Categories: ଖେଳ

VIDEO: ଆର୍‌ସିବିର ମଜା ଉଡାଇଲା ପଞ୍ଜାବ କିଙ୍ଗ୍ସ, ଧର୍ମଶାଳା ମ୍ୟାଚ୍‌କୁ ନେଇ ବଢ଼ିଲା ଉତ୍କଣ୍ଠା

ନୂଆଦିଲ୍ଲୀ,୮।୫: ଆଇପିଏଲ୍‌ ୨୦୨୪ର ଲିଗ୍‌ ପର୍ଯ୍ୟାୟ ଏବେ ଶେଷ ସୋପାନରେ। ଦୁଇ ସପ୍ତାହ ପରେ ଟୁର୍ନାମେଣ୍ଟର ପ୍ଲେ ଅଫ୍‌ ମୁକାବିଲା ଖେଳାଯିବ। ଏଯାବତ ଗୋଟିଏ ବି ଟିମ୍‌ ଆଧିକାରୀକ ଭାବେ ବାଦ ପଡ଼ି ନ ଥିବା ବେଳେ କେହି କ୍ୱାଲିଫାଏ ବି କରିନାହାନ୍ତି। ଏମିତିରେ ବାକି ଥିବା ମୁକାବିଲା ସମସ୍ତ ଟିମ୍‌ ଲାଗି ଗୁରୁତ୍ୱ ବହନ କରୁଛି। ଏହି କ୍ରମରେ ଆଇପିଏଲ୍‌ର ୫୮ତମ ମୁକାବିଲା ପଞ୍ଜାବ କିଙ୍ଗ୍ସ ଏବଂ ରୟାଲ ଚ୍ୟାଳେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଧର୍ମଶାଳାରେ ଖେଳାଯିବ। ହେଲେ ଏହି ମୁକାବିଲା ପୂର୍ବରୁ ପଞ୍ଜାବ ଆର୍‌ସିବିର ମଜା ଉଡାଇ ମ୍ୟାଚ୍‌ର ଉତ୍କଣ୍ଠା ଦ୍ୱିଗୁଣିତ କରିଛି।

କମେଡିଆନ ତଥା ଅଭିନେତା ଜସମିତ ଏକ ଭିଡିଓ ଶେୟାର କରିଛନ୍ତି। ଏଥିରେ ପଞ୍ଜାବ ପ୍ରଶଂସକ ହୋଇ ସେ ଦୁଇଟି କାଲକୁଲେଟର ମାଗୁଛନ୍ତି। କାରଣ କ’ଣ ପଚରାଯିବାରେ ସେ ପଞ୍ଜାବ ସହ ଆର୍‌ସିବି ଖେଳୁଛି ବୋଲି ସେ କହି ଆର୍‌ସିବିକୁ ଟ୍ରୋଲ କରିବାକୁ ଚେଷ୍ଟା କରିଛନ୍ତି। ଏହା ବେଶ ଭାଇରାଲ ହେଉଥିବା ବେଳେ ପ୍ରଶଂସକ ମଜା ନେଉଛନ୍ତି। ଉଭୟ ଦଳର ପ୍ରଶଂସକ ପରସ୍ପରକୁ ଟ୍ରୋଲ୍‌ କରୁଛନ୍ତି।

Share