Categories: ଖେଳ

ଟିମ୍‌ ଇଣ୍ଡିଆରୁ କେ ଏଲ୍‌ ରାହୁଲ କାହିଁକି ପଡ଼ିଲେ ବାଦ୍‌? ଜାଣନ୍ତୁ ୫ କାରଣ…

ନୂଆଦିଲ୍ଲୀ,୩୦।୪: ବିଶ୍ୱକପ୍‌ ୨୦୨୪ ଲାଗି ଟିମ୍‌ ଇଣ୍ଡିଆ ଘୋଷଣା ହୋଇଛି। ବିସିସିଆଇ ରୋହିତ ଶର୍ମାଙ୍କ ନେତୃତ୍ୱରେ ୧୫ଜଣିଆ ସଦସ୍ୟ ବିିଶିଷ୍ଟ ଭାରତୀୟ ସ୍କ୍ବାର୍ଡ ଘୋଷଣା କରିଛି। ଚୟନ କମିଟି ଋଷଭ ପନ୍ତ ଏବଂ ସଞ୍ଜୁ ସାମସନଙ୍କୁ ଉଇକେଟକିପର ବ୍ୟାଟ୍ସମ୍ୟାନ୍‌ ଭାବେ ଚୟନ କରିଥିବ ବେଳେ କେ ଏଲ୍‌ ରାହୁଲ ବାଦ୍‌ ପଡ଼ିଛନ୍ତି।
ଗତ ବର୍ଷ ଦିନିକିଆ ବିଶ୍ୱକପ୍‌ରେ ଉଇକେଟକିପର ଭବେ ଜବରଦସ୍ତ ପ୍ରଦର୍ଶନ କରିଥିଲେ ରାହୁଲ। ଏଥିସହ ବର୍ତ୍ତମାନର ଆଇପିଏଲ୍‌ ୨୦୨୪ ସିଜନରେ ମଧ୍ୟ ସେ ଭଲ ଫର୍ମରେ ଥିଲେ। ତାଙ୍କର ଷ୍ଟ୍ରାଇକ୍‌ ରେଟ୍‌ରେ ମଧ୍ୟ ସୁଧାର ନଜର ଆସୁଥିଲା। ଏହାସତ୍ତ୍ୱେ ତାଙ୍କୁ କାହିଁକି ବାଦ୍‌ ଦିଆଗଲା ସେନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଥାଇପାରେ ଏହି ୫ କାରଣ:
-ସବୁଠାରୁ ପ୍ରମୁଖ କଥା ୩ ଉଇକେଟକିପରଙ୍କ ପ୍ରଦର୍ଶନ ରହିଛି। ରାହୁଲ ଆଇପିଏଲ୍‌ର ୯ ଇନିଂସରେ ୩୭୮ ରନ୍‌ କରିଥିଲେ ହେଁ ପନ୍ତ ଏବଂ ସାମସନଙ୍କଠାରୁ ପଛରେ ରହିଛନ୍ତି।
-ରାହୁଲଙ୍କ ବ୍ୟାଟ୍‌ରୁ ଓପନର୍‌ ଭାବେ ଭଲ ରନ୍‌ ଆସିଛି। ହେଲେ ଭାରତୀୟ ଟିମ୍‌ରେ ସେହି ସ୍ଥାନ ପୂର୍ବରୁ ପୂରଣ ରହିଛି।
-ରାହୁଲ ମିଡିଲ୍‌ ଅର୍ଡରରେ ରନ୍‌ କରିଥିଲେ ଚୟନ ପରିସରକୁ ଆସିଥାନ୍ତେ।
-ସ୍ପିନରଙ୍କ ବିପକ୍ଷରେ ବ୍ୟାଟିଂରେ ବିଫଳ ହେବା ରାହୁଲଙ୍କୁ ଚୟନ କରା ନ ଯିବାର କାରଣ ହୋଇଥାଇପାରେ।
-ଏହାଛଡ଼ା ପୂର୍ବ ୨ ଟି୨୦ ବିଶ୍ୱକପ୍‌ରେ ପ୍ରଦର୍ଶନ ସେତେଟା ଆଖିଦୃଶିଆ ନ ଥିଲା। ୨୦୨୨ରେ ରାହୁଲ ୬ ଇନିଂସରେ ମାତ୍ର ୧୨୮ ରନ୍‌ କରିଥିଲେ। ୨୦୨୧ରେ ସେ  ୫ ଇନିଂସରେ ୧୯୪ ରନ୍‌ କରିଥିଲେ।
Share