ସୋସିଆଲ ମିଡିଆ ବ୍ୟବହାରକାରୀଙ୍କ ପାଇଁ କ୍ରାଇମବ୍ରାଞ୍ଚର ଆଡ୍‌ଭାଇଜରି

କଟକ ଅଫିସ, ୧।୭: ସୋସିଆଲ ମିଡିଆ ବ୍ୟବହାରକାରୀଙ୍କ ଉଦ୍ଦେଶ୍ୟରେ କ୍ରାଇମବ୍ରାଞ୍ଚ ପକ୍ଷରୁ ବୁଧବାର ଟୁଇଟର ମାଧ୍ୟମରେ ଆଡ୍‌ଭାଇଜରି ଜାରି କରାଯାଇଛି। ଏଥିରେ କୁହାଯାଇଛି, ସୋସିଆଲ ମିଡିଆରେ ଆକାଉଣ୍ଟ ଖୋଲିବା ସମୟରେ ସେହି ୱେବ୍‌ସାଇଟ୍‌ର ପ୍ରିଭେସି ପଲିସିକୁ ଭଲଭାବେ ପଢି ତୃତୀୟ ପକ୍ଷ ଆପ୍ଲିକେଶନ ବାବଦରେ ଧ୍ୟାନ ଦିଅନ୍ତୁ। ସୋସିଆଲ ମିଡିଆ ଆକାଉଣ୍ଟରେ ନିଜର ଅତ୍ୟନ୍ତ ଗୋପନୀୟ ତଥ୍ୟ ଦିଅନ୍ତୁ ନାହିଁ। ଏଥିରେ ଅଜଣା ମହିଳାପୁରୁଷଙ୍କୁ ବନ୍ଧୁଭାବେ ଗ୍ରହଣ କରନ୍ତୁ ନାହିଁ ଓ କୌଣସି ତଥ୍ୟ ପୋଷ୍ଟ କରିବା ପୂର୍ବରୁ ଭଲଭାବେ ପରଖନ୍ତୁ। ସାମାଜିକ ଗଣମାଧ୍ୟମରେ ଖରାପ ତଥ୍ୟ ପୋଷ୍ଟ କରନ୍ତୁ ନାହିଁ କିମ୍ବା ଆପଣ ପାଉଥିବା ମେସେଜକୁ ଅନ୍ଧଭଳି ଫରୱାର୍ଡ କରନ୍ତୁ ନାହିଁ। ଏହା ଆଇନତଃ ଅପରାଧ। ପ୍ରତିଥର ସୋସିଆଲ ମିଡିଆ ଖୋଲି ଦେଖିସାରିବା ପରେ ଆକାଉଣ୍ଟ ବନ୍ଦ କରନ୍ତୁ। ସେହିପରି ଅଜଣା ଲିଙ୍କ୍‌ ଉପରେ କ୍ଲିକ୍‌ କରନ୍ତୁ ନାହିଁ, ଅଜଣା ମେଲ୍‌ରୁ ଡାଉନ୍‌ଲୋଡ କରନ୍ତୁ ନାହିଁ। ଏଥିରେ ଭାଇରସ ଥାଇପାରେ ଓ ଆପଣଙ୍କ ତଥ୍ୟ ଚୋରି ହୋଇଯାଇପାରେ। ମାଗଣା ୱାଇଫାଇ ଜୋନ୍‌ରେ ନିଜର ସୋସିଆଲ ମିଡିଆ ଆକାଉଣ୍ଟ ଖୋଲିବା ସମୟରେ ସାବଧାନତା ଅବଲମ୍ବନ କରନ୍ତୁ। ହ୍ୟାକରମାନେ ଫ୍ରି ୱାଇଫାଇ ଜୋନ୍‌ରେ ଆପଣଙ୍କ ୟୁଜର ଆଇଡି ତଥା ପାସ୍‌ୱାର୍ଡ ଓ ବ୍ୟାଙ୍କ ସମ୍ବନ୍ଧୀୟ ତଥ୍ୟକୁ ହ୍ୟାକ୍‌ କରିବାର ବହୁ ସମ୍ଭାବନା ରହିଛି। ତେଣୁ ମାଗଣା ୱାଇଫାଇ ଜୋନ୍‌ରେ ନିଜର ବ୍ୟାଙ୍କ ସମ୍ବନ୍ଧୀୟ କାର୍ଯ୍ୟ କରନ୍ତୁ ନାହିଁ ବୋଲି ଉକ୍ତ ଆଡ୍‌ଭାଇଜରିରେ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରେମ ପାହାଡ଼ରେ ମରି ପଡ଼ିଛନ୍ତି ୫ ଠେକୁଆ

ରାୟଗଡ଼ା,୨୩ା୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସଦରମହକୁମାସ୍ଥିତ ପ୍ରେମ ପାହାଡ଼ରେ ବୁଧବାର ସମୟରେ ୫ଟି ଠେକୁଆ ମରିପଡ଼ିଥିବା ଦେଖିବାକୁ ମଳିଥିଲା। ତେବେ ପ୍ରେମ ପାହାଡ଼ରେ କେବେ ଠେକୁଆଙ୍କୁ...

ପୋଖରୀରେ ବୁଡ଼ିଗଲେ ୨ ଦିବ୍ୟାଙ୍ଗ ଯୁବତୀ

ଶେରଗଡ଼/ହିଞ୍ଜିଳିକାଟୁ,୨୩।୪(ସୂର୍ଯ୍ୟନାରାୟଣ ଦାଶ/ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ଶେରଗଡ଼ ବ୍ଲକ ହିଞ୍ଜିଳି ଥାନା ନରେନ୍ଦ୍ରପୁର ଗ୍ରାମ ପୋଖରୀରେ ବୁଡ଼ି ବୁଧବାର ୨ ଦିବ୍ୟାଙ୍ଗ ଯୁବତୀଙ୍କ ମୃତ୍ୟୁ ଘଟିଛି।...

ଖେମୁଣ୍ଡି କଲେଜ ଛାତ୍ରୀଛାତ୍ରଙ୍କ ସଫଳତା, ବିଶ୍ୱବିଦ୍ୟାଳୟ ଟପ୍ପର ହେଲେ ଶୀତଲ-ପୁଷ୍ପାଞ୍ଜଳି

ଦିଗପହଣ୍ଡି,୨୩ା୪(ଅଶେଷ ନାଥ ମିଶ୍ର): ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ସ୍ନାତକ ପରୀକ୍ଷା ଫଳ ପ୍ରକାଶ ପାଇଥିବା ବେଳେ ବିଭିନ୍ନ ବିଭାଗରେ ଖେମୁଣ୍ଡି କଲେଜର ୧୨ ଜଣ ଛାତ୍ରୀଛାତ୍ର ବିଶବିଦ୍ୟାଳୟର...

ରାଜ୍ୟ ସରକାରଙ୍କୁ ଲାଭାଂଶ ବାବଦରେ ୪ ନିଗମ ଦେଲେ ୨୦୬ କୋଟି ଟଙ୍କା

ଭୁବନେଶ୍ୱର,୨୩ା୪(ସୁନିତ୍‌ ମିଶ୍ର): ରାଜ୍ୟ କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ଅଧୀନ ଓଡ଼ିଶା କୃଷି ଶିଳ୍ପ ନିଗମ, ଓଡ଼ିଶା ରାଜ୍ୟ କାଜୁ ଉନ୍ନୟନ ନିଗମ ଏବଂ...

ଗଞ୍ଜେଇ ଗାଡ଼ି ଛାଡ଼ି ଚାଳକ ଚମ୍ପଟ

ଦାରିଙ୍ଗବାଡ଼ି,୨୩ା୪(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ପୋଲିସକୁ ମିଳିଛି ବଡ଼ ସଫଳତା, ଗଞ୍ଜେଇ ଭର୍ତ୍ତି ମିନିଟ୍ରକକୁ ପୋଲିସ ଜବତ କରିଛି। ୨୭୦ କେଜି ଗଞ୍ଜେଇ ଜବତ...

ପହଲଗାମ୍‌ ଶହୀଦଙ୍କ ସ୍ମୃତିରେ କ୍ୟାଣ୍ଡେଲ ଶୋଭାଯାତ୍ରା

ଭଞ୍ଜନଗର,୨୩ା୪(ବାବୁଲା ପ୍ରଧାନ): ଜମ୍ମୁ-କଶ୍ମୀରର ପହଲଗାମ୍‌ ଆତଙ୍କବାଦୀ ଆକ୍ରମଣରେ ଅନେକ ପର୍ଯ୍ୟଟକ ଶହୀଦ ହୋଇଛନ୍ତି। ଏଥିସହ ଅନେକ ଆହତ ହୋଇ ଏବେ ବି ମେଡିକାଲ ରେ ଚିକିତ୍ସିତ...

BCCIର ବଡ଼ ନିଷ୍ପତ୍ତି: ଚିୟର ଗର୍ଲ, ଆତସବାଜୀ ବିନା ହେବ ଆଜିର IPL ମ୍ୟାଚ

ନୂଆଦିଲ୍ଲୀ,୨୩।୪: SRH Vs MI ଖେଳାଳିଙ୍କ ହାତରେ କଳା ପଟି। IPL ୨୦୨୫ର ୪୧ତମ ମ୍ୟାଚ ଆଜି ଅର୍ଥାତ୍‌ ୨୩ ଏପ୍ରିଲରେ ମୁମ୍ବାଇ ଇଣ୍ଡିଆନ୍ସ ଏବଂ...

ଲୋକଙ୍କୁ ଗୋଡ଼ାଇ ଗୋଡ଼ାଇ କାମୁଡୁଛି ପାଗଳ ମାଙ୍କଡ଼, ଧରିବା ପାଇଁ ନାମେଦମ୍‌ ହେଲାଣି ବନ ବିଭାଗ

ଗଞ୍ଜାମ,୨୩ା୪(ବିଦ୍ୟାଧର ସାହୁ): ଗଞ୍ଜାମ ସହର ଓ ଆଖପାଖ ଅଞ୍ଚଳରେ ମାଙ୍କଡ଼ ଆତଙ୍କରେ ଲୋକେ ଅତିଷ୍ଠ ହୋଇ ପଡ଼ିଲେଣି । ଗତକାଲି ଏକ ପାତି ମାଙ୍କଡ଼ କାମୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image