Categories: ଖେଳ

ଭାରତୀୟ ଦଳକୁ ପୁଣି ଲାଗିଲା ଝଟ୍‌କା

କଲମ୍ବୋ,୩୦।୭: ଶ୍ରୀଲଙ୍କା ଗସ୍ତରେ ଥିବା ଭାରତୀୟ ଦଳକୁ ଆଉ ଏକ ଝଟ୍‌କା ଲାଗିଛି। ଅଲରାଉଣ୍ଡର କ୍ରୁନାଲ ପାଣ୍ଡ୍ୟାଙ୍କ ପରେ ଦଳର ଆଉ ୨ ଖେଳାଳି କରୋନା ଆକ୍ରାନ୍ତ ହୋଇଛନ୍ତି। ସେମାନେ ହେଲେ ୟୁଜବେନ୍ଦ୍ର ଚହଲ ଏବଂ କୃଷ୍ଣାପା ଗୌତମ। ଉଭୟ ଏବେ ୧୦ ଦିନ ପର୍ଯ୍ୟନ୍ତ ହୋମ ଆଇସୋଲେସନରେ ରହିବେ ବୋଲି ଜଣାପଡିଛି। ସୂଚନାଯୋଗ୍ୟ, ଶ୍ରୀଲଙ୍କ ବିପକ୍ଷ ଦ୍ୱିତୀୟ ଟି-୨୦ ପୂର୍ବରୁ ଦଳର ଅଲରାଉଣ୍ଡର କ୍ରୁନାଲ ପାଣ୍ଡ୍ୟା କରୋନା ଆକ୍ରାନ୍ତ ହୋଇଥିଲେ। ଫଳରେ ତାଙ୍କ ସଂସ୍ପର୍ଶରେ ଆସିଥିବା ୮ ଖେଳାଳିଙ୍କୁ ଆଇସୋଲେସନରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଚହଲ ଏବଂ ଗୌତମ ଆଇସୋଲେସନରେ ଥିଲେ।

Share