ଭୁବନେଶ୍ୱର,୪।୪(ବ୍ୟୁରୋ): ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ମାମଲାରେ ମାନସଙ୍କ ଘରେ କ୍ରାଇମ୍ବ୍ରାଞ୍ଚର ୫ ଜଣିଆ ଟିମ୍ ପହଞ୍ଚିଛନ୍ତି। ମାନସଙ୍କ ଚପଲ ଓ ଇୟର ଫୋନ୍ ଚିହ୍ନଟ କରିବାକୁ କ୍ରାଇମ୍ବ୍ରାଞ୍ଚ ନୟାଗଡ ଜିଲା ଋଣପୁର ଘରେ ପହଞ୍ଚିଛନ୍ତି। ମାନସଙ୍କ ଭାଇ ଓ ପରିବାର ସହ କ୍ରାଇମ୍ବ୍ରାଞ୍ଚ ଆଲୋଚନା କରିଥିବା ଜଣାପଡିଛି।