ନୂଆଦିଲ୍ଲୀ, ୭।୩: ଆଇପିଏଲ୍ ପୂର୍ବରୁ ଲକ୍ଷ୍ନୌ ସୁପର୍ ଜିଆଣ୍ଟସ୍ ପାଇଁ ଖୁସିଖବର। ଆହତ ସମସ୍ୟାକୁ ନେଇ ଚିନ୍ତା ବଢ଼ାଇଥିବା ଅନୁଭବୀ ବ୍ୟାଟ୍ସମ୍ୟାନ କେଏଲ୍ ରାହୁଲ ଏନ୍ସିଏରେ ନିଜର ଅଭ୍ୟାସର ଫଟୋ ଶେୟାର କରିଛନ୍ତି। ‘ହାଏ’ କ୍ୟାପଶନ ସହ ଫଟୋ ପୋଷ୍ଟ କରିବା ପରେ ପ୍ରଶଂସକ ସେ ଶୀଘ୍ର ସୁସ୍ଥ ହୋଇଯିବେ ବୋଲି ଆଶା ପ୍ରକାଶ କରିଛନ୍ତି।
ମାର୍ଚ୍ଚ ୨୨ରୁ ଆଇପିଏଲ୍ ୨୦୨୪ ଆରମ୍ଭ ହେବ। ଲକ୍ଷ୍ନୌ ଟିମ୍ ଜୟପୁରରେ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ନିଜର ଅଭିଯାନ ଆରମ୍ଭ କରିବ। ଏହାପୂର୍ବରୁ ରାହୁଲ ଦଳ ସହ ଯୋଡ଼ି ହେବାର ସମ୍ଭାବନା ବଢ଼ିଛି। ଏହାଛଡ଼ା ଜୁନ୍ରେ ଟି୨୦ ବିଶ୍ୱକପ୍ରେ ଭାରତର ଉଇକେଟକିପର-ବ୍ୟାଟ୍ସମ୍ୟାନ୍ ଭୂମିକା ତୁଲାଇପାରନ୍ତି।