ନୋଏଡା,୧୦।୧ : ନୋଏଡା ଠାରୁ ଏକ ଖରାପ ଖବର ଆସିଛି। ଏଠାରେ ଏକ କ୍ରିକେଟ ମ୍ୟାଚ ସମୟରେ ଜଣେ ଖେଳାଳିଙ୍କର ମୃତ୍ୟୁ ହୋଇଛି। ହୃଦଘାତ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ନାମ ବିକାଶ ନେଗି। ବିକାଶଙ୍କୁ ମାତ୍ର ୩୪ ବର୍ଷ ହୋଇଥିଲା। ସେ ବୃତ୍ତିରେ ଜଣେ ଇଞ୍ଜିନିୟର ଥିଲେ ।
ଶନିବାର ଦିନ ଏହି ଘଟଣା ଘଟିଛି କିନ୍ତୁ ଏହାର ଭିଡିଓ ବର୍ତ୍ତମାନ ସାମ୍ନାକୁ ଆସିଛି। ନୋଏଡାର ସେକ୍ଟର ୧୩୫ ରେ ନିର୍ମିତ ଷ୍ଟାଡିୟମରେ ଏକ କ୍ରିକେଟ ମ୍ୟାଚ ଖେଳାଯାଉଥିଲା। ଏହି ମ୍ୟାଚ ମାଭରିକ-୧୧ ଏବଂ ବ୍ଲେଜିଂ ବୁଲସ କ୍ରିକେଟ ଦଳ ମଧ୍ୟରେ ହୋଇଥିଲା। ଏଠାରେ ମ୍ୟାଚର ପ୍ରଥମ ଇନିଂସରେ ଏକ ଦୁଃଖଦ ଦୁର୍ଘଟଣା ଘଟିଥିଲା।
ମାଭରିକ-୧୧ ର ବ୍ୟାଟିଂ ଚାଲିଥିଲା ଏବଂ ଉମେଶ କୁମାର ଏବଂ ବିକାଶ ନେଗି ପିଚରେ ଉପସ୍ଥିତ ଥିଲେ। ଉମେଶ ୧୪ତମ ଓଭରର ପଞ୍ଚମ ବଲରେ ଏକ ସଟ ମାରିଥିଲେ ଏବଂ ଅନ୍ୟ ପଟେ ଠିଆ ହୋଇଥିବା ବିକାଶ ରନ ନେବାକୁ ଦୌଡିଥିଲେ। ବଲ ବାଉଣ୍ଡରୀରେ ପହଞ୍ଚିଥିଲା ଏବଂ ଉମେଶଙ୍କ ସହ ହାତ ମିଳାଇବା ପରେ ବିକାଶ ତାଙ୍କ କ୍ରିଚକୁ ଫେରିବା ଆରମ୍ଭ କଲେ। ତା’ପରେ ହଠାତ ସେ ପିଚ ଉପରେ ପଡ଼ିଗଲେ । ତାଙ୍କୁ ପଡିଥିବାର ଦେଖି ୱିକେଟ କିପର ପ୍ରଥମେ ଦୌଡ଼ିଥିଲେ। ଏହା ପରେ ବୋଲର ଏବଂ ବ୍ୟାଟ୍ସମ୍ୟାନମାନେ ମଧ୍ୟ ତାଙ୍କ ଆଡକୁ ଦୌଡିଥିଲେ। କିଛି କ୍ଷଣ ମଧ୍ୟରେ ସମସ୍ତ ଖେଳାଳି ବିକାଶଙ୍କ ଚାରିପାଖରେ ଏକତ୍ରିତ ହେଲେ ।
ଖେଳାଳିମାନେ ତୁରନ୍ତ ତାଙ୍କୁ ସିପିଆର ଦେଇଥିଲେ। ଏହା ପରେ ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା ଯେଉଁଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ପୁରା ଘଟଣାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।