ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ତୃତୀୟ ମ୍ୟାଚରେ ଭାରତୀୟ ଦଳର ଜଣେ ଯୁବ ଖେଳାଳି ନବଦୀପ ସାଇନି ଡେବ୍ୟୁ କରିଛନ୍ତି। ୨୮ ବର୍ଷୀୟ ଡାହାଣହାତୀ ଦ୍ରୁତ ବୋଲର ଉମେଶ ଯାଦବଙ୍କ ସ୍ଥାନରେ ନବଦୀପ ଦଳରେ ସ୍ଥାନ ପାଇଛନ୍ତି। ୨୦୧୯ରେ ନବଦୀପ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ପ୍ରଥମ ଟି-୨୦ ମ୍ୟାଚ୍ ଖେଳିଥିଲେ। ପ୍ରଥମ ମ୍ୟାଚ୍ରେ ସେ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ଆଖ୍ୟା ପାଇଥିଲେ। ଖେଳ ସାଙ୍ଗକୁ ନିଜର ଫିଟ୍ନେସ୍ ପାଇଁ ଏହି ଖେଳାଳି ପ୍ରଶଂସକଙ୍କ ହୃଦୟରେ ନିଜ ପାଇଁ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛନ୍ତି। ସାଇନି ନିଜର ବଡ଼ି ପାଇଁ କଠିନ ପରିଶ୍ରମ କରିଥାନ୍ତି। ଯାହାର ଫଳାଫଳ ତାଙ୍କର ବୋଲିଂ ଏବଂ ସିକ୍ସ ପ୍ୟାକ୍ରୁ ସ୍ପଷ୍ଟ ବାରିହୋଇ ପଡ଼ୁଛି। ତାଙ୍କର ସିକ୍ସ ପ୍ୟାକ୍ ଲୁକ୍ ଦେଖି ମହିଳା ପ୍ରଶଂସକଙ୍କ ତାଲିକା ବଢ଼ୁଥିବା କୁହାଯାଉଛି। ସାଇନି ନିଜର ଓ୍ବାର୍କଆଉଟ୍ ସମୟର ଫଟୋ ସବୁ ସମୟରେ ସୋସିଆଲ ମିଡିଆରେ ଶେୟାର କରିଥାନ୍ତି। ଏହାକୁ ତାଙ୍କର ପ୍ରଶଂସକ ଲାଇକ୍ କରିବା ସହ କମେଣ୍ଟ ମଧ୍ୟ କରିଥାନ୍ତି।