Categories: ଖେଳ

ବିରାଟ କୋହଲିଙ୍କ ପାଇଁ ପାଗଳ ଥିଲେ ଏହି ପାକିସ୍ତାନ ମହିଳା କ୍ରିକେଟର, ଶେଷରେ…

ବିଶ୍ୱର ସବୁଠୁ ସୁନ୍ଦର ମହିଳା କ୍ରିକେଟରମାନଙ୍କ ମଧ୍ୟରୁ ଅନ୍ୟତମ ପାକିସ୍ତାନର ଷ୍ଟାର ଅଲରାଉଣ୍ଡର କ୍ୟାନନ୍‌ ଇମ୍‌ତିଆଜ୍‌ଙ୍କ ଗତ ଜୁଲାଇ-୯ରେ ନିର୍ବନ୍ଧ ସମ୍ପନ୍ନ ହୋଇଛି। ସେ ନିର୍ବନ୍ଧ ଫଟୋ ସୋସିଆଲ ମିଡିଆରେ ଶେୟାର କରି କହିଛନ୍ତି, ଶେଷରେ ମୁଁ ହଁ କରିଦେଲି। ୧୯୯୨ ମସିହା ଜୁନ ୨୧ରେ କରାଚିରେ ଜନ୍ମଗ୍ରହଣ କରିଥିବା ଇମ୍‌ତିଆଜ୍‌ ୨୦୧୦ ଅନ୍ତର୍ଜାତୀୟ ଟି-୨୦ରେ ଡେବ୍ୟୁ କରିଥିଲେ। ସେ ପାକିସ୍ତାନ ପକ୍ଷରୁ ଏପର୍ଯ୍ୟନ୍ତ ୧୧ଟି ଏକଦିବସୀୟ ଏବଂ ୧୨ଟି ଟି-୨୦ ମ୍ୟାଚ୍‌ ଖେଳିଛନ୍ତି। ଭାରତୀୟ ବୋଲର ଝୁଲନ ଗୋସ୍ବାମୀଙ୍କ ଠାରୁ ପ୍ରେରଣା ପାଇ ଜଣେ ପେସ୍‌ ବୋଲର ହେବାର ସ୍ବପ୍ନ ଦେଖିଥିଲେ ଇମ୍‌ତିଆଜ୍‌। ସେ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କ ପାଇଁ ଏକ ପାଗଳ ଥିଲେ। ବିରାଟଙ୍କ ବ୍ୟାଟିଂ ଦେଖିବାକୁ ସେ ବେଶ୍‌ ପସନ୍ଦ କରନ୍ତି। ୨୦୧୮ରେ କୋହଲି ଦକ୍ଷିଣ ଆଫ୍ରିକା ବିପକ୍ଷ ଏଖଦିବସୀୟ ସିରିଜ୍‌ରେ ୫୫୮ ରନ୍‌ କରିଥିଲେ। ସେବେଠାରୁ ସେ ବିରାଟଙ୍କ ବ୍ୟାଟିଂର ଦିଓ୍ବାନା ହୋଇ ସୋସିଆଲ ମିଡିଆରେ ତାଙ୍କୁ ବେଶ୍‌ ପ୍ରଶଂସା କରି ଚର୍ଚ୍ଚାକୁ ଆସିଥିଲେ।

Share