କଳାହାଣ୍ଡିର ମାଟିରେ ତିଆରି ହେଉଛି କ୍ରିକେଟ ପିଚ୍‌: ମୁଖ୍ୟମନ୍ତ୍ରୀ

ଭବାନୀପାଟଣା,୩୦ା୩(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାକୁ ରବିବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗସ୍ତ କରିଛନ୍ତି। ପୂର୍ବାହ୍ନ ୧୧ଟା ୩୦ରେ ସେ ଜିଲାର ଭବାନୀପାଟଣାସ୍ଥିତ କ୍ରିଷ୍ଣାନଗର ପଡ଼ିଆଠାରେ ଆୟୋଜିତ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେଇ ‘ଅନ୍ତ୍ୟୋଦୟ ଗୃହ ଯୋଜନା’ର ଶୁଭାରମ୍ଭ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ଏହି ଯୋଜନାରେ ରାଜ୍ୟର ୬୯ ହଜାରରୁ ଊର୍ଦ୍ଧ୍ୱ ହିତାଧିକାରୀ ଉପକୃତ ହେବ। ଏଥିପାଇଁ ଗତ ୩ ବର୍ଷରେ ୭୫୫୦ କୋଟି ଟଙ୍କା ବିନିଯୋଗ ହେବ। ଏହି ଯୋଜନାରେ କଳାହାଣ୍ଡି ଜିଲାର ୩୬୭୬ ହିତାଧିକାରୀ ଉପକୃତ ହେବେ। ଜିଲାର ବିଭିନ୍ନ ବ୍ଲକର କିଛି ହିତାଧିକାରୀଙ୍କ ମୁଖ୍ୟମନ୍ତ୍ରୀ ଅନ୍ତ୍ୟୋଦୟ ଗୃହ ଯୋଜନାର କାର୍ଯ୍ୟାଦେଶ ପ୍ରଦାନ କରିଥିଲେ।

ସେହିପରି ମୁଖ୍ୟମନ୍ତ୍ରୀ ୬ ଶହ କୋଟି ଟଙ୍କାରୁ ଊଦ୍ଧର୍‌ବ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଭିତ୍ତିପ୍ରସ୍ଥର ସ୍ଥାପନ ଓ ଲୋକାର୍ପଣ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସହ ଏହି କାର୍ଯ୍ୟକ୍ରମରେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକ, ସଚିବ ଗିରିଶ ସତ୍ୟ ନାରାୟଣ, କଳାହାଣ୍ଡି ଏମ୍‌ପି ମାଳବିକା ଦେବୀ, ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀ, ଜିଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂ ଦେଓ, ଜିଲାପାଳ ପାଓ୍ବାର ସଚିନ ପ୍ରକାଶ ପ୍ରମୁଖ ଉପସ୍ଥିତ ଥିଲେ। ମନ୍ତ୍ରୀ ରବି ନାଏକ ତାଙ୍କ ଭାଷଣରେ କହିଥିଲେ, ଅନ୍ତ୍ୟୋଦୟ ଗୃହ ଯୋଜନାରେ ଯଦି କେହି ଅଧିକାରୀ ପାତରଅନ୍ତର କରୁଥିବା ଅଭିଯୋଗ ଆସିଲେ ତୁରନ୍ତ ସେହି ଅଧିକାରୀଙ୍କୁ ନିଲମ୍ବିନ କରାଯିବ। ସେହିପରି ଚଳିତ ବର୍ଷ ଲୋକଙ୍କ ସୁବିଧା ପାଇଁ ଚଳିତ ବର୍ଷ ୨୫ ହଜାର ନଳକୂପ ଖନନ କରାଯିବ ବୋଲି କହିଥିଲେ।

ମୁଖ୍ୟମନ୍ତ୍ରୀ ତାଙ୍କ ଭାଷଣ ଆରମ୍ଭରେ ସମସ୍ତଙ୍କୁ ହିନ୍ଦୁ ନବବର୍ଷର ଅଭିନନ୍ଦନ ଜଣାଇଥିଲେ। ଏ ମାଟି ହେଉଛି ମା’ ମାଣିକେଶ୍ୱରୀ ମାଟି, ମା’ଙ୍କ ଛତର ଯାତ୍ରା, ବୀରବାଦ୍ୟ ଘୁମୁରା ଆଜି ବିଶ୍ୱ ଦରବାରରେ ପରିଚିତ। ଏ ମାଟିର ବୀର ସହିଦ ରେଣ୍ଡୋ ମାଝୀ ଓ ଜଳ ପୁରୁଷ କାର୍ଜି ମାଝୀଙ୍କ ବଳିଦାନ ଅତୁଳନୀୟ। ଧାନ ଉତ୍ପାଦନରେ ରାଜ୍ୟରେ କଳାହାଣ୍ଡି ଜିଲା ଦ୍ବିତୀୟ ଓ କପାରେ ପ୍ରଥମ ସ୍ଥାନ ଅଧିକାର କରି ରାଜ୍ୟରେ ପ୍ରମୁଖ ସ୍ଥାନ ଅଧିକାର କରିଛି। ପୂର୍ବ ସରକାରଙ୍କ ଅବହେଳା ଯୋଗୁ ଦାନ ମାଝୀ ଆମ୍ବୁଲାନ୍ସ ନ ପାଇ ନିଜ ସ୍ତ୍ରୀକୁ କାନ୍ଧରେ ବୋହିକି ନେଇଥିଲେ। ଆଉ ଜଣେ ଦାନ ମାଝୀ ଏପରି ଅବହେଳାର ସାମ୍ନାକୁ ନ ଆସନ୍ତି ସେଥିପାଇଁ ଏବେ ୧୦୯ ଆମ୍ବୁଲାନ୍ସ ଯୋଜନା କରାଯାଇଛି। କଳାର ହାଣ୍ଡି ହେଉଛି କଳାହାଣ୍ଡି। ଜୁନାଗଡ଼ ଦଧି ବାମନ ମନ୍ଦିରର ଲିପି କଳାହାଣ୍ଡିର ଇତିହାସ ଜଣାପଡ଼େ। କଳାହାଣ୍ଡିର ମାଟିରେ ତିଆରି ହେଉଛି କ୍ରିକେଟ ପିଚ୍‌। ଯେଉଁଥିରେ ଅନ୍ତର୍ଜାତୀୟ ଖେଳ ହେଉଛି। ବାରବାଟୀ ଷ୍ଟାଡିୟମରେ ବି ଲାଗିଛି କଳାହାଣ୍ଡି ମାଟି। ରାଜ୍ୟରେ ଏବେ ଡବଲ ଇଞ୍ଜିନ ସରକାର ଆସିଛି । ୨୪ ବର୍ଷର ବିଜେଡି ସରକାରର ସମସ୍ତ ଅବହେଳା ସାମ୍ନାକୁ ଆସିଛି। ପାତର ଅନ୍ତର ଯୋଗୁ ଅନେକ ଗରିବ ଲୋକ ଘର ପାଉ ନ ଥିଲେ। ଏବେ ଭାଜପା ସରକାର ଆସିଛି ପ୍ରକୃତ ଯୋଗ୍ୟ ହିତାଧିକାରୀ ଘର ପାଇବେ। ଏଠି ପାତରଅନ୍ତର ଚଳିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲାର ବିଭିନ୍ନ ବ୍ଲକର ୩୦ ହଜାରରୁ ଊଦ୍ଧର୍‌ବ ଜନସାଧାରଣ ଯୋଗଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ଏହା ପ୍ରଥମ କଳାହାଣ୍ଡି ଗସ୍ତ ହୋଇଥିବାରୁ ଜିଲାବାସୀଙ୍କ ମଧ୍ୟର ଉତ୍ସାହ ଦେଖିବାକୁ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସନ୍ତରଣରେ ବିଶ୍ୱ ରେକର୍ଡ ସୃଷ୍ଟି କଲେ ଜର୍ମାନୀର ଏହି ଅଲିମ୍ପିକ ଚାମ୍ପିୟନ

ଷ୍ଟକ୍‌ହାମ,୧୪ା୪: ଜର୍ମାନୀର ଅଲିମ୍ପିକ ଚାମ୍ପିୟନ ଲୁକାସ ମାର୍ଟେନ୍ସ ପୁରୁଷ ୪୦୦ ମିଟର ଫ୍ରିଷ୍ଟାଇଲ ରେକର୍ଡ ଭଙ୍ଗ କରିଛନ୍ତି। ସ୍ବିମ୍‌ ଓପନ୍‌ ଷ୍ଟକ୍‌ହାମରେ ସେ ଏହି ସଫଳତା...

ବ୍ଲକ ପ୍ରଶାସନର ନିର୍ଦ୍ଦେଶ ପରେ ମଧ୍ୟ ଡିଏସସି ଫେରସ୍ତ କରୁନାହାନ୍ତି ପଦଚ୍ୟୁତ ସରପଞ୍ଚ:ଉନ୍ନୟନ ମୂଳକ କାର୍ଯ୍ୟରେ ବାଧାସୃଷ୍ଟି

ଥୁଆମୂଳ ରାମପୁର,୧୪।୪-(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୁଳ ରାମପୁର ବ୍ଳକ ଅନ୍ତର୍ଗତ ପାଡେପଦର ଗ୍ରାମପଞ୍ଚାୟତର ପୂର୍ବତନ ସରପଞ୍ଚ ସମ୍ବାରୀ ମାଝୀ ଅନାସ୍ଥା ଭୋଟରେ ହାରି ଯାଇଥିବା...

ବାଇକ ଧକ୍କାରେ ଚାଲିଗଲା ମହିଳାଙ୍କ ଜୀବନ

ଭଞ୍ଜନଗର,୧୪।୪(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ କୁଲାଡ଼ ମୁଖ୍ୟ ରାସ୍ତାରେ ବାଇକ ଧକ୍କାରେ ଜଣେ ମହିଳା ମୃତ୍ୟୁବରଣ କରିଛନ୍ତି। ସେ ହେଲେ କୁଲାଡର ସୁଷମା...

ଶେଷ ହେଲା ପ୍ରସିଦ୍ଧ ମା’ଦଣ୍ଡକାଳୀ ଯାତ୍ରା

ପୁରୁଷୋତ୍ତମପୁର,୧୪।୪(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ମା’ ଦଣ୍ଡ କାଳୀଙ୍କ ଯାତ୍ରା ସୋମବାର ମେଷ ସଂକ୍ରାନ୍ତି ବା ମେରୁ ଯାତ୍ରାରେ ଉଦ୍‌ଯାପିତ ହୋଇଯାଇଛି। ଏନେଇ ପୁରୁଷୋତ୍ତମପୁର...

ମହୁମାଛି ଆକ୍ରମଣରେ ୩ ଶ୍ରଦ୍ଧାଳୁ ଗୁରୁତର, ୨୦ରୁ ଊର୍ଦ୍ଧ୍ୱ ଆହତ

ମୋହନା,୧୪।୪(ମନ୍ମଥ ମିଶ୍ର): ଆଜି ପବିତ୍ର ପଣା ସଂକ୍ରାନ୍ତି ତଥା ଓଡ଼ିଆ ନବବର୍ଷ ଏବଂ ହନୁମାନ ଜୟନ୍ତୀ। ଏହି ପବିତ୍ର ଦିନରେ ଉତ୍ସବ ମୁଖର ହୋଇ ଉଠିଛି...

ହାଇଦ୍ରାବାଦ: SRH ଖେଳାଳି ଥିବା ପଞ୍ଚ ତାରକା ହୋଟେଲରେ ଅଗ୍ନିକାଣ୍ଡ

ନୂଆଦିଲ୍ଲୀ,୧୪।୪: ସୋମବାର ହାଇଦ୍ରାବାଦର ୫-ତାରକା ହୋଟେଲରେ ଅଗ୍ନିକାଣ୍ଡ ପରେ SRH ଖେଳାଳିମାନଙ୍କୁ ପାର୍କ ହାୟାତରୁ ସ୍ଥାନାନ୍ତରିତ କରାଯାଇଛି। ଗୋଟିଏ ମହଲାରେ ନିଆଁ ଲାଗିବା ମାତ୍ରେ ଅଗ୍ନିଶମ...

ଶିମିଳିପାଳ ବଫର ଜୋନ୍‌ରେ ବୁଲୁଛି କଳା ମହାବଳ

ବାରିପଦା,୧୪।୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ବଫର ଜୋନ୍‌ରେ କଳା ମହାବଳ ବାଘ ବୁଲୁଛି। ଯାହାର ଭିଡିଓ ସୋସିଆଲ ମିଡିିଆରେ...

ତେଜିଲା ନ୍ୟାୟ ପ୍ରଦାନ ଦାବି: ୧୭ ଘଣ୍ଟା ପରେ ଛାତ୍ରୀଙ୍କ ମୃତଦେହ ନେଲେ ପରିବାର

ଉଦଳା,୧୩ା୪(ସନ୍ତୋଷ କୁମାର ବାଚ୍ଛିନୀ): ମୟୂରଭଞ୍ଜ ଜିଲା ଉଦଳା ଥାନା ଅଧୀନ ଶାଳଖୁଣ୍ଟା ଏସ୍‌ଏସ୍‌ଡି ଆଶ୍ରମ ବିଦ୍ୟାଳୟରେ ରବିବାର ଜଣେ ଦ୍ୱିତୀୟ ଶ୍ରେଣୀ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image