ଆଲ୍ଲୁଙ୍କ ଲୁକ୍‌କୁ ନେଇ ଫିଦା ହେଲେ ଏହି କ୍ରିକେଟର,କଲେ ଏମିତି…

ମୁମ୍ବାଇ: ସାଉଥ୍‌ ସୁପରଷ୍ଟାର ଆଲ୍ଲୁ ଅର୍ଜୁନ-ରଶ୍ମିକା ମନ୍ଦାନାଙ୍କ ଅଭିନୀତ ଫିଲ୍ମ ‘ପୁଷ୍ପା’ ଏବେ ବକ୍ସ ଅଫିସରେ ଧମାକାଦାର କଲେକ୍ସନ କରିଛି। ଫିଲ୍ମକୁ ଦେଖିବା ପାଇଁ ଦର୍ଶକଙ୍କ ମଧ୍ୟରେ କ୍ରେଜ୍‌ ବଢିଛି। ଅଭିନେତା ହୁଅନ୍ତୁ ଅବା କ୍ରିକେଟର ସମସ୍ତେ ଫିଲ୍ମକୁ ଦେଖିବାକୁ ପସନ୍ଦ କରୁଛନ୍ତି। କେହି କେହି ଆଲ୍ଲୁ ଅର୍ଜୁନଙ୍କ ଲୁକ୍‌କୁ ଫଲୋ କରୁଛନ୍ତି। ନିକଟରେ କ୍ରିକେଟର ରବୀନ୍ଦ୍ର ଜାଡେଜା ମଧ୍ୟ ଆଲ୍ଲୁଙ୍କ ଲୁକ୍‌କୁ ଫଲୋ କରି ଏକ ଫଟୋ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଏହି ଫଟୋକୁ ଫ୍ୟାନ୍ସ ପସନ୍ଦ କରିବା ସହ ଜବରଦସ୍ତ କମେଣ୍ଟ ମଧ୍ୟ ଆସୁଛି। ଜାଡେଜାଙ୍କ ଏହିି ପୁଷ୍ପା ଲୁକ୍‌ ଫ୍ୟାନ୍ସଙ୍କ ହୃଦୟ ଜିତିଯାଇଛି ।

 

Share