Categories: ଖେଳ

ଟେମ୍ବା ବାଭୁମା ଦକ୍ଷିଣ ଆଫ୍ରିକାର ନୂଆ ଟେଷ୍ଟ ଅଧିନାୟକ

କେପ୍‌ଟାଉନ୍‌,୧୮।୨: ଦକ୍ଷିଣ ଆଫ୍ରିକା କ୍ରିକେଟ ଦଳରେ ଏକ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଏକ ବଡ଼ ନିଷ୍ପତ୍ତି ନେଇ କ୍ରିକେଟ ଦକ୍ଷିଣ ଆଫ୍ରିକା (ସିଏସ୍‌ଏ) ହଠାତ୍‌ ଏହାର ଟେଷ୍ଟ ଅଧିନାୟକଙ୍କୁ ବଦଳାଇ ଦେଇଛି। ଆଗାମୀ ଦିନରେ ଦକ୍ଷିଣ ଆଫ୍ରିକା ଟେଷ୍ଟ ଦଳର ଅଧିନାୟକ ଦାୟିତ୍ୱ ଡିନ୍‌ ଏଲଗାର ନୁହଁନ୍ତି ବରଂ ଟେମ୍ବା ବାଭୁମା ତୁଲାଇବେ। ୱେଷ୍ଟଇଣ୍ଡିଜ ବିପକ୍ଷ ସିରିଜ ପୂର୍ବରୁ ଦକ୍ଷିଣ ଆଫ୍ରିକା କ୍ରିକେଟ ବୋର୍ଡ ଏହି ନିଷ୍ପତ୍ତି ନେଇଛି । ଏଥିସହ ୱେଷ୍ଟଇଣ୍ଡିଜ ବିପକ୍ଷ ସିରିଜ ପାଇଁ ଦଳ ଘୋଷଣା କରିଛି।

ଟେଷ୍ଟ ଦଳର ନୂତନ ଅଧିନାୟକ ଭାବରେ ବାଭୁମାଙ୍କୁ ନିଯୁକ୍ତ କରାଯାଇଛି। ସେ ଦକ୍ଷିଣ ଆଫ୍ରିକାର ଦିନିକିଆ ଦଳର ଅଧିନାୟକ ମଧ୍ୟ ଥିବା ବେଳେ ଟି -୨୦ ଅନ୍ତର୍ଜାତୀୟ ଦଳର ନେତୃତ୍ୱ ଛାଡିଛନ୍ତି। ଆସନ୍ତା ମାସରେ ୱେଷ୍ଟଇଣ୍ଡିଜ ବିପକ୍ଷ ସୀମିତ ଓଭର କ୍ରିକେଟ ସିରିଜ ପାଇଁ ଦଳ ଘୋଷଣା ବେଳେ ଦକ୍ଷିଣ ଆଫ୍ରିକାର ଟି -୨୦ ଦଳର ଅଧିନାୟକ ଚୟନ କରାଯିବ। ଅପରପକ୍ଷେ ଡିନ ଏଲଗାରଙ୍କୁ ଅଧିନାୟକ ପଦରୁ ବାହାର କରାଯାଇଥିଲେ ହେଁ ସେ ଦଳ ପାଇଁ ଖେଳିବାକୁ ଉପଲବ୍ଧ ରହିବେ।

ୱେଷ୍ଟଇଣ୍ଡିଜ ବିପକ୍ଷ ଟେଷ୍ଟ ସିରିଜ ପାଇଁ ଦକ୍ଷିଣ ଆଫ୍ରିକା ଟିମ୍‌:

ଟେମ୍ବା ବାଭୁମା (ଅଧିନାୟକ), ଜେରାଲ୍ଡ ଗୋଟି, ଟନି ଡି ଜୋର୍ଜି, ଡିନ୍‌ ଏଲଗାର, ସାଇମନ ହାରମର୍‌, ମାର୍କୋ ଜେନସେନ, ହେନ୍‌ରିଚ କ୍ଲାସେନ, କେଶବ ମହାରାଜ, ଇଡେନ ମାର୍କ୍ରାମ, ଭିଆନ ମଲଡର୍‌, ସେନୁରାନ ମୁଥୁସାମି, ଏନରିଚ୍‌ ନର୍କିଆ, କିଗାନ ପିଟରସେନ, କାଗିସୋ ରାବାଡା, ରିଆନ ରିକଲେଟନ

Share