ହାଇଦ୍ରାବାଦ,୬।୪: କ୍ରିକେଟରେ ମହେନ୍ଦ୍ର ସିଂ ଧୋନୀଙ୍କ କ୍ରେଜ୍ କାହିଁରେ କେତେ। ଆଇପିଏଲ୍ର ଚଳିତ ସିଜନରେ ମଧ୍ୟ ତାର ଝଲକ ଦେଖିବାକୁ ମିଳୁଛି। ଧୋନୀ ମ୍ୟାଚ୍ ଲାଗି ଯେଉଁ ସହରକୁ ଯାଉଛନ୍ତି, ସେଠାରେ ପ୍ରଶଂସକ ତାଙ୍କର ଟିକିଏ ଝଲକ ପାଇବାକୁ ବ୍ୟାକୁଳ ହେଉଛନ୍ତି। ଏପ୍ରିଲ ୫ରେ ଖେଳାଯାଇଥିବା ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମୁକାବିଲାରେ ମଧ୍ୟ ସେଭଳି ଘଟଣା ଘଟିଛି।
ମୁକାବିଲା ଆରମ୍ଭ ହେବା ପୂର୍ବରୁ ଧୋନୀଙ୍କ ପ୍ରଶଂସକମାନେ ଷ୍ଟାଡିୟମରେ ପ୍ରବେଶ କରିବାକୁ ବ୍ୟାରିକେଡ ଭାଙ୍ଗି ଦେଇଥିଲେ। ପରେ ପୋଲିସ ବହୁ କଷ୍ଟରେ ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା।
ତେବେ ମ୍ୟାଚ୍ ଲାଗି ଟିକେଟ ଥିଲେ ହେଁ ପ୍ରବେଶ ପାଇଁ ଅନୁମତି ନ ମିଳିବାରୁ ଉତ୍ତେଜନା ପ୍ରକାଶ ପାଇଥିଲା। ନିରାଶ ପ୍ରଶଂସକମାନେ ଗେଟ ନମ୍ବର ୪ ପାଖରେ ଥିବା ବ୍ୟାରିକେଡ ଭାଙ୍ଗି ଦେଇଥିଲେ। ଏହାପରେ ପୋଲିସ ସ୍ଥିତି ସମ୍ଭାଳିଥିଲା। ଘଟଣାର ଅନେକ ଭିଡିଓ ଭାଇରାଲ ହେଉଛି। ମ୍ୟାଚ୍ରେ ଧୋନୀ ପୁଣିଥରେ ମାତ୍ର ୧ ରନ୍ କରିପାରିଥିଲେ। ହେଲେ ସେ ମଇଦାନକୁ ଆସିବା ବେଳେ ଦର୍ଶକଙ୍କ ହୋହଲ୍ଲା ବଢ଼ିଥିଲା।
ఉప్పల్ స్టేడియం వద్ద పరిస్థితులు ఎలా ఉన్నాయో ఓ సారి చూడండి..
గేట్ నంబర్ 4 వద్ద ఉద్రిక్తత.. ఫ్యాన్స్ ఓవరాక్షన్.. గేట్ దగ్గర ఉన్న బారికేడ్లని తోసేసిన అభిమానులు.. అదుపుచేసిన పోలీసులు
Take a look at the conditions at Uppal Stadium.
Tension at gate number 4.. fans overaction.. fans… pic.twitter.com/Pj2oLfJcn2— ChotaNews (@ChotaNewsTelugu) April 5, 2024