ଓରିଏଣ୍ଟ ଥାନାରେ କ୍ରାଇମବ୍ରାଞ୍ଚ ଟିମ୍‌: ଅଧିକାରୀ, କର୍ମଚାରୀଙ୍କୁ ପଚରାଉଚରା

ଝାରସୁଗୁଡ଼ା,୨୨।୩: ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାରେ ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚର ଟିମ୍‌ ଶନିବାର ପଞ୍ଚମ ଦିନରେ ବ୍ରଜରାଜନଗର ଓରିଏଣ୍ଟ ଥାନାରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। କ୍ରାଇମବ୍ରାଞ୍ଚ ଟିମ୍‌ ଥାନା କର୍ମଚାରୀ ଏବଂ ଅଧିକାରୀଙ୍କୁ ନବ ଦାସ ହତ୍ୟା ମାମଲା ସମ୍ପର୍କରେ ପଚରାଉଚରା କରିବା ସହ ବିଭିନ୍ନ ଦିଗ ଉପରେ ଆଲୋଚନା କରିଛି।

ଏପରିକି କ୍ରାଇମବ୍ରାଞ୍ଚ ଟିମ୍‌ ଶୁକ୍ରବାର ଝାରସୁଗୁଡ଼ା ବିମାନବନ୍ଦରରେ ଖୋଳତାଡ଼ ଆରମ୍ଭ କରିଛି। ତଦନ୍ତ ବେଳେ କ୍ରାଇମବ୍ରାଞ୍ଚ ଟିମ୍‌ ଝାରସୁଗୁଡ଼ା ବିମାନ ବନ୍ଦରରୁ ନବ ଦାସଙ୍କୁ ଏୟାର ଲିଫ୍ଟ କରିବା ସମୟର ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଯାଞ୍ଚ କରିଛି। ଏପରିକି ବିମାନ ବନ୍ଦର ଅଧିକାରୀଙ୍କ ବୟାନ ରେକର୍ଡ କରିଛି।

ନବଙ୍କୁ ଗୁଳିବିଦ୍ଧ ହେବା ପରେ ଝାରସୁଗୁଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟରୁ ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରକୁ ଅଣାଯାଇଥିଲା ଏବଂ ଏଠାରୁ ଭୁବନେଶ୍ୱରକୁ ଏୟାର ଲିଫ୍ଟ କରାଯାଇଥିଲା। ତେବେ ନବଙ୍କୁ ଗୁଳିକାଣ୍ଡ ଦିନ ତାଙ୍କୁ ଏୟାର ଲିଫ୍ଟ କରିବା ପାଇଁ ଆସିଥିବା ଏୟାର ଆମ୍ବୁଲାନ୍ସର ଲ୍ୟାଣ୍ଡିଂ, ଡିପାର୍ଚର ସମୟର ତଥ୍ୟ ସହ ସେଦିନ ଉପସ୍ଥିତ ଥିବା କର୍ମଚାରୀଙ୍କୁ ପ୍ରାୟ ୩ଘଣ୍ଟା ଧରି ପଚରାଉଚରା କରିଥିଲା କ୍ରାଇମବ୍ରାଞ୍ଚ ଟିମ୍‌।

ବିମାନ ବନ୍ଦର ନିର୍ଦ୍ଦେଶକ, ଚିଫ୍‌ ଏୟାର ପୋର୍ଟ ସିକ୍ୟୁରିଟି ଅଫିସର, ଟର୍ମିନାଲ ମ୍ୟାନେଜରଙ୍କୁ ପଚରାଉଚରା କରିବା ସହିତ ସେମାନଙ୍କ ଧାରା୧୬୧ରେ ବୟାନ ରେକର୍ଡ କରାଯାଇଛି। ସେଠାରୁ କିଛି ଆବଶ୍ୟକ କାଗଜାତ ପତ୍ର ମଧ୍ୟ କ୍ରାଇମବ୍ରାଞ୍ଚ ଟିମ୍‌ର ହସ୍ତଗତ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଋଷିକୂଲ୍ୟା ବଞ୍ଚାଓ ଅଭିଯାନ ପଦଯାତ୍ରା

ଗଞ୍ଜାମ,୨୫।୩(ବିଦ୍ୟାଧର ସାହୁ ): ଋଷିକୂଲ୍ୟା ପାଣି ଲୋକଙ୍କର,କମ୍ପାନୀକୁ ପାଣି ଯୋଗାଇବା, ଋଷିକୂଲ୍ୟା ଉପର ଖଣ୍ଡରେ ପ୍ରବାହିତ ଡ୍ୟାମ ନିର୍ମାଣ ବାତିଲ ଆଦି ଦାବିରେ ଋଷୁକୂଲ୍ୟା ସୁରକ୍ଷା...

IRB Constable Sepoy ନିଯୁକ୍ତି ମାମଲା: ବୟସ ସୀମା ୩ବର୍ଷ କୋହଳ

କଟକ,୨୫।୩:ଇଣ୍ଡିଆନ ରିଜର୍ଭ ବାଟାଲିଅନ (ଆଇଆରବି) କନେଷ୍ଟବଲ ସିପାହି ନିଯୁକ୍ତି ମାମଲାରେ ଓଡ଼ିଶା ହାଇକୋର୍ଟ ବଡ଼ ରାୟ ଦେଇଛନ୍ତି। ବୟସ ସୀମାକୁ ୩ ବର୍ଷ କୋହଳ ନେଇ...

୮ ମାସରେ ଡିପିଆର ପ୍ରସ୍ତୁତ ହେବ, ମୁଜାଗଡ ଭାୟା ଫୁଲବାଣୀ ବଉଦ ରେଳ ଲାଇନ ସର୍ଭେ

ଭଞ୍ଜନଗର,୨୫।୩(ବାବୁଲା ପ୍ରଧାନ): ଗୋପାଳପୁର ଭାୟା ଭଞ୍ଜନଗର ରେଢ଼ାଖୋଲ ନୂତନ ରେଳ ଲାଇନ ପାଇଁ ସଂମ୍ପୃକ୍ତ ଅଞ୍ଚଳବାସୀ ଆଜକୁ ବହୁବର୍ଷ ହେବ ଦାବି କରିଆସୁଛନ୍ତି। ତଥାପି ଅଞ୍ଚଳବାସୀଙ୍କ...

କଂଗ୍ରେସ ବିଧାୟକ ସସପେଣ୍ଡ: ସାଂଘାତିକ ବୟାନ ଦେଲେ ଭକ୍ତ

ଭୁବନେଶ୍ୱର,୨୫।୩:ବିଧାନସଭା ଭିତରେ ବିଶୃଙ୍ଖଳିତ ଆଚରଣ ପାଇ କଂଗ୍ରେସର ୧୨ବିଧାୟକଙ୍କୁ ସସପେଣ୍ଡ। କଂଗ୍ରେସର ମୋଟ ୧୪ ବିଧାୟକଙ୍କ ଭିତରୁ ୧୨ ଜଣ ନିଲମ୍ବିତ ହୋଇଛନ୍ତି। ଗୃହ ଭିତରେ...

କଂଗ୍ରେସ ବିଧାୟକଙ୍କ ପାଇଁ ବାହାରିଲେ ପ୍ରମିଳା, ମୁଖ୍ୟମନ୍ତ୍ରୀଙ୍କୁ କହିଦେଲେ ବଡ଼କଥା

ଭୁବନେଶ୍ୱର,୨୫।୩: କଂଗ୍ରେସର ୧୨ବିଧାୟକଙ୍କୁ ବିଧାନସଭାରୁ ନିଲମ୍ବନ କରାଯାଇଛି। ଯାହାକୁ ନେଇ ରାଜ୍ୟ ରାଜନୀତି ଜୋର ଧରିଛି। ଗୃହ ଭିତରେ ବିଶୃଙ୍ଖଳିତ ଆଚରଣ ପାଇଁ ୧୨ଜଣ ବିଧାୟକଙ୍କୁ...

୧୦୫ଗ୍ରାମ ଧଳାଜହର ଜବତ: ଜଣେ ଗିରଫ

ଖୋର୍ଦ୍ଧା,୨୫।୩(ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ଅବକାରୀ ବିଭାଗ ଆଦର୍ଶ ଥାନା ଅନ୍ତର୍ଗତ ଗୁରୁଜଙ୍ଗ ଟାଙ୍ଗିରେ ଚଢାଉ କରି ୧୦୫ଗ୍ରାମ ବ୍ରାଉନସୁଗାର ଜବତ ସହ ଜଣଙ୍କୁ ଗିରଫ କରିଛି।...

୨୯ରୁ ପୁଣି ବଢ଼ିବ ଖରା

ଭୁବନେଶ୍ୱର,୨୫।୩: ୨୯ରୁ ପୁଣି ବଢ଼ିବ ଖରା। ରାଜ୍ୟରେ ପୁଣି ଫେରିବ ହିଟ୍‌ୱେଭ। ୨୯ରୁ ପୁଣି କଲବଲ କରିବ ଗ୍ରୀଷ୍ମ ଲହରୀ। ସମ୍ବଲପୁର, ସୋନପୁର, ବଲାଙ୍ଗୀର ଓ...

ବିଧାନସଭାରୁ ନିଲମ୍ବିତ ହେଲେ ସୋଫିଆ ଫିର୍ଦ୍ଦୋସ, ଆହୁରି ୧୨ କଂଗ୍ରେସ ବିଧାୟକ…

ଭୁବନେଶ୍ୱର,୨୫।୩:ବିଧାନସଭାରୁ ଆସିଛି ବଡ଼ ଖବର। ନିଲମ୍ବିତ ହୋଇଛନ୍ତି କଂଗ୍ରେସର ୧୨ ଜଣ ବିଧାୟକ। ଗୃହ ଭିତରେ ବିଶୃଙ୍ଖଳିତ ଆଚରଣ ପାଇଁ ୧୨ଜଣ ବିଧାୟକଙ୍କୁ ୭ ଦିନ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image