Posted inUncategorized

ସିଏସ୍‌କେ ପ୍ରଶଂସକଙ୍କୁ ଗୁଡ୍‌ନ୍ୟୁଜ୍‌ ଦେଲେ ଧୋନୀ

ନୂଆଦିଲ୍ଲୀ,୨୬।୧୦: କ୍ୟାପ୍‌ଟେନ୍‌ କୁଲ୍‌ ମହେନ୍ଦ୍ର ସିଂ ଧୋନୀ ଆଇପିଏଲ୍‌ ୨୦୨୫ ଖେଳିବେ କି ନାହିଁ ସେନେଇ ଦୀର୍ଘଦିନ ଧରି ପ୍ରଶଂସକଙ୍କ ମନରେ ଉତ୍କଣ୍ଠା ଲାଗି ରହିଥିଲା। ଏବେ ସେଥିରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। କାରଣ ନିଜେ ଧୋନୀ ଆଇପିଏଲ୍‌ ଖେଳିବା ନେଇ ସ୍ପଷ୍ଟ କରିଛନ୍ତି। ଅକ୍ଟୋବର ୩୧ ସୁଦ୍ଧା ଫ୍ରାଞ୍ଚାଇଜ୍‌ ସେମାନଙ୍କ ଖେଳାଳି ରିଟେନସନ ତାଲିକା ଜାରି କରିବେ। ଏଭଳି ସ୍ଥିତିରେ ମେଗା ଅକ୍ସନ ପୂର୍ବରୁ ଧୋନୀଙ୍କୁ ଚେନ୍ନାଇ ରିଟେନ୍‌ କରିବ କି ନାହିଁ ତାକୁ ନେଇ ଆଲୋଚନା ବଢ଼ିଛି।

ଆଇପିଏଲ୍‌ ୨୦୨୫ ମେଗା ଅକ୍ସନ ପୂର୍ବରୁ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଧୋନୀ କହିଛନ୍ତି, ମୁଁ ମୋ କ୍ୟାରିୟରର ଶେଷ କିଛି ବର୍ଷର ଆନନ୍ଦ ନେବାକୁ ଚାହୁଁଛି। ଯେତେବେଳେ ଆପଣ ଏକ ବୃତ୍ତିଗତ ଖେଲ ପରି କ୍ରିକେଟ ଖେଳନ୍ତି, ସେତେବେଳେ ଏହାକୁ ଉପଭୋଗ କରିବା କଷ୍ଟକର ହୋଇଯାଏ। ମୁଁ ତାହା କରିବାକୁ ଚାହେଁ। ଏହା ସହଜ ନୁହେଁ। ଯେଉଁଠି ଭାବନା ଆସୁଛି, ସେଠାରେ ପ୍ରତିଶ୍ରୁତି ରହିଛି। ଆସନ୍ତା କିଛି ବର୍ଷ ଯାଏ ଖେଳକୁ ମୁଁ ଉପଭୋଗ କରିବାକୁ ଚାହେଁ ବୋଲି ସେ କହିଛନ୍ତି।

ପ୍ରକାଶ ଯେ, ୨୦୨୪ ଆଇପିଏଲ୍‌ ସିଜନ ପୂର୍ବରୁ ଧୋନୀ ଚେନ୍ନାଇ ଅଧିନାୟକ ଭାବେ ଋତୁରାଜ ଗାଏକଓ୍ବାଡ଼ଙ୍କୁ ଦାୟିତ୍ୱ ଦେଇଥିଲେ। ସେ ଦଳ ପାଇଁ ୫ ଟାଇଟଲ୍‌ ସହ ନିଜର ଅଧିନାୟକତ୍ୱ ସମାପ୍ତ କରିଥିଲେ। ଗତ ସିଜନରେ ଚେନ୍ନାଇ ପଏଣ୍ଟ ଟେବୁଲରେ ୫ମ ସ୍ଥାନରେ ରହିଥିଲା। କେବଳ ନେଟ୍‌ ରନ୍‌ ରେଟ୍‌ ଯୋଗୁ ପ୍ଲେ ଅଫ୍‌ ଖେଳିପାରି ନ ଥିଲା।

ଧୋନୀ ଆହୁରୀ ମଧ୍ୟ କହିଛନ୍ତି, ମୋତେ ୯ ମାସ ପାଇଁ ଫିଟ୍‌ ରହିବାକୁ ପଡ଼ିବ।ଯାହାଦ୍ୱାରା ମୁଁ ଅଢ଼େଇ ମାସ ଆଇପିଏଲ୍‌ ଖେଳିପାରିବି। ଏଥିଲାଗି ଯୋଜନା କରିବାକୁ ପଡ଼ିବ, କିନ୍ତୁ ସମୟ ସମୟରେ ଚିଲ୍‌ କରିବାକୁ ହେବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭିଜିଲାନ୍ସ ଜାଲରେ ଖଣ୍ଡପଡା ଥାନା ଏସଆଇ, ଲାଞ୍ଚ ନେଲା ବେଳେ ମାଡ଼ି ବସିଲା

ନୟାଗଡ଼,୨୧ା୧୦: ଭିଜିଲାନ୍ସ ଜାଲରେ ନୟାଗଡ଼ ଜିଲା ଖଣ୍ଡପଡା ଥାନାରେ କାର୍ଯ୍ୟରତ ଏସଆଇ ଏସ.କେ.ରେହମାନ। ୩ ହଜାର ଟଙ୍କା ଲାଞ୍ଚ ନେବାବେଳେ ମାଡ଼ିବସିଲା ଭିଜିଲାନ୍ସ ଟିମ୍। ଖଳିସାହି...

ବିପଦସଙ୍କୁଳ ଶ୍ରେଣୀ ଗୃହରେ ପିଲାଙ୍କ ପାଠପଢ଼ା

ନବରଙ୍ଗପୁର,୨୦।୧୦(ସଦାଶିବ ପ୍ରହରାଜ): ଅଧାପନ୍ତରିଆ ନିର୍ମାଣ କାର୍ଯ୍ୟକୁ ସମ୍ପୂର୍ଣ୍ଣ ହୋଇଥିବା ଦେଖାଇ ଉଦ୍‌ଘାଟନ କରାଯାଇଛି। ହେଲେ ଉଦ୍‌ଘାଟନର ବର୍ଷେ ବିତିନି ରଙ୍ଗ ଛାଡି ସୌନ୍ଦର୍ଯ୍ୟ ହଜିଗଲାଣି। ତଥାପି...

ରୋହିଣୀ ସିଆର୍‌ପିଏଫ୍‌ ସ୍କୁଲ ନିକଟରେ ବଡ଼ ବିସ୍ଫୋରଣ: ଆଖପାଖ କୋଠାର କାଚ ଭାଙ୍ଗିଲା, ପହଞ୍ଚିଲା NSG

ନୂଆଦିଲ୍ଲୀ,୨୦।୧୦: ଦିଲ୍ଲୀର ରୋହିଣୀ ସ୍ଥିତ ସିଆର୍‌ପିଏଫ୍‌ ସ୍କୁଲ ବାହାରେ ବଡ଼ ବିସ୍ଫୋରଣ ଘଟିଛି। ଏଥିଯୋଗୁ ଆଖପାଖର କୋଠା ସହ ପାଖରେ ଥିବା କାର୍‌ର କାଚ ଭାଙ୍ଗିଯାଇଛି।...

ଭୁବନେଶ୍ବର- କଟକରେ ୩ ଘଣ୍ଟା ପ୍ରବଳ ଛେଚିବ

ଭୁବନେଶ୍ୱର,୧୯।୧୦: ଭୁବନେଶ୍ବର ଓ କଟକରେ ୩ ଘଣ୍ଟା ଯାଏ ବର୍ଷିବ । ଏ ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହାସହ ଟୁଇନ୍‌ସିଟିକୁ ହାଇ...

ପଡ଼ିଥିଲେ ବିବାହିତ ମହିଳାଙ୍କ ପ୍ରେମରେ, ଲଢ଼ି ଲଢ଼ି ଜିତିଥିଲେ ବାଜି; କିଛି ଏଭଳି ଥିଲା…

ନୂଆଦିଲ୍ଲୀ,୧୭।୧୦: ପ୍ରେମରେ ହୃଦୟ ହାରିଥିବା ଭାରତୀୟ କ୍ରିକେଟରଙ୍କ ତାଲିକା ଲମ୍ବା। ହେଲେ ସେମାନଙ୍କ ମଧ୍ୟରେ ଏଭଳି ଜଣେ କ୍ରିକେଟର ଅଛନ୍ତି ଯିଏ ଜଣେ ବିବାହିତା ମହିଳାଙ୍କ...

ଦାଦନ ଦୂର ପାଇଁ ଟାସ୍କଫୋର୍ସ

ଭୁବନେଶ୍ୱର,୧୫।୧୦(ଅନିଲ ଦାସ):ରାଜ୍ୟ ସରକାର ଗଠନ କରିଥିବା ଉଚ୍ଚସ୍ତରୀୟ ଟାସ୍କଫୋର୍ସ ଓଡ଼ିଶାର ଶ୍ରମିକମାନଙ୍କ ସମସ୍ୟାର ସମାଧାନ ତଥା ଦାଦନଜନିତ ବିସ୍ଥାପନ ରୋକିବା ନିମନ୍ତେ ସବିଶେଷ ଭାବରେ ଆଲୋଚନା...

ଏକନାଥ ଶିନ୍ଦେଙ୍କ ହାତ ଛାଡି ଦେବେ କି ଅଜିତ ପାୱାର! ଏନସିପି ନେତାଙ୍କ ବୟାନକୁ ନେଇ…

ମୁମ୍ବାଇ,୧୪।୧୦: ଅଜିତ ପାୱାର ଦେବେନ୍ଦ୍ର ଫଡନ୍‌ଭିସ ଏବଂ ଏକନାଥ ଶିନ୍ଦେଙ୍କ ହାତ ଛାଡି ଦେବେ କି? କିମ୍ବା ଚାପ ସୃଷ୍ଟି କରିବା ପାଇଁ ଏହା ଏକ...

ନଭେମ୍ବର ୧୫ରେ ସରିବ ପିଜିଡିଏସ୍‌ର ଆବେଦନ ପ୍ରକ୍ରିୟା

ଭୁବନେଶ୍ୱର,୮।୧୦: ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପ୍ରଫେସର ଘନଶ୍ୟାମ ଦାଶ ସ୍କଲାରଶିପ୍‌ (ପିଜିଡିଏସ୍‌) ର ୨୦ତମ ସଂସ୍କରଣ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri