Categories: ଖେଳ

୧୨୮ ବର୍ଷ ପରେ ଅଲିମ୍ପିକ୍ସରେ ସାମିଲ୍‌ ହେଲା କ୍ରିକେଟ୍‌

ନୂଆଦିଲ୍ଲୀ,୧୬।୧୦: ୧୨୮ ବର୍ଷ ପରେ ଅଲିମ୍ପିକ୍ସରେ ସାମିଲ ହୋଇଛି କ୍ରିକେଟ୍‌। କ୍ରିକେଟ ଅନ୍ତର୍ଭୁକ୍ତ କରିବାକୁ ପ୍ରସ୍ତୁତି ଚାଲିଛି। ୨୦୨୮ ଲସ ଆଞ୍ଜେଲସ ଅଲିମ୍ପିକ୍ସରେ କ୍ରିକେଟ ସାମିଲ ହେବ। ଅନ୍ତର୍ଜାତୀୟ ଅଲିମ୍ପିକ କମିଟିର କାର୍ଯ୍ୟର୍ନିବାହୀ ଅଧିକାରୀ ଅନୁମୋଦନ କରିଛନ୍ତି। ଆଇଓସି ସଭାପତି ଥୋମାସ ବାଚଙ୍କ ନେତୃତ୍ୱରେ ସୋମବାର ମୁମ୍ବାଇରେ ଅନୁଷ୍ଠିତ ଏକ ବୈଠକରେ ଏହା ଉପରେ ଅନ୍ତିମ ନିଷ୍ପତ୍ତି ନିଆଯାଇଛି। କ୍ରିକେଟ ବ୍ୟତୀତ ଲସ ଆଞ୍ଜେଲସ ଆୟୋଜକଙ୍କ ବେସବଲ/ସଫ୍ଟବଲ, ଫ୍ଲାଗ ଫୁଟବଲ, ସ୍କ୍ବାସ ଏବଂ ଲାକ୍ରୋସ ସହିତ ପାଞ୍ଚଟି ନୂତନ କ୍ରୀଡା ଅନ୍ତର୍ଭୁକ୍ତ କରିବାକୁ ପ୍ରସ୍ତାବ ଅନୁମୋଦନ କରାଯାଇଥିଲା। ପାଞ୍ଚଟି କ୍ରୀଡା ଯୋଡିବାକୁ ଲସ ଆଞ୍ଜେଲସ -୨୮ ଆୟୋଜକ କମିଟିର ପ୍ରସ୍ତାବକୁ ୯୯ ଆଇଓସି ସଦସ୍ୟଙ୍କ ମଧ୍ୟରୁ କେବଳ ଦୁଇଜଣ ବିରୋଧ କରିଥିଲେ।
୧୯୦୦ ପ୍ୟାରିସ ଅଲିମ୍ପିକ୍ସରେ କ୍ରିକେଟ ଖେଳାଯାଇଥିଲା। ଇଂଲଣ୍ଡ ଏବଂ ଫ୍ରାନ୍ସ ସ୍ବର୍ଣ୍ଣ ପଦକ ପାଇଁ ମୁହାଁମୁହିଁ ହୋଇଥିଲେ। କ୍ରିକେଟର ଲୋକପ୍ରିୟତାକୁ ଦୃଷ୍ଟିରେ ରଖି ଆଇଓସି ଭାରତୀୟ ଉପମହାଦେଶର ବଜାରରେ ପୁଞ୍ଜି ଲଗାଇବାକୁ ଚେଷ୍ଟା କରିଛି। ୨୦୨୮ ଅଲିମ୍ପିକ୍ସରେ ଟି-୨୦ ଫର୍ମାଟରେ କ୍ରିକେଟ୍‌ ଖେଲାଯିବ।

Share