Posted inଖେଳ

ବିରାଟ-ଗାଭାସ୍କର ବିବାଦକୁ ଡେଇଁଲେ ଅକ୍‌ରମ୍‌; କୋହଲିଙ୍କୁ କହିଦେଲେ ବଡ଼ କଥା…

ନୂଆଦିଲ୍ଲୀ,୭।୫: ନିକଟରେ ଦେଖାଦେଇଥିବା ବିରାଟ କୋହଲି ଏବଂ ସୁନୀଲ ଗାଭାସ୍କରଙ୍କ ମଧ୍ୟର ବିବାଦ ମଧ୍ୟକୁ ଡେଇଁ ପଡ଼ିଛନ୍ତି ପାକିସ୍ତାନର ପୂର୍ବତନ ଅଧିନାୟକ ଓ୍ବାସିମ ଅକରମ୍‌। ବିରାଟଙ୍କୁ ପରାମର୍ଶ ଦେଇ ସେ ଏଭଳି ମନ୍ତବ୍ୟ ଦେବା ଉଚିତ ନୁହେଁ ବୋଲି ସେ କହିଛନ୍ତି। ଅପରପକ୍ଷେ ଗାଭାସ୍କରଙ୍କୁ ସେ ସମର୍ଥନ କରିଛନ୍ତି। ବ୍ୟାଟ୍ସମ୍ୟାନଙ୍କ ଶକ୍ତି ଏବଂ ଦୁର୍ବଳତା ବିଷୟରେ କହିବା କମେଣ୍ଟେଟର୍ସମାନଙ୍କ କାମ ବୋଲି ସେ କହିଛନ୍ତି।

ଅକରମ ଏକ ସାକ୍ଷାତକାରରେ କହିଛନ୍ତି, ଉଭୟ ବିରାଟ ଏବଂ ଗାଭାସ୍କର ମହାନ ଖେଳାଳି। ଗାଭାସ୍କରଙ୍କୁ ଜଣେ କ୍ରିକେଟର, ମଣିଷ ଏବଂ ମଇଦାନ ବାହାରୁ ଜାଣିଛି। ସେ ବର୍ଷ ବର୍ଷ ଧରିକ କମେଣ୍ଟ୍ରି କରୁଛନ୍ତି। ସେହିଭଳି ବିରାଟ ଜଣେ ଶ୍ରେଷ୍ଠ ଖେଲାଳି। ସେ ବହୁତ ରନ୍‌ ସ୍କୋର କରିଛନ୍ତି। ହେଲେ ସେ ଏହିଭଳି କଥା ହେବା ଉଚିତ ନୁହେଁ।

କହିରଖୁଛୁ ଯେ, ଗାଭାସ୍କର କୋହଲିଙ୍କ ଷ୍ଟ୍ରାଇକ ହାର ଉପରେ ପ୍ରଶ୍ନ ଉଠାଇଥିଲେ। ଏହା ପରେ ବିରାଟ ପରବର୍ତ୍ତୀ ଇନିଂସରେ ଚମତ୍କାର ବ୍ୟାଟିଂ କରି ତାଙ୍କ ଉପରେ ପ୍ରଶ୍ନ ଉଠାଉଥିବା ସମାଲୋଚକମାନଙ୍କୁ ଜବାବ ଦେଇଥିଲେ। ଏହା ପରେ ଗାଭାସ୍କର ରାଗି ଯାଇଥିଲେ ଏବଂ ଲାଇଭ ଶୋ’ରେ ସେ ଆଇପିଏଲ ପ୍ରସାରଣ ଚ୍ୟାନେଲକୁ ଗାଳି ଦେଇଥିଲେ ଯିଏ ବାରମ୍ବାର ବିରାଟଙ୍କ ଏହି ବିବୃତ୍ତି ବଜାଉଥିଲା। ବିରାଟଙ୍କ ବିବୃତ୍ତି ଚଲାଇ ଚ୍ୟାନେଲ ନିଜର ସମୀକ୍ଷକଙ୍କୁ ଅପମାନିତ କରୁଛିବୋଲି ଗାଭାସ୍କର ଭାବିଥିଲେ।

ଚଳିତ ସିଜନରେ କୋହଲି ୧୧ ମ୍ୟାଚ୍‌ରେ ୫୪୨ ରନ ସଂଗ୍ରହ କରିଛନ୍ତି। ବଡ କଥା ହେଉଛି ତାଙ୍କର ଷ୍ଟ୍ରାଇକ ହାର ପ୍ରାୟ ୧୫୦ ରହିଛି। ୨୦୧୬ ପରଠାରୁ ପ୍ରଥମ ଥର ପାଇଁ ବିରାଟଙ୍କ ଷ୍ଟ୍ରାଇକ ହାର ୧୫୦ ପାଖାପାଖି ଥିବାର ଅର୍ଥ କୋହଲି ଚଳିତ ସିଜନରେ ତାଙ୍କ ରନ୍‌ର ଗତି ବୃଦ୍ଧି କରିଛନ୍ତି। ବର୍ତ୍ତମାନ, ଏସବୁ କରିବା ପରେ ମଧ୍ୟ ଯଦି ତାଙ୍କ ବ୍ୟାଟିଂ ଉପରେ ପ୍ରଶ୍ନ ଉଠାଯାଏ, ତା’ହେଲେ ତାଙ୍କର ପ୍ରତିକ୍ରିୟା ନିଶ୍ଚିତ ଭାବେ ଆସିବ। ଦେଖିବାକୁ ଗଲେ ବିରାଟ ନିଶ୍ଚିତ ଭାବରେ ଚୁପ ରହିବା ଭଳି ଖେଳାଳି ନୁହନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସତରେ କ’ଣ ଚାମ୍ପିଅନ୍ସ ଟ୍ରଫି ଖେଳିବାକୁ ପାକିସ୍ତାନ ଯିବ ଟିମ୍‌ ଇଣ୍ଡିଆ? ସ୍ପଷ୍ଟ ଚିତ୍ର ଦେଲା ବୈଦେଶିକ ମନ୍ତ୍ରଣାଳୟ

ନୂଆଦିଲ୍ଲୀ,୧୭।୧୦: ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ ପାଇଁ ଭାରତୀୟ କ୍ରିକେଟ ଟିମ୍‌ ପାକିସ୍ତାନ ଗସ୍ତ କରିବ କି ଏଷବ ଏମିତି ପ୍ରଶ୍ନ ଉଙ୍କି ମାରିଛି। ବର୍ତ୍ତମାନ...

ବ୍ୟାକ୍‌ଫୁଟ୍‌ରେ ଟିମ୍‌ ଇଣ୍ଡିଆ: ବୋଲିଂ ପରେ ବ୍ୟାଟିଂରେ କିଓ୍ବି ଖେଳାଳିଙ୍କ ଜଲଓ୍ବା

ବେଙ୍ଗାଲୁରୁ,୧୭ା୧୦: ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ଏକ ଅଲୋଡା ରେକର୍ଡ ନିଜ ନାମରେ କରିଛି ଭାରତ। ପ୍ରଥମ ଦିନ ବର୍ଷାରେ ଧୋଇ ଯାଇଥିବା ବେଳେ...

ଭାରତ ନାଁରେ ୫ ଅଲୋଡା ରେକର୍ଡ: ଜାଣନ୍ତୁ ଏ ବିଷୟରେ…

ବେଙ୍ଗାଲୁରୁ,୧୭।୧୦: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ବେଙ୍ଗାଲୁରୁରେ ଖେଳାଯାଉଛି। ପ୍ରଥମ ଦିନର ଖେଳ ବର୍ଷାରେ ଧୋଇ ଯାଇଥିଲା । ଏହା ପରେ ଦ୍ୱିତୀୟ...

ଆଇପିଏଲ୍‌ ୨୦୨୫ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସର ନବକଳେବର: ହଟିଲେ ରିକି ପଣ୍ଟିଂ

ନୂଆଦିଲ୍ଲୀ,୧୭।୧୦: ପ୍ରତ୍ୟେକ ଦଳ ଆଇପିଏଲ୍‌ ୨୦୨୫ ପାଇଁ ପ୍ରସ୍ତୁତ ହେଉଛନ୍ତି। ଆଗାମୀ ସିଜିନ୍‌ ପାଇଁ ଆଇପିଏଲ ଦଳରେ ଅନେକ ପରିବର୍ତ୍ତନ କରାଯାଉଛି। ଦିଲ୍ଲୀ କ୍ୟାପିଟାଲ୍ସରେ ମଧ୍ୟ...

ଟେଷ୍ଟ ଇତିହାସରେ ପ୍ରଥମଥର ପାଇଁ ଘରେ ମାଟି କାମୁଡିଲା ଟିମ୍‌ ଇଣ୍ଡିଆ: ଏମିତି ରେକର୍ଡ କଲା

ବେଙ୍ଗାଲୁରୁ,୧୭।୧୦: ବେଙ୍ଗାଲୁରୁରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ଟିମ ଇଣ୍ଡିଆ ମାତ୍ର ୪୬ ରନରେ ଅଲଆଉଟ ହୋଇଥିଲା। ଟେଷ୍ଟ କ୍ରିକେଟ ଇତିହାସରେ ଘରୋଇ ମାଟିରେ...

ଧୋନୀଙ୍କ ବଡ଼ ରେକର୍ଡ ଭାଙ୍ଗିଲେ କୋହଲି

ନୂଆଦିଲ୍ଲୀ,୧୭।୧୦: ନ୍ୟୁଜିଲାଣ୍ଡ ବିପକ୍ଷ ବେଙ୍ଗାଲୁରୁ ଟେଷ୍ଟରେ ଏମ୍‌ ଏସ୍‌ ଧୋନୀଙ୍କ ବଡ଼ ରେକର୍ଡ ଭାଙ୍ଗିଛନ୍ତି। ଟସ୍‌ ଜିତିବା ପରେ ରୋହିତ ଏକାଦଶ ଘୋଷଣା କରିବା ମାତ୍ରେ...

୫୫ ବର୍ଷ ପରେ ଏମିତି ଲଜ୍ଜାଜନକ ରେକର୍ଡ କଲା ଟିମ୍‌ଇଣ୍ଡିଆ

ବେଙ୍ଗାଲୁରୁ,୧୭।୧୦: ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍‌ ବେଙ୍ଗାଲୁରୁର ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖେଳାଯାଉଛି। ପ୍ରଥମ ଦିନ ବର୍ଷା ଯୋଗୁ ଟସ...

ବେଙ୍ଗାଲୁରୁ ଟେଷ୍ଟରେ ଭାରତ ୪୬ ରନରେ ଅଲଆଉଟ୍: ଖାତା ଖୋଲିପାରିଲେନି ୫ ବ୍ୟାଟର

ନୂଆଦିଲ୍ଲୀ,୧୭ା୧୦: ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ୩ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜର ପ୍ରଥମ ଟେଷ୍ଟ ବେଙ୍ଗାଲୁରୁରେ ଖେଳାଯାଉଛି। ଗୁରୁବାର ମ୍ୟାଚର ଦ୍ୱିତୀୟ ଦିନରେ ଖେଳ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri