ୍ରଥମ ପସନ୍ଦ ପାଲଟିଛନ୍ତି ଗମ୍ଭୀର। ଏଭଳି ସ୍ଥିତିରେ ଆଇପିଏଲ୍‌ ଶେଷ ହେବା ପରେ ଅଧିକ ଆଲୋଚନା ହେବା ଆଶା କରାଯାଉଥିବା ESPNcricinfo ରିପୋର୍ଟରେ ଦର୍ଶାଯାଇଛି।

୪୨ ବର୍ଷୀୟ ଗମ୍ଭୀରଙ୍କ ଅନ୍ତର୍ଜାତୀୟ କିମ୍ବା ଘରୋଇସ୍ତରରେ କୋଚ୍‌ ଭାବେ କୌଣସି ଅଭିଜ୍ଞତା ନାହିଁ। ହେଲେ ସେ ଆଇପିଏଲ୍‌ରେ ୨ ଫ୍ରାଞ୍ଚାଇଜ୍‌ରେ ମେଣ୍ଟର ରହିଆସିଛନ୍ତି। ୨୦୨୨ ଏବଂ ୨୦୨୩ରେ ସେ ଲକ୍ଷ୍ନୌ ସୁପର ଜିଆଣ୍ଟସ୍‌ ମେଣ୍ଟର ଥିବା ବେଳେ ଦଳ ପ୍ଲେଅଫ୍‌ରେ ପହଞ୍ଚିଥିଲା। ଚଳିତ ଆଇପିଏଲ୍‌ ୨୦୨୪ରେ ସେ କୋଲକାତା ନାଇଟ୍‌ ରାଇଡର୍ସରେ ଯୋଗଦେଇଥିଲେ। ତାଙ୍କ ପରାମର୍ଶରେ ଦଳ ପ୍ରଥମ ଦଳ ଭାବେ ଟୁର୍ନାମେଣ୍ଟ ପ୍ଲେଅଫ୍‌ ଖେଳିବାକୁ ଯାଉଛି।

କ୍ରିକେଟର ଭାବେ କ୍ୟାରିୟର ଦେଖିଲେ ଗମ୍ଭୀର ୨୦୦୭ରେ ଭାରତର ଟି୨୦ ବିଶ୍ୱକପ୍‌ ବିଜୟ ଏବଂ ୨୦୧୧ ଦିନିକିଆ ବିଶ୍ୱକପ୍‌ ବିଜୟର ଅଂଶ ଥିଲେ। ସେ ୨୦୧୧ରୁ ୨୦୧୭ ଯାଏ ୭ ଆଇପିଏଲ୍‌ ସିଜନ୍‌ ପାଇଁ କେକେଆର୍‌ ଅଧିନାୟକ ଥିଲେ। ଏହି ସମୟରେ ଦଳ ୫ ଥର ପ୍ଲେଅଫ୍‌ ଖେଳିଥିଲା। ଏପରିକି ୨୦୧୨ ଏବଂ ୨୦୧୪ରେ ଟାଇଟଲ୍‌ ଜିତିଥିଲା।

ଗତ ସପ୍ତାହରେ ଭାରତର ପୁରୁଷ ମୁଖ୍ୟ ପ୍ରଶିକ୍ଷକ ପଦ ପାଇଁ ବିସିସିଆଇ ଆବେଦନ ଆହ୍ବାନ କରିଛି। ଏଥିରେ ଚୟନ ହେବାକୁ ଥିବା କୋଚ୍‌ ଜୁଲାଇ ୨୦୨୪ରୁ ଡିସେମ୍ବର ୨୦୨୭ ଯାଏ କାର୍ଯ୍ୟଭାର ସମ୍ଭାଳିବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପାକିସ୍ତାନ କ୍ରିକେଟରେ ପୁଣି ଡ୍ରାମା, ଏବେ ପୁଣି ବଦଳିବେ କ୍ୟାପଟେନ!

ଇସଲାମାବାଦ,୭।୯: ବାଂଲାଦେଶ ବିପକ୍ଷ ଘରୋଇ ଟେଷ୍ଟ ସିରିଜରେ ପାକିସ୍ତାନ ପରାଜୟ ପରେ ସମାଲୋଚନାର ବଜାର ସରଗରମ ହୋଇଛି। ସବୁଠାରୁ ଖରାପ କଥା ହେଉଛି ଏହି ପରାଜୟ...

ଟ୍ୟାକ୍ସି ଚାଳକଙ୍କ ପୁଅ ଜିତିଲେ ବ୍ରୋଞ୍ଜ୍‌

ପ୍ୟାରିସ୍‌,୭ା୯ଭାରତର ପ୍ରଥମ ଜୁଡୋକା ଭାବରେ ପ୍ୟାରିସ୍‌ ପାରାଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତି ଇତିହାସ ସୃଷ୍ଟି କରିଛନ୍ତି କପିଲ ପରମାର। ୨୩ ବର୍ଷୀୟ କପିଲ ବ୍ରୋଞ୍ଜ ପଦକ...

୪ ଓଭର, ଗୋଟିଏ ମେଡେନ୍‌, ୪ ରନ୍‌…. ଛାଇଗଲେ ଭୁବି

ନୂଆଦିଲ୍ଲୀ,୭।୯: ଭୁବନେଶ୍ୱର କୁମାର ୟୁପି ଟି-୨୦ ଲିଗ ୨୦୨୪ରେ ଏକ ଚମତ୍କାର ବୋଲିଂ ପ୍ରଦର୍ଶନ କରିଛନ୍ତି। ଭୁବନେଶ୍ୱର କୁମାରଙ୍କ ବୋଲିଂ ଆଗରେ ବିରୋଧୀ ବ୍ୟାଟ୍ସମ୍ୟାନମାନେ ଅସହାୟ...

୧୪୭ ବର୍ଷ ଟେଷ୍ଟ କ୍ରିକେଟ୍‌ ଇତିହାସରେ ପ୍ରଥମଥର ଘଟିଲା ଏମିତି, ଓଲି ପୋପ ବଡ଼ କାରନାମା

ନୂଆଦିଲ୍ଲୀ,୭।୯: ଇଂରାଜୀ ବ୍ୟାଟ୍ସମ୍ୟାନ ଓଲି ପୋପ ଏବେ ଚମତ୍କାର ଫର୍ମରେ ଅଛନ୍ତି। ସେ ଶ୍ରୀଲଙ୍କା ବିପକ୍ଷରେ ୧୦୩ ରନ୍‌ର ଇନିଂସ ଖେଳି ଅପରାଜିତ ଅଛନ୍ତି। ତେବେ...

ରାହୁଲ ଦ୍ରାବିଡଙ୍କ ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ,୭।୯: ଶୁକ୍ରବାର ରାଜସ୍ଥାନ ରୟାଲ୍ସ ପୂର୍ବତନ ଭାରତୀୟ ଅଧିନାୟକ ରାହୁଲ ଦ୍ରାବିଡଙ୍କୁ ଏହାର ମୁଖ୍ୟ ପ୍ରଶିକ୍ଷକ ଭାବରେ ନିଯୁକ୍ତ କରିଛି। ବାସ୍ତବରେ, ଟି -୨୦ ବିଶ୍ୱକପ୍‌...

ପ୍ରବୀଣଙ୍କୁ ସ୍ବର୍ଣ୍ଣ

ପ୍ୟାରିସ୍‌, ୭।୯(ପି.ଟି.): ଭାରତର ପ୍ରବୀଣ କୁମାର ପ୍ୟାରିସ୍‌ ପାରାଲିମ୍ପିକ୍ସରେ ଶୁକ୍ରବାର ସ୍ବର୍ଣ୍ଣ ପଦକ ଜିତି ଦେଶକୁ ଗର୍ବିତ କରିଛନ୍ତି। ପୁରୁଷ ହାଇଜମ୍ପ ଟି୬୪ ଇଭେଣ୍ଟରେ ସେ...

ଲେଜେଣ୍ଡ୍ସ ଲିଗ୍‌ରେ ପ୍ରଥମ ଥର ଓଡ଼ିଶା ଟିମ୍ କୋଣାର୍କ ସୂର୍ଯ୍ୟ: ଇର୍ଫାନ୍‌ ପଠାନ କ୍ୟାପଟେନ୍‌

ପ୍ୟାରିସ୍‌,୬ା୯: ଲେଜେଣ୍ଡ୍ସ ଲିଗ୍‌ କ୍ରିକେଟରେ ଓଡ଼ିଶାର ପ୍ରଥମ ଦଳ ଭାବେ କୋଣାର୍କ ସୂର୍ଯ୍ୟ ସାମିଲ ହୋଇଛି। ଶୁକ୍ରବାର ଭୁବନେଶ୍ୱରରେ ଟିମ ଲଞ୍ଚ ହେବା ସହ, ସମସ୍ତ...

କେବେ ଦେଖି ନ ଥିବେ ଏମିତି ମ୍ୟାଚ୍‌: ଟି-୨୦ ବିଶ୍ୱକପ୍‌ କ୍ୱାଲିଫାୟର୍ସରେ ମାତ୍ର ୧୦ ରନ୍‌ରେ ଅଲଆଉଟ୍‌ ହେଲା ଏହି ଦଳ

ନୂଆଦିଲ୍ଲୀ,୬।୯: ମଙ୍ଗୋଲିଆ ଏବଂ ସିଙ୍ଗାପୁର ମଧ୍ୟରେ ମ୍ୟାଚ ଟି-୨୦ ବିଶ୍ୱକପ ଏସୀୟ କ୍ୱାଲିଫାୟର୍ସରେ ଅନୁଷ୍ଠିତ ହୋଇଥିଲା। ଏଥିରେ ମଙ୍ଗୋଲିଆ ନାମରେ ଏକ ଲଜ୍ଜାଜନକ ରେକର୍ଡ ଯୋଡି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri