ସହକାରୀ ବନ ସଂରକ୍ଷକ ସୌମ୍ୟରଞ୍ଜନଙ୍କ ସରକାରୀ ବାସଭବନରେ କ୍ରାଇମବ୍ରାଞ୍ଚ

ପାରଳାଖେମୁଣ୍ଡି,୨୨ା୭(ଡି.ଏନ୍‌.ଏ.): ଗଜପତି ଜିଲା ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁକୁ ୯ ଦିନ ପୂରିଥିଲେ ମଧ୍ୟ ମୃତ୍ୟୁ ରହସ୍ୟ ଉପରୁ ପରଦା ହଟୁନି। ଦିନକୁ ଦିନ ସୌମ୍ୟଙ୍କ ମୃତ୍ୟୁ ମାମଲା ଭିନ୍ନ ମୋଡ଼ ନେଉଛି। ଏହାର ସତ୍ୟାସତ୍ୟ ଯାଞ୍ଚ ପାଇଁ ତାଙ୍କ ସରକାରୀ ବାସଭବନରେ ଗୁରୁବାର ପହଞ୍ଚିଛି କ୍ରାଇମବ୍ରାଞ୍ଚ। ପୋଲିସ୍‌ ଟିମ୍‌ ଏବଂ କ୍ରାଇମ୍‌ବ୍ରାଞ୍ଚ ସୌମଙ୍କ ଘରେ ଆଜି ଛାନ୍‌ଭିନ ଚଳାଇଛନ୍ତି।
ଅନ୍ୟପକ୍ଷରେ ଏହି ମୃତ୍ୟୁ ମାମଲାରେ ଡିଏଫ୍‌ଓ ସଂଗ୍ରାମ ବେହେରା ଏବଂ ଓଆଇସି ମମତାଙ୍କୁ ପଚରାଉଚରା କରାଯିବ ବୋଲି ପାରଳାଖେମୁଣ୍ଡି ପୋଲିସ ସୂଚନା ଦେଇଛି।

Share