Categories: ଖେଳ

ରାଜସ୍ଥାନକୁ ୧୫୮ ରନ୍‌ର ଟାର୍ଗେଟ

ଅହମ୍ମଦାବାଦ,୨୭।୫: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର କ୍ୱାଲିଫାୟାର-୨ ମୁକାବିଲା ଶୁକ୍ରବାର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଉଛି। ଏଥିରେ ପ୍ରଥମେ ବ୍ୟାଟିଂ ନିମନ୍ତ୍ରଣ ପାଇ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ନିର୍ଦ୍ଧାରିତ ୨୦ ଓଭରରେ ୮ ଉଇକେଟ ହରାଇ ୧୫୭ ରନ୍‌ କରିବାରେ ସକ୍ଷମ ହୋଇଛି। ଏଣୁ ବିଜୟ ଲାଗି ରାଜସ୍ଥାନ ରୟାଲ୍ସକୁ ୧୫୮ ରନ୍‌ର ଟାର୍ଗେଟ ମିଳିଛି।

ପ୍ରକାଶ ଯେ, ରାଜସ୍ଥାନ ପ୍ରଥମ କ୍ୱାଲିଫାୟାରରେ ଗୁଜରାଟ ଟାଇଟନ୍ସଠାରୁ ପରାଜିତ ହୋଇଥିଲା। ଏଥିଲାଗି ଦଳକୁ ଫାଇନାଲରେ ପହଞ୍ଚିବା ଲାଗି ଆଉ ଏକ ସୁଯୋଗ ମିଳିଛି। ଅପରପକ୍ଷେ ବାଙ୍ଗାଲୋର ଟିମ୍‌ ଏଲିମିନେଟର ମ୍ୟାଚ୍‌ରେ ଲକ୍ଷ୍ନୌ ସୁପରଜିଆଣ୍ଟ୍ସକୁ ପରାଜିତ କରି କ୍ୱାଲିଫାୟାର-୨ ଖେଳୁଛି। ଯଦି ଦଳ ଏହି ମ୍ୟାଚ୍‌ ଜିତିଯାଏ ତେବେ ଫାଇନାଲ ଖେଳିବ।

Share