କ୍ରିକେଟ ଦୁନିଆର ଦ୍ରୁତତମ ବୋଲରମାନଙ୍କ ମଧ୍ୟରେ ଅନ୍ୟତମ ଶୋଏବ ଅଖତର। ଅନ୍ତର୍ଜାତୀୟ କ୍ରିକେଟରେ ଦ୍ରୁତତମ ବଲ ପକାଇବାର ରେକର୍ଡ ଆଜି ବି ତାଙ୍କ ନାମରେ ରହିଛି। ଅଖତର କ୍ରିକେଟ ସହ ଜଡିତ ଅନେକ କାରଣ ପାଇଁ ବିବାଦ ଘେରକୁ ଆସିଛନ୍ତି। ଏବେ ସେ ଡ୍ରଗ୍ସକୁ ନେଇ ଏକ ବଡ଼ କଥା କହିଛନ୍ତି।
ଗତି ବଢ଼ାଇବା ପାଇଁ ତାଙ୍କୁ ଡ୍ରଗ୍ସ ନେବାକୁ କୁହାଯାଉଥିଲା। ମାତ୍ର ଏହାକୁ ସେ ଅସ୍ବୀକାର କରିଥିଲେ। ପୂର୍ବତନ ପାକିସ୍ତାନୀ ପେସର ନାମ ନ ନେଇ କହିଛନ୍ତି ଯେ, ମୁଁ ଯେତେବେଳେ କ୍ରିକେଟ ଖେଳିବା ଆରମ୍ଭ କରିଥିଲି, ସେତେବେଳେ ମୁଁ ଅଧିକ ଦ୍ରୁତ ଗତିରେ ବୋଲିଂ କରିପାରୁ ନ ଥିଲି। ଘଣ୍ଟା ପ୍ରତି ୧୦୦ କିଲୋମିଟର ବେଗ ହାସଲ କରିବାକୁ ହେଲେ ଡ୍ରଗ୍ସ ନେବାକୁ ପଡିବ ବୋଲି ତାଙ୍କୁ କିହାଯାଇଥିଲା। ମାତ୍ର ସେ ଏଥିପାଇଁ ମନା କରିଦେଇଥିଲେ। ଆହୁରି ମଧ୍ୟ ସେ କହିଛନ୍ତି, ଡ୍ରଗ୍ସ ଯୋଗୁ ଜଣେ ବିଶ୍ୱସ୍ତରୀୟ ପାକିସ୍ତାନୀ କ୍ରିକେଟରଙ୍କ କ୍ୟାରିୟର ନଷ୍ଟ ହୋଇଯାଇଥିଲା।