Categories: ଖେଳ

ଭାରତୀୟ ପ୍ରଶଂସକଙ୍କ ମଜା ଉଡାଇଲା କ୍ରିକେଟ ପାକିସ୍ତାନ, ଟୁଇଟ୍‌ କରି ପଚାରିଲା ଏମିତି ପ୍ରଶ୍ନ

ନୂଆଦିଲ୍ଲୀ,୮।୧୧: ଟି -୨୦ ବିଶ୍ୱକପ ୨୦୨୧ରେ ସେମିଫାଇନାଲରୁ ବାଦ୍‌ ପଡିଛି ଭାରତ। ଆଫଗାନିସ୍ତାନ ବିପକ୍ଷରେ ନ୍ୟୁଜିଲାଣ୍ଡ ଜିତିବା ମାତ୍ରେ ଭାରତ ସେମିଫାଇନାଲ ଖେଳିବା ଆଶା ଭାଙ୍ଗିଯାଇଛି। ଯଦି ଆଫଗାନିସ୍ତାନ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଥାନ୍ତା, ତା’ହେଲେ ଭାରତୀୟ ଦଳ ନାମ୍ବିଆକୁ ପରାସ୍ତ ଥିଲେ ନେଟ ରନ ହାର ଆଧାରରେ ଦଳ ସେମିଫାଇନାଲରେ ପ୍ରବେଶ କରିଥାନ୍ତା। କିନ୍ତୁ ତାହା ହୋିନାହିଁ। ଏପରି ପରିସ୍ଥିତି ପାକିସ୍ତାନ ପ୍ରଶଂସକ ଭାରତର ମଜାକ ଉଡାଇଛନ୍ତି।
ଭାରତୀୟ ପ୍ରଶଂସକମାନେ ଆଫଗାନିସ୍ତାନର ବିଜୟ ପାଇଁ ପ୍ରାର୍ଥନା କରୁଥିଲେ, କିନ୍ତୁ କିୱି ଦଳ ଭାରତୀୟଙ୍କ ହୃଦୟ ଭାଙ୍ଗି ଦେଇଥିଲା। ଏହି ମ୍ୟାଚ ସମୟରେ ପାକିସ୍ତାନ କ୍ରିକେଟ ୱେବସାଇଟ ଭାରତୀୟ ପ୍ରଶଂସକଙ୍କୁ ପରିହାସ କରିଥିଲା, କିନ୍ତୁ ପୂର୍ବତନ ଭାରତୀୟ ଘରୋଇ କ୍ରିକେଟର ୱାସିମ ଜାଫର ପାକିସ୍ତାନ କ୍ରିକେଟର ଉପଯୁକ୍ତ ଉତ୍ତର ଦେବାରେ ବିଳମ୍ବ କରି ନ ଥିଲେ।
ପାକିସ୍ତାନ କ୍ରିକେଟ ଟୁଇଟ କରି କହିଥିଲା ଯେ ଭାରତୀୟ ପ୍ରଶଂସକ, ଆପଣ କିପରି ଅନୁଭବ କରୁଛନ୍ତି। ୱାସିମ ଜାଫର ଏହାକୁ ଏକ ମଜାଳିଆ ଉତ୍ତର ଦେଇଥିଲେ। ସେ ଲେଖିଛନ୍ତି ଯେ ତାଙ୍କର ୧୨ରୁ ୧ ମଧ୍ୟରେ ଭାରି ମଧ୍ୟାହ୍ନ ଭୋଜନ ଅଛି। ତଥାପି ପୂର୍ଣ୍ଣ ଅନୁଭବ କରୁଛି। ଭାରତ ବିଶ୍ୱକପରେ ପାକିସ୍ତାନକୁ ୧୨ ଥର ପରାସ୍ତ କରିଛି। କିନ୍ତୁ ଏଥର ଭାରତ ପାକିସ୍ତାନକୁ ପରାସ୍ତ କରିବାରେ ସକ୍ଷମ ହୋଇ ନ ଥିଲା। ବିଶ୍ୱକପ ଇତିହାସରେ ପାକିସ୍ତାନ ଦଳ ପ୍ରଥମଥର ଭାରତକୁ ହରାଇବାରେ ସକ୍ଷମ ହୋଇଥିଲା।

Share