Categories: ଖେଳ

ବଳାତ୍କାର ଅଭିଯୋଗରୁ କ୍ରିକେଟର୍‌ଙ୍କୁ ମିଳିଲା ଆଶ୍ୱସ୍ତି

କଲମ୍ବୋ,୨୮।୯: ନିକଟରେ ଶ୍ରୀଲଙ୍କା କ୍ରିକେଟର ଦାନୁଷ୍କା ଗୁନାଥିଲାକାଙ୍କ ବିରୋଧରେ ବଳାତ୍କାରର ଗୁରୁତର ଅଭିଯୋଗ ଆସିଥିଲା। କିନ୍ତୁ ବର୍ତ୍ତମାନ ଦାନୁଷ୍କାଙ୍କୁ ଏହି ପ୍ରସଙ୍ଗରେ ଏକ ବଡ଼ ଆଶ୍ୱସ୍ତି ମିଳିଛି। ଦାନୁଷ୍କାଙ୍କୁ କ୍ଲିନ୍‌ଚିଟ୍‌ ମିଳିଛି। ତାଙ୍କ ବିରୋଧରେ ବଳାତ୍କାର ଅଭିଯୋଗ ମିଥ୍ୟା ବୋଲି ଜଣାପଡିଛି। ଅଷ୍ଟ୍ରେଲିଆର ନ୍ୟୁ ସାଉଥ ୱେଲ୍ସ କୋର୍ଟ ଶ୍ରୀଲଙ୍କା କ୍ରିକେଟରଙ୍କୁ ନିର୍ଦ୍ଦୋଷ ଘୋଷଣା କରିଛନ୍ତି।
ଡାନୁଷ୍କା ଗୁନାଥିଲାକା ଆଶ୍ୱସ୍ତି ପାଇବା ପରେ ନିଜର ପ୍ରତିକ୍ରିୟାରେ କହିଛନ୍ତି, ମୋ ଜୀବନ ପୁଣି ସ୍ବାଭାବିକ ହୋଇଛି, ମୁଁ ବହୁତ ଖୁସି। ମୁଁ ଯଥାଶୀଘ୍ର କ୍ରିକେଟ ପଡ଼ିଆକୁ ଫେରିବାକୁ ବହୁତ ଉତ୍ସାହିତ ଅଛି। ଅଷ୍ଟ୍ରେଲିଆର ନ୍ୟୁ ସାଉଥ ୱେଲ୍ସରେ ପ୍ରାୟ ୫ ମାସ ପୂର୍ବେ ଦାନୁଷ୍କାଙ୍କ ବିରୋଧରେ ବଳାତ୍କାର ଅଭିଯୋଗ ହୋଇଥିଲା।
ଦାନୁଷ୍କା ଗୁନାଥିଲାକା ଶ୍ରୀଲଙ୍କା ପାଇଁ ୮ଟି ଟେଷ୍ଟ ମ୍ୟାଚ ଖେଳିଛନ୍ତି। ଏହା ବ୍ୟତୀତ ସେ ୪୭ଟି ଦିନିକିଆ ଏବଂ ୪୬ ଟି-୨୦ ମ୍ୟାଚରେ ଶ୍ରୀଲଙ୍କାର ପ୍ରତିନିଧିତ୍ୱ କରିଛନ୍ତି।

Share