Categories: ଖେଳ

ଅନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ଥର ଆଉଟ୍‌ ହୋଇଛନ୍ତି ଏହି କ୍ରିକେଟର

ଅନ୍ତର୍ଜାତୀୟ କ୍ରିକେଟର ସର୍ବଧିକ ଥର ଆଉଟ୍‌ ହୋଇଥିବା ଖେଳାଳିଙ୍କ ତାଲିକାରେ ସର୍ବାଗ୍ରେ ଅଛନ୍ତି ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକର। ୨୪ ବର୍ଷର କ୍ୟାରିୟରରେ ୨୦୦ଟି ଟେଷ୍ଟ, ୪୬୩ଟି ଏକଦିବସୀୟ ଏବଂ ଗୋଟିଏ ଟି -୨୦ ମ୍ୟାଚ ଖେଳିଥିବା ସଚିନ ୧୦୦ ଶତକ ସହିତ ମୋଟ ୩୪ ହଜାର ୩୫୭ ରନ ସ୍କୋର କରିଛନ୍ତି। ଏହି ସମୟ ମଧ୍ୟରେ ସେ ମୋଟ ୭୦୮ ଥର ଅନ୍ତର୍ଜାତୀୟ କ୍ରିକେଟରେ ଆଉଟ ହୋଇଛନ୍ତି। ଶ୍ରୀଲଙ୍କାର ମହେଲା ଜୟବର୍ଦ୍ଧନେ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ସମୁଦାୟ ୬୫୨ ଅନ୍ତର୍ଜାତୀୟ ମ୍ୟାଚ ଖେଳିଥିବା ଜୟବର୍ଦ୍ଧନେ ୫୪ ଶତକ ସହାୟତାରେ ୨୫ ହଜାର ୯୫୭ ରନ ସ୍କୋର କରିଥିଲେ। ଏହି ସମୟ ମଧ୍ୟରେ ସେ ୬୬୩ଥର ଆଉଟ ହୋଇଛନ୍ତି। ନ୍ତର୍ଜାତୀୟ କ୍ୟାରିୟରରେ ୪୨ଟି ଶତକ ସହ ମୋଟ ୨୧ ହଜାର ୩୨ ରନ ସ୍କୋର କରିଥିବା ସନଥ ଜୟସୁରିୟା ଏହି ସମୟ ମଧ୍ୟରେ ୬୧୬ ଥର ଆଉଟ୍‌ ହୋଇଥିଲେ।

Share