ଭାରତ-ପାକ ମ୍ୟାଚ ପୂର୍ବରୁ କ୍ରିକେଟ ପ୍ରେମୀ ତିଆରିକଲେ ସୁନାର ବିଶ୍ୱକପ ଟ୍ରଫି, ଜାଣନ୍ତୁ ଖେଉଁ ଖେଳାଳିଙ୍କୁ ଦେବେ

୨୦୨୩  କ୍ରିକେଟ୍‌ ବିଶ୍ୱକପ ଆରମ୍ଭ ହୋଇଛି। ଏଭଳି ପରିସ୍ଥିତିରେ କ୍ରିକେଟ୍‌ ପ୍ରେମୀ ଆଗାମୀ ଭାରତ-ପାକିସ୍ତାନକୁ ମ୍ୟାଚକୁ ନେଇ ବହୁତ ଉତ୍ସାହିତ ଅଛନ୍ତି। ବିଶେଷକରି ବିଶ୍ୱକପ ସମୟରେ ଉତ୍ସାହ ଦ୍ୱିଗୁଣିତ ହୁଏ। ଶନିବାର ଅନୁଷ୍ଠିତ ସବୁଠାରୁ ରୋମାଞ୍ଚକର ମ୍ୟାଚ ଗୁଜୁରାଟର ଅହମ୍ମଦାବାଦରେ ଖେଳାଯିବ । ଦୁଇ ଦଳ ମଧ୍ୟରେ ସଂଘର୍ଷ ଦେଖିବାକୁ ଷ୍ଟାଡିୟମରେ ପ୍ରସ୍ତୁତି ଶେଷ ହୋଇଛି। ସମସ୍ତେ ଉତ୍ସାହର ସହିତ ମ୍ୟାଚକୁ ଅପେକ୍ଷା କରିଛନ୍ତି। ତେବେ  ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହେଉଛି। ମ୍ୟାଚ ସହିତ  ଏହି ଫଟୋଟି ଜଡିତ।
ସୂଚନାଯୋଗ୍ୟ ଅହମ୍ମଦାବାଦର ଜଣେ ଅଳଙ୍କାର ବ୍ୟବସାୟୀ ୦.୯ ଗ୍ରାମ ଓଜନ ବିଶିଷ୍ଟ ଏକ ସ୍ବର୍ଣ୍ଣ ବିଶ୍ୱକପ ଟ୍ରଫି ପ୍ରସ୍ତୁତ କରିଛି। ଏହାକୁ ତିଆରି କରିଥିବା ଜୁଏଲାରୀ ଦୋକାନ  ନାମ ହେଉଛି ରାଉଫ ଶେଖ । ମିଡିଆ ରିପୋର୍ଟ ଅନୁଯାୟୀ, ରାଉଫ ୨୦୧୪ରେ ଏଭଳି ଟ୍ରଫି ଡିଜାଇନ କରିଥିଲେ, ଯାହାର ଓଜନ ୧.୨୦୦ ଗ୍ରାମ ଥିଲା। ଏହା ପରେ, ୨୦୧୯ରେ ସେ ୧ ଗ୍ରାମ ଟ୍ରଫି କରି ନିଜର ରେକର୍ଡ ଭାଙ୍ଗିଥିଲେ । ଏହା ପରେ, ବର୍ତ୍ତମାନ ୨୦୨୩ରେ ୦.୯୦୦ ଗ୍ରାମ ଟ୍ରଫି ପ୍ରସ୍ତୁତ କରାଯାଇଛି । ଶେଖ କହିଛନ୍ତି ଯେ ଯଦି ସେ ଭାରତ-ପାକିସ୍ତାନ ମ୍ୟାଚ ସମୟରେ ଏହାକୁ କାହାକୁ ଦେବାର ସୁଯୋଗ ପାଆନ୍ତି, ତେବେ ସେ ଏହାକୁ ରୋହିତ ଶର୍ମାଙ୍କୁ ଦେବାକୁ  ଚାହୁଁଛନ୍ତି।
Share