Categories: ଖେଳ

ଆଇପିଏଲରେ ପ୍ରଥମ ଭାରତୀୟ ଭାବେ ଶତକ ହାସଲ କରିଥିବା ଖେଳାଳିଙ୍କ ସ୍ତ୍ରୀ ଜଣେ ଅଭିନେତ୍ରୀ

ଆଇପିଏଲରେ ଶତକ ହାସଲ କରିଥିବା ପ୍ରଥମ ଭାରତୀୟ ଖେଳାଳି ମନୀଷ ପାଣ୍ଡେ ଗତ ବର୍ଷ ଡିସେମ୍ବରରେ ଅଭିନେତ୍ରୀ ଆଶ୍ରିତା ସେଟ୍ଟୀଙ୍କୁ ବିବାହ କରିଥିଲେ।  ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ରରେ ଆଶ୍ରିତା ଏକ ଜଣାଶୁଣା ନାମ। ଆଶ୍ରିତା ୧୬ ଜୁଲାଇ ୧୯୯୩ ରେ ମୁମ୍ବାଇରେ ଜନ୍ମଗ୍ରହଣ କରିଥିଲେ। ମାର୍କେଟିଂରେ ସେ ଏମବିଏ ରହିଛି। ସେ ୨୦୧୦ରେ ଏକ ସୌନ୍ଦର୍ଯ୍ୟ ପ୍ରତିଯୋଗିତା ଜିତିଥିଲେ। ଏହା ପରେ ସେ ଫିଲ୍ମ ଜଗତରେ ପାଦ ଥାପିଥିଲେ। ସେ ୨୦୧୨ରେ ତେଲୁଗୁ ଚଳଚ୍ଚିତ୍ର ତେଲିକେଦା ବୋଲ୍ଲି ସହିତ ଚଳଚ୍ଚିତ୍ର ଜଗତରେ ପ୍ରବେଶ କରିଥିଲେ। ଏହା ପରେ ସେ ତାମିଲ ଚଳଚ୍ଚିତ୍ର ଉଦାୟାମ ଏନ୍‌ଲଚ୍‌-୪, ଓରୁ କନିୟୁମ ମୋନୁ କାଲାଭାନିକାଲୁମ, ଇନ୍ଦ୍ରଜିତ୍‌ ଭଳି ଆକ୍ସନ ଫିଲ୍ମରେ ମଧ୍ୟ ଅଭିନୟ କରିଛନ୍ତି। କିଛିଦିନ ମନୀଷଙ୍କ ପ୍ରେମରେ ପଡିବା ପରେ ଉଭୟ ୨୦୧୯ରେ ବିବାହ କରିଥିଲେ। ୨୦୦୯ରେ ମନୀଷ ପାଣ୍ଡେ ଡେକାନ ଚାର୍ଜର୍ସ ବିପକ୍ଷରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ପକ୍ଷରୁ ୭୩ଟି ବଲରୁ ୧୧୪ ସ୍କୋର କରିଥିଲେ। ଆଇପିଏଲ ଇତିହାସରେ ପ୍ରଥମ ଭାରତୀୟ ଖେଳାଳି ଶତକ ହାସଲ କରିଥିଲେ। ସେ ବର୍ତ୍ତମାନ ସନରାଇଜର୍ସ ହାଇଦ୍ରାବାଦ ପକ୍ଷରୁ ଖେଳୁଛନ୍ତି।

Share