ନୂଆଦିଲ୍ଲୀ,୧୧।୫: ଏବେ ଓ୍ବେଷ୍ଟଇଣ୍ଡିଜ୍ର ବିସ୍ଫୋରକ ବ୍ୟାଟ୍ସ୍ ମ୍ୟାନ୍ କ୍ରିସ୍ ଗେଲ୍ଙ୍କ କାନ୍ଦୁ ଥିବା ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ବିଶ୍ୱ ମାତୃ ଦିବସ ଅବସରରେ ଗେଲ୍ ନିଜ ଇନଷ୍ଟାଗ୍ରାମ୍ ଷ୍ଟୋରୀରେ ୧୦ ସେକେଣ୍ଡର ଏକ ଭିଡ଼ିଓ ଅପ୍ଲୋଡ୍ କରିଛନ୍ତି। ଭିଡ଼ିଓରେ ଗେଲ୍ ମା’ଙ୍କୁ ମନେ ପକାଇ ଭାବୁକ ହୋଇ କାନ୍ଦୁଥିବାର ଦେଖିବାକୁ ମିଳୁଛି। ୨୦୧୮ରେ ଗିଲ୍ଙ୍କ ମା’ଙ୍କର ହୃଦଘାତରେ ମୃତ୍ୟୁ ଘଟିଥିଲା। ମାତୃ ଦିବସରେ ମା’ଙ୍କ ଉଦ୍ଦେଶ୍ୟରେ ଗେଲ୍ ଏହି ଭିଡ଼ିଓ ଅପ୍ଲୋଡ୍ କରିଛନ୍ତି। ଆଇ ମିସ୍ ୟୁ, ତୁମର ସ୍ମୃତି ସବୁବେଳେ ମୋ ସାଥିରେ ରହିବ ବୋଲି ସେ ଲେଖିଛନ୍ତି। ମେ’ ୧୦ ଅପରାହ୍ନ ୧ଟା ୫୪ରେ ଗେଲ୍ ଭିଡ଼ିଓକୁ ଅପଲୋଡ୍ କରିଛନ୍ତି।