Categories: ଖେଳ

କ୍ୟାରିୟରର ଅନ୍ତିମ ମ୍ୟାଚରେ ସନ୍‌ଗ୍ଲାସ ପିନ୍ଧି ବ୍ୟାଟିଂ କଲେ ଗେଲ୍‌

ଆବୁଧାବି, ୬।୧୧: ଓ୍ବେଷ୍ଟଇଣ୍ଡିଜର ୨ ଲୋକପ୍ରିୟ କ୍ରିକେଟର କ୍ରିସ ଗେଲ ଓ ଡ୍ବେନ ବ୍ରାଭୋ ଶନିବାର ନିଜର ଶେଷ ଇନିଂସ ଖେଳିଛନ୍ତି । ବିସ୍ଫୋରକ ବ୍ୟାଟିଂ ପାଇଁ ଜଣାଶୁଣା ଗେଲ ନିଜ କ୍ୟାରିୟର ଅନ୍ତିମ ମ୍ୟାଚରେ ସନ୍‌ଗ୍ଲାସ ପିନ୍ଧି ଓପନିଂ କରିଥିଲେ। ହେଲେ ସେ ମାତ୍ର ୧୫ ରନ୍‌ କରି ଆଉଟ ହୋଇଯାଇଥିଲେ। କିନ୍ତୁ ଛୋଟିଆ ଇନିଂସରେ ୨ଟି ବିଶାଳ ଛକା ମାରି ଦର୍ଶକଙ୍କ ଦୃଦୟ ଜିତି ପାରିଥିଲେ। ଗେଲ କ୍ରିକେଟର ୩ଟି ଫର୍ମାଟରେ ୧୯ ହଜାର ରନ୍‌ କରିଛନ୍ତି।

Share