ଓଡ଼ିଆ ସମାଜସେବୀଙ୍କୁ ପ୍ରଶଂସାରେ ପୋତି ପକାଇଲେ କ୍ରିକେଟର୍‌ ଭିଭିଏସ୍‌ ଲକ୍ଷ୍ମଣ

ନୂଆଦିଲ୍ଲୀ,୯।୧୧: ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଖେଳାଳି ଭିଭିଏସ୍‌ ଲକ୍ଷ୍ମଣ ସୋସିଆଲ ମିଡିଆରେ ବେଶ୍‌ ସକ୍ରିୟ। ପ୍ରାୟତଃ ସେ ନିଃସ୍ବାର୍ଥପର ଭାବେ ଲୋକଙ୍କ ସେବା କରୁଥିବା କିଛି ଅସାଧାରଣ ବ୍ୟକ୍ତିଙ୍କ କାର୍ଯ୍ୟ ଦେଖି ସୋସିଆଲ ମିଡିଆରେ ସେମାନଙ୍କୁ ପ୍ରଶଂସା କରିବାକୁ ଆଦୌ ଭୁଲନ୍ତି ନାହିଁ। ନିକଟରେ ସେ ଜଣେ ଓଡ଼ିଆ ସମାଜସେବୀଙ୍କୁ ପ୍ରଶଂସା କରି ଟୁଇଟ୍‌ କରିଛନ୍ତି। ଏହି ସମାଜସେବୀ ଜଣଙ୍କ ହେଉଛନ୍ତି କଟକର ଅଭିମନ୍ୟୁ ଦାସ। ବୟସ ୫୦। ତାଙ୍କ ପେଶା ପୁସ୍ତକ ବାନ୍ଧିବା କିନ୍ତୁ ନିଶା ସମାଜସେବା। ସେ ଆଜି ପର୍ଯ୍ୟନ୍ତ ହାଜାର ହଜାର ଅଚିହ୍ନା ମୃତଦେହ ଦାହ କରିସାରିଲେଣି। ସେ ମଧ୍ୟ ହଜାର ହଜାର କର୍କଟ ରୋଗୀଙ୍କ ଯତ୍ନ ନେଉଛନ୍ତି, ଯେଉଁମାନଙ୍କ ମଧ୍ୟରେୁ ଅଧିକାଂଶ ଭୂମିହୀନ କିମ୍ବା ପରିତ୍ୟକ୍ତ ଅଟନ୍ତି। ଲକ୍ଷ୍ମଣ ଅଭିମନ୍ୟୁଙ୍କର ଏହି ନିଃସ୍ବାର୍ଥପର ସେବାକୁ ସଲାମ କରିଛନ୍ତି।

Share