Posted inଖେଳ

ଷ୍ଟାଡିୟମ୍‌ରେ ପାଣି ପାଇଁ ହାହାକାର: ୨୦ ଦର୍ଶକ ମେଡିକାଲ୍‌ରେ ଆଡମିଟ୍‌

ପୁଣେ,୨୫ା୧୦: ପାଣି ବୋତଲ ପହଞ୍ଚିବାରେ ବିଳମ୍ବ କାରଣରୁ ଭାରତ-ନ୍ୟୁଜିଲାଣ୍ଡ ଦ୍ୱିତୀୟ ଟେଷ୍ଟରେ ଦର୍ଶକଙ୍କୁ ହଇରାଣ ହେବାକୁ ପଡିଛି। ଷ୍ଟାଡିୟମରେ ପାଣି ଅଭାବ ଯୋଗୁ ପରିସ୍ଥିତି ବିଗିଡି ଚାଲିଥିଲା। ପରିସ୍ଥିତି ଏପରି ହୋଇଥିଲା ଯେ, ପାଣି ଅଭାବରୁ ପ୍ରାୟ ୨୦ ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପଡିଥିଲା। ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ ନିଜ ଭୁଲକୁ ସ୍ବୀକାର କରିଛି। ଏଥିସହ ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ ଟେଷ୍ଟର ଦ୍ୱିତୀୟ ଦିନରେ ପର୍ଯ୍ୟାପ୍ତ ପରିମାଣର ଜଳ ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛି।

ପୁଣେର ଏମ୍‌ସିଏ ଷ୍ଟାଡିୟମରେ ମ୍ୟାଚ୍‌ ଖେଳାଯାଇଥିବା ବେଳେ ପାଣି ବୋତଲ ବିଳମ୍ବରେ ପହଞ୍ଚିଥିଲା। ସକାଳ ସେସନ୍‌ ପାଇଁ ପ୍ରାୟ ୧୮ ହଜାର ଦର୍ଶକ ଷ୍ଟାଡିୟମକୁ ଆସିଥିଲେ। ଷ୍ଟାଡିୟମରେ ଛାତ ନ ଥିବା ବେଳେ ପ୍ରବଳ ଖରାରେ ସାଧାରଣ ଲୋକ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଏପରିକି କିଛି ଲୋକ ମହାରାଷ୍ଟ୍ର କ୍ରିକେଟ ଆସୋସିଏଶନ ବିପକ୍ଷରେ ନାରା ମଧ୍ୟ ଲଗାଇଥିଲେ। ପରବର୍ତ୍ତୀ ସମୟରେ କ୍ରିକେଟ ଆସୋସିଏଶନ ସମ୍ପାଦକ କମଳେଶ ପିସାଲ ଦର୍ଶକଙ୍କୁ କ୍ଷମା ମାଗିଥିଲେ। ଚଳିତ ବର୍ଷ ଦର୍ଶକମାନଙ୍କୁ ଥଣ୍ଡା ପାଣି ପ୍ରଦାନ ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଟ୍ରାଫିକ କାରଣରୁ ଟ୍ୟାଙ୍କର ପହଞ୍ଚି ପାରି ନ ଥିବା ବେଳେ ସମସ୍ତଙ୍କୁ ମାଗଣା ପାଣି ବୋତଲ ଦିଆଯାଇଥିବା ପିସାଲ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଦ୍ୱିତୀୟ ଟେଷ୍ଟରେ ପୁଣି ଭାରତର ବ୍ୟାଟିଂ ବିପର୍ଯ୍ୟୟ; ୧୫୬ ରେ ଅଲଆଉଟ

ପୁଣେ,୨୫ା୧୦: ପୁଣେର ମହାରାଷ୍ଟ୍ର କ୍ରିକେଟ୍ ଆସୋସିଏସନ୍ (ଏମସିଏ) ଷ୍ଟାଡିୟମରେ ଟିମ୍ ଇଣ୍ଡିଆ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଦ୍ୱିତୀୟ ମ୍ୟାଚ୍ ଖେଳାଯାଉଛି। ଶୁକ୍ରବାର ମ୍ୟାଚର ଦ୍ୱିତୀୟ ଦିନ।...

ବଡ଼ ଅଫର୍‌କୁ ନା କହିଲେ କେଏଲ୍‌ ରାହୁଲ: ଆଇପିଏଲ କ୍ୟାରିୟର୍‌କୁ ନେଇ ଉଠିଲା ପ୍ରଶ୍ନ

ନୂ୍‌ଆଦିଲ୍ଲୀ,୨୫।୧୦: ଆଇପିଏଲ ମେଗା ନିଲାମ ୨୦୨୫ ପୂର୍ବରୁ ଲକ୍ଷୌ ସୁପର ଜିଆଣ୍ଟସ(ଏଲ୍‌ଏସ୍‌ଜି)ରେ କେ.ଏଲ ରାହୁଲଙ୍କ ଭବିଷ୍ୟତକୁ ନେଇ ପ୍ରଶ୍ନ ଉଠିଛି। ଏଲ୍‌ଏସ୍‌ଜି ଅଧିନାୟକ କେ.ଏଲ ରାହୁଲଙ୍କୁ...

ସ୍ତନ କର୍କଟ ବିଜ୍ଞାପନ ଦେଇ ଫସିଲା ଯୁବରାଜ ସିଂଙ୍କ ଏନ୍‌ଜିଓ

ନୂଆଦିଲ୍ଲୀ,୨୫ା୧୦:ଭାରତୀୟ କ୍ରିକେଟର ଯୁବରାଜ ସିଂଙ୍କ ଏନ୍‌ଜିଓ ‘ୟୁଓ୍ବିକ୍ୟାନ୍‌’ ପକ୍ଷରୁ ସ୍ତନ କର୍କଟ ସଚେତନତା ପାଇଁ ଦିଲ୍ଲୀ ମେଟ୍ରୋରେ ଦିଆଯାଇଥିବା ବିବାଦୀୟ ବିଜ୍ଞାପନ ସମାଲୋଚିତ ହୋଇଛି। ଉକ୍ତ...

ବିଶ୍ୱ ଚାମ୍ପିୟନକୁ ଧୂଳି ଚଟେଇଲା ଭାରତ: ନେଲା ବିଶ୍ୱକପ୍‌ ପରାଜୟର ବଦ୍‌ଲା

ଅହମଦାବାଦ,୨୪ା୧୦: ଦିନକିଆ ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ଭାରତୀୟ ମହିଳା ଦଳର ଦୁଇ ପଦାର୍ପଣକାରୀ ଖେଳାଳି ସାଇମା ଠାକୁର ଓ ତେଜଲ ହସବନିସ୍‌ ପ୍ରଭାବୀ ପ୍ରଦର୍ଶନ କରିଥିବା...

ପୁଣେ ଟେଷ୍ଟରେ ହେଲା ଅଜବ କାରନାମା: ଗୋଟିଏ ସହରର ୨ ବୋଲର କଲେ ଚମତ୍କାର

ପୁଣେ,୨୪।୧୦:ନ୍ୟୁଜିଲାଣ୍ଡ କ୍ରିକେଟ ଦଳ ଭାରତ ବିପକ୍ଷରେ ପୁଣେ ଟେଷ୍ଟରେ ୨୫୯ ରନ ସ୍କୋର କରି ଆଉଟ ହୋଇଥିଲେ। ଏହି ସମୟରେ ୱାଶିଂଟନ ସୁନ୍ଦର ଭାରତ ପାଇଁ...

ଓ୍ବାଶିଂଟନ୍‌ ସୁନ୍ଦରଙ୍କ ଚମତ୍କାର ବୋଲିଂ: ନ୍ୟୁଜିଲାଣ୍ଡ ୨୫୯ ରନ୍‌ରେ ଅଲଆଉଟ

ପୁଣେ,୨୪ା୧୦(ପି.ଟି.): ଭାରତ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡ କ୍ରିକେଟ ଦଳ ୨୫୯ ରନ୍‌ରେ ଅଲଆଉଟ ହୋଇଛି। ଜବାବରେ ପ୍ରଥମ ଦିନର ଷ୍ଟମ୍ପ ଅପସାରଣ ବେଳକୁ...

ରୋହିତ ଶର୍ମାଙ୍କ ରେକର୍ଡ ଭାଙ୍ଗିଲେ ଏହି ଜିମ୍ବାଓ୍ବେ କ୍ରିକେଟର୍‌

ନୂଆଦିଲ୍ଲୀ,୨୪।୧୦:ଜିମ୍ବାୱେ ଗାମ୍ବିଆ ବିପକ୍ଷରେ ଇତିହାସ ସୃଷ୍ଟି କରିଛି। ଗାମ୍ବିଆ ବିପକ୍ଷ ଅନ୍ତର୍ଜାତୀୟ ଟି-୨୦ ମ୍ୟାଚରେ ଜିମ୍ବାୱେ ସର୍ବାଧିକ ସ୍କୋରର ରେକର୍ଡ ସୃଷ୍ଟି କରିଛି। ଜିମ୍ବାୱେ ୨୦...

ମାତ୍ର ୨୯ ବର୍ଷ ବୟସରେ ଅବସର ନେଲେ ଭାରତୀୟ ମହିଳା ହକି ଦଳର ପୂର୍ବତନ ଅଧିନାୟିକା

ନୂଆଦିଲ୍ଲୀ,୨୪।୧୦: ଭାରତୀୟ ମହିଳା ହକି ଦଳର ପୂର୍ବତନ ଅଧିନାୟିକା ରାଣୀ ରାମପାଲ ଗୁରୁବାର ଅବସର ଘୋଷଣା କରିଛନ୍ତି। ଏଥିସହିତ ତାଙ୍କର ୧୬ ବର୍ଷ ଲମ୍ବା କ୍ୟାରିୟରର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri