ନୂଆଦିଲ୍ଲୀ, ୧୪।୮: କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକରଙ୍କ ପାଇଁ ଆଜିର ଦିନ ଅର୍ଥାତ୍ ଅଗଷ୍ଟ ୧୪ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କାରଣ ଏହି ଦିନ ସେ କ୍ୟାରିୟରର ପ୍ରଥମ ଶତକ ମାରିଥିଲେ। ଇଂଲଣ୍ଡରେ ଏହି ଦିନ ସେ ଶତକ ମାରି ଟିମ୍ ଇଣ୍ଡିଆକକୁ ବିଜୟୀ କରାଇଥିଲେ। ଏହି ସମୟରେ ସଚିନଙ୍କୁ ମାତ୍ର ୧୭ ବର୍ଷ ହୋଇଥିଲା।
ସେ ମାଞ୍ଚେଷ୍ଟରରେ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ମ୍ୟାଚ୍ରେ ୧୮୯ ବଲ୍ରୁ ୧୧୯ ରନ୍ କରିଥିଲେ। ଏହି ଇଂନିସ୍ରେ ସେ ୧୭ଟି ଚୌକା ମାରିଥିଲେ। ଏହା ସଚିନଙ୍କ ଶତକ ଶତାବ୍ଦୀର ଆରମ୍ଭ ଥିଲା। ସଚିନ ଟେଷ୍ଟ କ୍ରିକେଟରେ ୫୧ ଏବଂ ଓ୍ବାନ୍ଡେରେ ୪୯ ଶତକ କହିଛନ୍ତି। ଟେଷ୍ଟରେ ସଚିନଙ୍କର ବେଷ୍ଟ ସ୍କୋର ହେଉଛି ୨୪୮ ନଟ୍ଆଉଟ୍। ଏହା ସେ ୨୦୦୪ରେ ବାଂଲାଦେଶ ବିପକ୍ଷରେ ଢାକାରେ କରିଥିଲେ।