Categories: ଜାତୀୟ

ରାଫାଲକୁ ନେଇ ଭାରତୀୟ ବାୟୁ ସେନାକୁ ଶୁଭେଚ୍ଛା ଜଣାଇଲେ ଧୋନି

ନୂଆଦିଲ୍ଲୀ,୧୦ ।୯: ଭାରତୀୟ କ୍ରିକେଟ ଦଳର ପୂର୍ବତନ କ୍ୟାପଟେନ ମହେନ୍ଦ୍ର ସିଂ ଧୋନିଙ୍କ ସେନା ପ୍ରେମ ଦେଖିବାକୁ ମିଳିଛି । ଭାରତୀୟ ସେନା ପକ୍ଷରୁ ଧୋନିଙ୍କୁ ଲେପ୍ଟନାଣ୍ଟ କର୍ନେଲ ର‌୍ୟାଙ୍କ ଦିଆଯାଇଛି । ଏବେ ଭାରତୀୟ ବାୟୁସେନାରେ ରାଫାଲ ସାମିଲ ହେବା ଖବର ଜାଣିବା ପରେ ଶୁଭେଚ୍ଛା ଜଣାଇଛନ୍ତି ଧୋନି । ସେ ଏବେ ଆଇପିଏଲ୍ ପାଇଁ ୟୁଏଇରେ ଥିଲେ ମଧ୍ୟ ଭାରତୀୟ ବାୟୁସେନାକୁ ଶୁଭେଚ୍ଛା ଜଣାଇବାକୁ ଭୁଲି ନାହାନ୍ତି । ସୂଚନାଯୋଗ୍ୟା, ଫ୍ରାନ୍ସ ନିକଟରୁ ଭାରତ ଯୁଦ୍ଧ ବିମାନ ରାଫାଲ କିଣିବା ପରେ ଗୁରୁବାର ଏହା ଔପଚାରିକ ଭାବେ ଭାରତୀୟ ବାୟୁସେନାରେ ସାମିଲ ହୋଇଛି । ଧୋନି ଟୁଇଟ୍ କରି କହିଛନ୍ତି ବାୟୁସେନାକୁ ଏହି ବିଶେଷ ମୁହୂର୍ତ୍ତରେ ମୁଁ ଶୁଭେଚ୍ଛା ଜଣାଉଛି । ସବୁଠାରୁ ଶକ୍ତିଶାଳୀ ଯୁଦ୍ଧ ବିମାନକୁ ସବୁଠାରୁ ଭଲ ପାଇଲଟ ମିଳି ଯାଇଥିବା ସେ କହିଛନ୍ତି । ଏହି ରାଫାଲ ଯୁଦ୍ଧ ବିମାନ ମିରାଜ-୨୦୦୦କୁ ପଛରେ ପକାଇ ଦେବ ବୋଲି ସେ କହୁଛନ୍ତି । କିନ୍ତି ସୁଖୋଇ ଆଜିବି ଧୋନିଙ୍କର ପସନ୍ଦର ଯୁଦ୍ଧ ବିମାନ ବୋଲି ସେ ସୂଚନା ଦେଇଛନ୍ତି । ସୂଚନାଯୋଗ୍ୟ, ଗୁରୁବାର ଅମ୍ବାଲ ଏୟାବେଶରେ ଫ୍ରାନ୍ସ ନିକଟରୁ କ୍ରୟ କରାଯାଇଥିବା ରାଫାଲ ଯୁଦ୍ଧବିମାନ ଗୁଡିକ ବିଧିବଦ୍ଧ ଭାବେ ଭାରତୀୟ ବାୟୁସେନାରେ ସାମିଲ ହୋଇଛି ।

Share