କ୍ରିକେଟ ଟୁର୍ନାମେଣ୍ଟ: ସୋନପୁର ନିୟୁଷ୍ଟାର ଚାମ୍ପିୟନ

ମନମୁଣ୍ଡା,୩୧।୧୨(ଡି.ଏନ୍‌.ଏ.): ବୌଦ୍ଧ ଜିଲା ଶଗଡ଼ା ପଞ୍ଚାୟତ ଶରଧାପାଲିରେ ଚାଳିଥିବା ମା’କନ୍ଧେନବୁଢ଼ୀ କ୍ରିକେଟ ଟୁର୍ନାମେଣ୍ଟ ଅନୁଷ୍ଠିତ ହୋଇଯାଇଛି। ଫାଇନାଲ ମ୍ୟାଚରେ ତେଲିବନ୍ଧ ଦଳକୁ ହରାଇ ସୋନପୁର ନିୟୁଷ୍ଟାର ଦଳ ଚାମ୍ପିୟନ ହୋଇଛି। ଫାଇନାଲ ମ୍ୟାଚ ୩ଟି ଫର୍ମାଟରେ ହୋଇଥିଲା। ପ୍ରଥମ ମ୍ୟାଚରେ ତେଲିବନ୍ଧ ଦଳ ବିଜୟୀ ହୋଇଥିଲା ବେଳେ ଶେଷ ୨ଟି ମ୍ୟାଚରେ ସୋନପୁର ନିୟୁଷ୍ଟାର ଦଳ ବିଜୟୀ ହୋଇଥିଲା। ମଦନ ସ୍ବାଇଁ ଧାରାବିବରଣୀ ପ୍ରଦାନ କରିଥିଲା ବେଳେ ଧୀରେନ ନାୟକ, ବୁନୁ ପ୍ରଧାନ ଖେଳ ପରିଚାଳନା କରିଥିଲେ। କମିଟି ସମ୍ପାଦକ ଗୌରାଙ୍ଗ ସେଠୀ ସ୍କୋରର ଦାୟୀତ୍ୱ ନିର୍ବାହ କରିଥିଲେ । ମ୍ୟାନ ଅଫ ଦି ମ୍ୟାଚ ତେଲିବନ୍ଧର ଚକ୍ର ଏବଂ ବେଷ୍ଟ ବୋଲର ସୋନପୁରର ଲିଙ୍ଗ ହାସଲ କରିଥିଲେ। କମିଟି ସଭାପତି ଶାନ୍ତ କ୍ଷେତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍‌ଯାପନୀ ଉତ୍ସବରେ ବିଜେଡି ନେତା ବିପିନ ପ୍ରଧାନ ମୁଖ୍ୟ ଅତିଥି, ପ୍ରହ୍ଲାଦ ମହାକୁଡ, କୁନୁ ଦନ୍ତା, ରଞ୍ଜିତ ମହାକୁଡ, ସୁବଳ ବାରିକ, ପିଣ୍ଟୁ ପ୍ରଧାନ, ମୋହନ ମାଝି ପ୍ରମୁଖ ଅତିଥି ଭାବେ ଯୋଗଦେଇ ଚାମ୍ପିୟନ ଦଳକୁ ଟ୍ରଫି ପ୍ରଦାନ କରିଥିଲେ।