Categories: ଖେଳ

ଲାଇଭ୍‌ ମ୍ୟାଚ୍‌ରେ IPL ନିୟମ ଉଲ୍ଲଂଘନ; ୪୮ ଘଣ୍ଟା ପରେ ମୁମ୍ବାଇ ଟିମ୍‌ର କୋଚ୍‌-ବ୍ୟାଟ୍ସମ୍ୟାନ୍‌ଙ୍କ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୨୦।୪: ଆଇପିଏଲ୍‌ ନିୟମ ଉଲ୍ଲଂଘନ କରିବା ପଡ଼ିଲା ମହଙ୍ଗା। ମୁମ୍ବାଇ ଇଣ୍ଡିଆନ୍ସ ବ୍ୟାଟିଂ କୋଚ୍‌ କିରନ୍‌ ପୋଲାର୍ଡ ଏବଂ ବ୍ୟାଟ୍ସମ୍ୟାନ୍‌ ଟିମ୍‌ ଡେଭିଡ୍‌ଙ୍କୁ ଲାଇଭ୍‌ ମ୍ୟାଚ୍‌ରେ ସୀମା ଅତିକ୍ରମ କରିବା ଲାଗି ଜରିମାନା କରାଯାଇଛି। ପଞ୍ଜାବ କିଙ୍ଗ୍ସ ବିପକ୍ଷ ମ୍ୟାଚ୍‌ରେ ଆଇପିଏଲ୍‌ ନିୟମ ଭାଙ୍ଗିଥିବା ଯୋଗୁ ଦୁହେଁ ମ୍ୟାଚ୍‌ ଫିସ୍‌ର ୨୦% ଜରିମାନା ଗଣିବେ।

ଏହି ମ୍ୟାଚ୍‌ରେ ମୁମ୍ବାଇ ଇନିଂସର ୧୫ତମ ଓଭରର ଶେଷ ବଲ୍‌ରେ କ୍ରିଜ୍‌ରେ ଥିବା ସୂର୍ଯ୍ୟକୁମାର ଯାଦବଙ୍କ ପାଇଁ ଓ୍ବାଇଡ୍‌କୁ ନେଇ ରିଭ୍ୟୁ(ସମୀକ୍ଷା) କରିବା ନିଷ୍ପତ୍ତିକୁ ମୁମ୍ବାଇ ଡଗ୍‌ଆଉଟ୍‌ ପକ୍ଷରୁ ଆସିଥିଲା। ଏନେଇ ସଙ୍କେତ ଦେଇଥିଲେ କିରନ୍‌ ପୋଲାର୍ଡ ଏବଂ ଟିମ୍‌ ଡେଭିଡ୍‌। ଟିଭି ରିପ୍ଲେ ଦେଖିବା ପରେ ଦୁହେଁ ରିଭ୍ୟୁ କରିବାକୁ ସୂର୍ଯ୍ୟକୁମାରଙ୍କୁ ଠାରରେ କହିଥିଲେ।

ଏହି ସଙ୍କେତକୁ ପଞ୍ଜାବ କିଙ୍ଗ୍ସ ଅଧିନାୟକ ସାମ କୁରାନ୍‌ ବିରୋଧ କରିଥିଲେ। ହେଲେ ପରେ ଫିଲ୍ଡ ଅମ୍ପାୟାର ତାକୁ ଅଣଦେଖା କରିଥିଲେ। ଏବେ ଘଟଣାର ୪୮ ଘଣ୍ଟା ପରେ ଉଭୟଙ୍କ ଉପରେ କାର୍ଯ୍ୟାନୁଷ୍ଠାନସ୍ବରୂପ ମ୍ୟାଚ୍‌ ଫିସ୍‌ର ୨୦% ଜରିମାନା ଲଗାଯାଇଛି।

Share