Categories: ଜାତୀୟ

ରାଜନୀତିରେ ପାଦ ଦେଇପାରନ୍ତି ଅଭାଗା କ୍ରିକେଟର

କୋଲକାତା,୨୪ା୨- ରାଜନୀତିରେ ପାଦ ଦେବାକୁ ଯାଉଛନ୍ତି ଭାରତୀୟ କ୍ରିକେଟର ମନୋଜ ତିଓ୍ବାରୀ। ଭାରତୀୟ କ୍ରିକେଟର ଅଭାଗା କ୍ରିକେଟର କୁହାଯାଉଥିବା ତିଓ୍ବାରୀ ବୁଧବାର ହୁଗଲି ଜିଲାର ଚିନସୁରରେ ହେବାକୁ ଥିବା ରାଲିବେଳେ ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଦଳ ତୃଣମୂଳ କଂଗ୍ରେସ (ଟିଏମ୍‌ସି)ରେ ଯୋଗଦେବେ।

ଉଲ୍ଲେଖଯୋଗ୍ୟ, ମନୋଜ ଭାରତୀୟ ଦଳ ପାଇଁ ଦିନିକିଆ ଓ ଟି୨୦ ଫର୍ମାଟରେ ପ୍ରତିନିଧିତ୍ୱ କରିଛନ୍ତି। ବର୍ତ୍ତମାନ ସେ ବେଙ୍ଗଲ ପାଇଁ ଘରୋଇ କ୍ରିକେଟ ଖେଳୁଛନ୍ତି। ଏହି ୩୫ ବର୍ଷୀୟ କ୍ରିକେଟରଙ୍କ ଅନ୍ତର୍ଜାତୀୟ କ୍ୟାରିୟରର ଶେଷ ହୋଇଯାଇଛି କହିଲେ ଭୁଲ ହେବ ନାହିଁ। ତାଙ୍କୁ ବହୁ ବାର ଭାରତୀୟ ଦଳରେ ସାମିଲ କରାଯାଇଛି। ହେଲେ କୌଣସି ନା କୌଣସି ଆହତ ସମସ୍ୟା କିମ୍ବା ଅସୁସ୍ଥତା କାରଣରୁ ସେ ଚୂଡ଼ାନ୍ତ ଏକାଦଶରୁ ବାଦ୍‌ ପଡ଼ନ୍ତି। ଏଭଳି ଘଟଣା ତାଙ୍କ ସହ ଥରେ କି ଦୁଇ ଥରେ ବାରମ୍ବାର ହୋଇଛି। ତେବେ ଅନ୍ତର୍ଜାତୀୟ ସ୍ତରରେ ସେ ୧୨ ଦିନିକିଆ ଓ ଗୋଟିଏ ଟି୨୦ ଖେଳିଛନ୍ତି।

Share