ଭାରତର କିମ୍ବଦନ୍ତୀ କ୍ରିକେଟର ଭିଭିଏସ ଲକ୍ଷ୍ମଣ ପ୍ରାୟତଃ ସୋସିଆଲ ମିଡିଆରେ ପ୍ରେରଣାଦାୟୀ କାହାଣୀ ପୋଷ୍ଟ କରି ଚର୍ଚ୍ଚାରେ ଥାନ୍ତି। ନିକଟରେ ସେ ଏପରି ଜଣେ ମା’ଙ୍କ ଭିଡିଓ ଶେୟାର କରିଛନ୍ତି, ଯାହାଙ୍କୁୁ ଦେଖିରେ ଲୋମ ଟାଙ୍କୁରି ଉଠିବ। ଯେଉଁ ମା’କୁ ଅନ୍ୟର ସାହାରା ଆବଶ୍ୟକ, ସେହି ମା’ ନିଜ ଦିବ୍ୟାଙ୍ଗ ପୁଅର ପେଟ ପୋଷିବା ପାଇଁ ଟ୍ରଲିରେ ଅଳିଆ ଉଠାଉଛନ୍ତି। ଶାରୀରିକ ଅକ୍ଷମତା ସତ୍ତ୍ୱେ ନିଜ ଦିବ୍ୟାଙ୍ଗ ପୁଅର ଭାର ବୋହି ଚାଲିଛନ୍ତି ମା’। ଲକ୍ଷ୍ମଣ ଉକ୍ତ ମହିଳାଙ୍କ ଭିଡିଓ ଶେୟାର କରି କହିଛନ୍ତି ମୁଁ ନିଃଶବ୍ଦ, ମା’ ସବୁଠୁ ଖାସ୍ ବ୍ୟକ୍ତିତ୍ୱ। ଏକ ଦିବ୍ୟାଙ୍ଗ ମା’ର ଭିଡିଓ। ନିଜ ଦିବ୍ୟାଙ୍ଗ ପୁଅର ପେଟ ପୋଷିବା ପାଇଁ କାମ କରୁଛନ୍ତି। କିଛି ସ୍ବେଚ୍ଛାସେବୀ ଭିଡିଓ ଦେଖି ଉକ୍ତ ମହିଳାଙ୍କୁ ସାହାଯ୍ୟ କରିବା ପାଇଁ ତାଙ୍କ ଘରେ ପହଞ୍ଚିଥିବା ଲକ୍ଷ୍ମଣ କହିଛନ୍ତି। କିଛିଦିନ ତଳେ ଲକ୍ଷ୍ମଣ ଜଣେ ପିତାଙ୍କ କାହାଣୀ ବାଣ୍ଟିଥିଲେ ଯିଏକି ରାସ୍ତାରେ ଗର୍ତ୍ତ ଥିବାରୁ ଦୁର୍ଘଟଣାରେ ନିଜର ୧୬ ବର୍ଷର ପୁଅକୁ ହରାଇଲେ। ସେବେଠାରୁ ସେ ପ୍ରତିଦିନ ଗର୍ତ୍ତଗୁଡ଼ିକ ପୂରଣ କରୁଛନ୍ତି। ଯେପରି ଅନ୍ୟ କୌଣସି ପିତା ନିଜ ସନ୍ତାନକୁ ହରାଇବେ ନାହିଁ ସେଥିପାଇଁ ସେ ଏଭଳି ନିଷ୍ପତ୍ତି ନେଇଛନ୍ତି।
Speechless!
Mother's are extra special and love personified. Extremely moving video of a mother working to feed her Specially Abled child.
She Herself Is Specially abled but is working to feed her son.Some volunteers saw Her Video And Visited Her Home With Ration. pic.twitter.com/k9leb0ZH99
— VVS Laxman (@VVSLaxman281) June 24, 2020